ନବୀନଙ୍କ ଜନ୍ମଦିନରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ

ପାଟଣା,୧୬ା୧୦(ସ୍ବ.ପ୍ର.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିନ ଅବସରରେ ଓଡ଼ିଶା ମୋ’ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ରବିବାର କେନ୍ଦୁଝର ଜିଲା ସାହାରାପଡ଼ା ବ୍ଲକ ଉଦୟପୁର କଲେଜ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ରୀନା ନାୟକ, ୨୯ ନମ୍ବର ଜିଲା ପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼, ପାଟଣା ବ୍ଲକ ବିଜେଡି ସଭାପତି ମାଧବାନନ୍ଦ ପୃଷ୍ଟି, ବିଜେଡିର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ସୌମ୍ୟରଞ୍ଜନ ରାଉତ, ହିମାଂଶୁ ଶେଖର ବେହେରା, ରଘୁବର ମହାନ୍ତ ଓ ସତ୍ୟନାରାୟଣ ପଣ୍ଡାଙ୍କ ସହ ଅନେକ ନେତା ଯୋଗଦେଇଥିଲେ। ମୋଟ୍‌ ୧୦୦ ୟୁନିଟ୍‌ ରକ୍ତ ସଂଗୃହୀତ କରାଯିବାର ଲକ୍ଷ୍ୟ ରଖା ଯାଇଥିବା ପାଟଣା ବିଧାୟକ ପ୍ରକାଶ କରିଛନ୍ତି।