ଇଟାଲୀୟ ଫିଲ୍ମ ନିର୍ମାତାଙ୍କ ସହ ହାତ ମିଳାଇଲେ ଜିତେନ୍ଦ୍ର

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଡ୍ୟୁସର୍‌ ଓ ପ୍ରମୋଟର ଜିତେନ୍ଦ୍ର ମିଶ୍ର ଇଟାଲୀର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପ୍ରଯୋଜକ ଉଲିସି ଲେଣ୍ଡାରୋଙ୍କ ସହ ହାତ ମିଳାଇଛନ୍ତି। ଉଭୟ ମିଶି ଚଳିତ କୋଭିଡ୍‌-୧୯ ମହାମାରୀ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ହ୍ୟୁମାନ୍‌ ଓକ୍‌’ ନିର୍ମାଣ କରିଛନ୍ତି। ୧୫ ମିନିଟର ଏହି ଚଳଚ୍ଚିତ୍ର ଲକ୍‌ଡାଉନ୍‌ ସମୟରେ ଅର୍ଥାତ୍‌ ଗତ ମାର୍ଚ୍ଚ ଓ ଏପ୍ରିଲରେ ଇଟାଲୀରେ ଶୁଟ୍‌ ହୋଇଛି। ଫିଲ୍ମର କାହାଣୀ ଲେଖିବା ସହ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଉଲିସି। ଫିଲ୍ମର ଲିଡ୍‌ ରୋଲ୍‌ରେ ଆଗଧାଡ଼ିର ଇଟାଲିଆନ୍‌ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଟାଲୀ ଆନା ଭେଲେ ଅଭିନୟ କରିଛନ୍ତି। କରୋନା ମହାମାରୀର କଠିନ ସମୟରେ ଏକ ସକାରାତ୍ମକ କାହାଣୀ ଓ ମାନବିକତାକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି। ଫିଲ୍ମ ସମ୍ପର୍କରେ ସୂଚନା ଦେଇ ଜିତେନ୍ଦ୍ର କହିଛନ୍ତି, ଏହି ଫିଲ୍ମର ଭାରତ ସହ ସମ୍ପର୍କ ରହିଛି। ପର୍ସି ସେଲିଙ୍କ କବିତା ପୁସ୍ତକ ‘ଓଡ୍‌ ଟୁ ଦି ଓ୍ବେଷ୍ଟ୍‌ ଓ୍ବିଣ୍ଡ୍‌’ ଉପରେ ଏହା ଆଧାରିତ ହୋଇଛି। ମହାତ୍ମା ଗାନ୍ଧୀ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କୁ ବ୍ୟକ୍ତିଗତଭାବେ ଜାଣିଥିବା ପର୍ସି ନିଜର ପ୍ରତ୍ୟେକ ପୁସ୍ତକରେ ଭାରତ ବିଷୟରେ ଉଲ୍ଲେଖ କରିଥାନ୍ତି। ସେଭଳି ଏହି ପୁସ୍ତକରେ ମଧ୍ୟ ସେ ଭାରତ କଥା ଲେଖିଛନ୍ତି। ଭାରତରେ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ ହେବା ପୂର୍ବରୁ ଏହାକୁ କେତେକ ପ୍ରସିଦ୍ଧ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ କରାଯିବ ବୋଲି ଜିତେନ୍ଦ୍ର କହିଛନ୍ତି।

‘ଇମ୍‌ପର୍‌ଫେକ୍ଟ ଏଜ୍‌’ ପାଇଁ ଚର୍ଚ୍ଚାକୁ ଆସିଥିବା ଉଲିସି ଲେଣ୍ଡାରୋ ଏକାଧିକ ପୁରସ୍କାର ବିଜୟୀ ଚଳଚ୍ଚିତ୍ର ନିର୍ମାଣ କରି ବିଶ୍ୱ ଦରବାରରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ସେହିଭଳି ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରମୋଟର ଜିତେନ୍ଦ୍ର ମିଶ୍ର ନିଜର ଅଭିନବ ପ୍ରମୋଶନ ଶୈଳୀ ପାଇଁ ଅଧିକ ଲୋକପ୍ରିୟ। ତାଙ୍କ ପ୍ରଯୋଜିତ ବହୁ ହିନ୍ଦୀ ଏବଂ ଇଂଲିଶ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାସହ ପୁରସ୍କୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଚାଲିଛି ରୋଷେଇ, ମଧ୍ୟାହ୍ନଭୋଜନ ପାଇଁ ରାସ୍ତା ପାର ହେଉଛନ୍ତି ପିଲା

ନୟାଗଡ଼,୨୮ା୯(ଲୋକନାଥ ମିଶ୍ର): ଗୁଣାତ୍ମକ ଶିକ୍ଷାଦାନ ପାଇଁ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ଅସଜଡା ଭିତ୍ତିଭୂମିରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଶୈକ୍ଷିକ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ସାବାଡ଼ ହେବେ ଅମାନିଆ: ଗାଜଲବାଡ଼ି ଘାଟିରେ ଲାଗିବ ଓଭରହେଡ୍‌ ବ୍ୟାରିଅର, ଭାରୀଯାନ ଚଳାଚଳ କଲେ…

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): କନ୍ଧମାଳ ଓ ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା ଗାଜଲବାଡ଼ି ଘାଟି ରାସ୍ତାର କନ୍ଧମାଳ ଜିଲା ସୀମାନ୍ତ ବାଇମାଲା ଏବଂ ଗଞ୍ଜାମ ଜିଲା ସୋରଡ଼ା ବ୍ଲକ…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ସୁନାମୀ କ’ଣ? ଏହା ଆସିବା ପୂର୍ବରୁ କ’ଣ ମିଳିବ ସଙ୍କେତ, କେମିତି ପାଇବେ ରକ୍ଷା ଜାଣନ୍ତୁ…

ମହାକାଳପଡ଼ା, ୨୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ସମୟରେ ସୁନାମୀ, ସାମୁଦ୍ରିକ ଝଡ଼ ଓ ବଜ୍ରପାତ ଆଦି ଦେଖାଯାଇଥାଏ॥ ଏହି ଅବସରରେ…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?