ଜିଓର ଅସୀମିତ କ୍ରିକେଟ ଅଫର

ମୁମ୍ବାଇ,୨।୪: ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ତଥା ସ୍ବତନ୍ତ୍ର ଅସୀମିତ କ୍ରିକେଟ ଅଫରର ଅବଧିକୁ ୨୦୨୫ ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ପୂର୍ବରୁ ଏହି ଅଫର ୨୦୨୫ ମାର୍ଚ୍ଚ ୩୧ରେ ଶେଷ ହେବାକୁ ଯାଉଥିଲା। ଏହି ଅଫର ଅଧୀନରେ ୨୯୯ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ପ୍ଲାନ୍‌ ସହିତ ନୂତନ ଜିଓ ସିମ୍‌ ସଂଯୋଗ ନେଇ କିମ୍ବା ଅତି କମରେ ୨୯୯ ଟଙ୍କା ମୂଲ୍ୟର ପ୍ଲାନ୍‌ ରିଚାର୍ଜକରି ଜିଓ ଗ୍ରାହକମାନେ ଜିଓ ହଟ୍‌ଷ୍ଟାରରେ ମାଗଣାରେ ଆଇପିଏଲ୍‌ କ୍ରିକେଟ ସିଜନ୍‌ ଉପଭୋଗ କରିପାରିବେ। ସେହିଭଳି ଏହି ଅସୀମିତ କ୍ରିକେଟ ଅଫର ଜରିଆରେ ଗ୍ରାହକମାନେ ଟିଭି କିମ୍ବା ମୋବାଇଲ ଫୋନ ମାଧ୍ୟମରେ ୯୦ଦିନର ମାଗଣା ଜିଓ ହଟ୍‌ଷ୍ଟାର ସବ୍‌ସ୍କ୍ରିପସନ ପାଉଛନ୍ତି ଏବଂ ତାହା ମଧ୍ୟ ୪କେ ଗୁଣବତ୍ତାରେ ଉପଲବ୍ଧ। ଏହାର ଅର୍ଥ ହେଉଛି ଗ୍ରାହକମାନେ ଆଇପିଏଲ୍‌ କ୍ରିକେଟ ସିଜିନ ମାଗଣାରେ ଉପଭୋଗ କରିପାରିବେ। ଏହାସହ ଘର ପାଇଁ ଜିଓଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ୍‌ ସଂଯୋଗ ମଧ୍ୟ ପ୍ରଦାନ କରିବ। ଅଲ୍ଟ୍ରା-ଫାଷ୍ଟ ଇଣ୍ଟରନେଟ୍‌ର ମାଗଣା ଟ୍ରାଏଲ୍‌ ସଂଯୋଗ ୫୦ଦିନ ପାଇଁ ମାଗଣା ରହିବ। ଗ୍ରାହକମାନେ ୪କେ ଗୁଣବତ୍ତାରେ ଇମର୍ସିଭ୍‌ କ୍ରିକେଟ ଦେଖିବାର ଅନୁଭୂତି ସହ ଶ୍ରେଷ୍ଠ ହୋମ୍‌ ଏଣ୍ଟରଟେନମେଣ୍ଟ ବା ଘରୋଇ ମନୋରଞ୍ଜନର ମଧ୍ୟ ମଜା ନେଇପାରିବେ। ଜିଓ ଫାଇବର କିମ୍ବା ଜିଓ ଏୟାରଫାଇବରର ମାଗଣା ଟ୍ରାଏଲ ସଂଯୋଗ ସହ ୮୦୦ରୁ ଅଧିକ ଟିଭି ଚ୍ୟାନେଲ, ୧୧ରୁ ଅଧିକ ଓଟିଟି ଆପ୍‌, ଅସୀମିତ ୱାଇଫାଇ ମଧ୍ୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ

ନୂଆଦିଲ୍‌ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...

ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା

ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...

ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...

ପଲସର୍‌ ଆଣିଲା ଧୂଆଁଧାର ଅଫର୍‌, ମାତ୍ର ଏତିକି ଟଙ୍କାରେ ମିଳିବ…

ନୂଆଦିଲ୍‌ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି...

ରୁଫ୍‌ଟପ୍‌ ସୋଲାର ସିଷ୍ଟମ ପାଇଁ ଗ୍ରାମପଞ୍ଚାୟତକୁ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର,୩।୧୨,(ଅନୁରାଧା ମହାରଣା): ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ବ୍ୟବସାୟିକ...

ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…

ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri