ଜୀବିକା ଲାଗି ଚାକିରି, ଦୁଃଖ ଲାଘବ ପାଇଁ କବିତା ଲେଖା

ଖଇରା, ୧୦।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଅଞ୍ଚଳରେ କପିଳ ଦାସ ଏକ ଜଣାଶୁଣା ନାଁ। ସେ ସକାଳୁ ସକାଳୁ ନିତ୍ୟ କର୍ମ ସାରି ସାଇକେଲ ଧରିବା ମାତ୍ରେ ତାଙ୍କ କାନରେ ବାଜେ କପିଳ ଭାଇ ମୋ ଆଧାର କାର୍ଡ ଆସିଛି କି । ଆଉ କିଏ କୁହେ ମୋ ଡ୍ରାଇଭିଂ ଲାଇସେନ୍ସ ଆସିଛି କି । ଯଦି ଆସିଥାଏ ତ ଚିଠି କି ରେଜିଷ୍ଟର ପୋଷ୍ଟ ଦେବା ଆଳରେ ଦୁଇପଦ ଭଲ ମନ୍ଦ ପଚାରି ବୁଝିଯାନ୍ତି । ସମୟ ସୁବିଧା ଦେଖି ୨ ପଦ କୌତୁକିଆ କବିତା ବୋଲି ଦେଇଯାନ୍ତି । ଏଭଳି ଚିଠି ଦିଆନିଆ ମଧ୍ୟରେ ସମ୍ପର୍କ ଡୋରିରେ ଗ୍ରାମବାସୀଙ୍କ ସହ ଯୋଡ଼ି ହୋଇଯାଇଛନ୍ତି ସାଉଁଡ଼ିଆ ପୋଷ୍ଟ ଅଫିସର ଡାକପିଅନ କପିଳ ଚନ୍ଦ୍ର ଦାସ । ଡାକ ପିଅନ ତାଙ୍କ ପେଶା ସତ ହେଲେ ତାଙ୍କ ମନ ସବୁବେଳେ କବିତା ଲେଖାରେ। ଛୁଟି ଦିନ ହେଉ କିମ୍ବା ଅବସର ସମୟରେ ହେଉ କବିତା ଲେଖିବା ସହ ସାହିତ୍ୟ ଆଲୋଚନାରେ ଭାଗ ନେବାରେ ସେ ଆମତ୍ତୃପ୍ତି ଲାଭ କରିଥାନ୍ତି।
ଡାକ ପିଅନ ହିସାବରେ ଯେତିକି ପରିଚିତ ନୁହନ୍ତି ଜଣେ ବ୍ୟଙ୍ଗକବି ହିସାବରେ ସ୍ଥାନୀୟ ଅଞ୍ଚଳରେ ଅଧିକ ଚର୍ଚ୍ଚିତ। ଆବାଳ ବୃଦ୍ଧ ବନିତା ତାଙ୍କର ଏହି କୌତୁକିଆ ମଜାଳିଆ କବିତା ଓ କଥା ଶୁଣିବା ପାଇଁ ପାଖରେ ଭିଡ଼ ଜମାଇଥାନ୍ତି। ଖଇରା ବ୍ଲକର ମାଖନପୁର ପଞ୍ଚାୟତ କୁତୁପୁରୁ ଗ୍ରାମର କପିଳ ଚନ୍ଦ୍ର ଦାସ ମାଖନପୁରୁ ପ୍ରାଇମେରୀ ପରେ ହାଇସ୍କୁଲରେ ପାଠ ପଢ଼ି ୧୯୯୧ ଏପ୍ରିଲ ୨୩ତାରିଖରେ ପୋଷ୍ଟ ପିଅନ ରନର ଭାବେ ଯୋଗ ଦେଇଥିଲେ। ୧୯୭୮ରେ ସେ ବିବାହ କରିବା ପରେ ତାଙ୍କ ଜୀବନରେ ଅଜଣା କଳାବାଦଲ ଘୋଟି ଆସିଥିଲା। ଜଣକ ପରେ ଜଣେ ଏହିଭଳି ୩ ପୁଅ, ୩ ଝିଅ ଆର ପାରିକି ଚାଲିଯାଇଥିଲେ। ଶେଷ ସନ୍ତାନ ଭାବେ ପୁଅ ଅଶୋକ ୭ବର୍ଷର ହୋଇଥିଲା ବେଳେ ସେ ମଧ୍ୟ ଥାଲାସେମିଆ ରୋଗରେ ମୃତ୍ୟୁବରଣ କରିଥିଲେ। ନିଜ ଦୁଃଖ କଥା କହୁଥିବା ବେଳେ ଟୀକା ଗୋବିନ୍ଦ ଚନ୍ଦ୍ରଙ୍କର ସେହି କାଳଜୟୀ ଲେଖା ‘ବାଛି ନେବ କଞ୍ଚା ରଖିବ ପାଚିଲା, ଦେବଟି ଦାରୁଣ ଦୁଃଖ’ ବୋଲି ଆବୃତ୍ତି କରିବା ସମୟରେ କପିଳଙ୍କ ଆଖିରୁ ୨ ଟୋପା ଲୁହ ଝରିପଡ଼େ। ଦୁଃଖକୁ ଚାପିବା ପାଇଁ ଗାଁ ପିଲାଙ୍କ ସହ ଖୁସିରେ ସମୟ କାଟିବା ସହ ସେ କବିତା ଲେଖୁଛନ୍ତି। ଏହାରି ଭିତରେ ସେ ୧୫୦ ଊର୍ଦ୍ଧ୍ୱ ବ୍ୟଙ୍ଗ କବିତା ରଚନା କରିସାରିଲେଣି। ସେଥିମଧ୍ୟରୁ ଅଲିଭା ବ୍ୟଙ୍ଗ ସ୍ମୃତି ପୁସ୍ତକ ପ୍ରକାଶିତ ହୋଇଥିବାବେଳେ ଅର୍ଥ ଅଭାବରୁ ବହୁଲେଖା ପ୍ରକାଶିତ ହୋଇପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣଜୟନ୍ତୀ: ଯୋଗଦେଲେ ବାଚସ୍ପତି

ବନ୍ତ,୧୦।୪(କିଶୋର କୁମାର ସେଠୀ):ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠାର ୫୦ ବର୍ଷ ପୂର୍ତ୍ତି ଅବସରରେ‘ସୁବର୍ଣ୍ଣ ଜୟନ୍ତୀ’ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି।…

ବହୁ ପ୍ରତୀକ୍ଷାର ଅନ୍ତ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଖୋଲିଲା ଶାଳପଡ଼ା ଓଭରବ୍ରିଜ୍‌

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଶାଳପଡ଼ା ଓଭରବ୍ରିଜ ଶୁକ୍ରବାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ୧୨ ତାରିଖର ଗସ୍ତକୁ ଦୃଷ୍ଟିରେ…

ମୋନାଲିସା ନାବାଳିକା: ଜେଲ୍‌ ଯିବେ ସ୍ବାମୀ ଫରମାନ! ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରଦେଶ ଏବଂ କେରଳ ରାଜ୍ୟ ସହିତ ଜଡିତ ଏକ ହାଇ-ପ୍ରୋଫାଇଲ ମାମଲାରେ ‘ଭାଇରାଲ ଗର୍ଲ’ ଭାବରେ ପରିଚିତ ମୋନାଲିସା ଭୋଁସଲେଙ୍କ ବିଷୟରେ ଏକ ବଡ଼ ଖୁଲାସା…

ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ସୁରକ୍ଷା କଡ଼ାକଡ଼ି: ଡଗ ସ୍କ୍ବାଡ ସହ ବୁଲୁଛି ପୋଲିସ

ସମ୍ବଲପୁର,୧୦।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ଅନୁଷ୍ଠିତ ହେବାକୁ ଥିବା ହନୁମାନ ଜୟନ୍ତୀ ସହ ବାଇକ ରାଲି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରର ଶାନ୍ତିଶୃଙ୍ଖଳା…

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri