ଓଡ଼ିଶାରେ ଜିଓର ୭୭୫୬-୫ଜି ବିଟିଏସ୍‌

ଭୁବନେଶ୍ୱର ,୨୭।୭: ଦେଶର ପ୍ରମୁଖ ୫ଜି ଟେଲିକମ୍‌ କମ୍ପାନୀଗୁଡିକ ୨୦୨୩ ଜୁଲାଇ ୭ ସୁଦ୍ଧା ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍‌ ସ୍ଥାପନ କରିଥିବା ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବୁଧବାର ସଂସଦରେ ଏ ନେଇ ବିସ୍ତୃତ ତଥ୍ୟ ଉପସ୍ଥାପନ କରାଯାଇଛି। ୨୦୨୩ ଜୁଲାଇ ୭ ସୁଦ୍ଧା ସାରା ଦେଶରେ ମୋଟ ୨,୮୧,୯୪୮ଟି ୫ଜି ବିଟିଏସ୍‌ ମୁତୟନ କରାଯାଇଥିବା ବେଳେ ସେଥି ମଧ୍ୟରୁ ରିଲାଏନ୍ସ ଜିଓ ୨,୨୮,୬୮୯ଟି ୫ଜି ବିଟିଏସ୍‌ ମୁତୟନ କରିଛି। ବିଶେଷକରି ଦେଶରେ ମୁତୟନ ହୋଇଥିବା ମୋଟ ୫ଜି ବିଟିଏସ୍‌ ସଂଖ୍ୟାରେ ଜିଓର ଏକାକୀ ୮୧%ରୁ ଅଧିକ ଯୋଗଦାନ ରହିଛି।

ଅପରପକ୍ଷରେ ଭାରତୀ ଏୟାରଟେଲ୍‌ର ମାତ୍ର ୫୨,୨୨୩ଟି ୫ଜି ବିଟିଏସ୍‌ ସ୍ଥାପନ କରିଥିବା ଉକ୍ତ ସୂଚନାରୁ ଜଣାପଡ଼ିଛି। ଅପରପକ୍ଷରେ ଦୂରସଞ୍ଚାର ବିଭାଗ ଦ୍ୱାରା ପ୍ରଦତ୍ତ ୫ଜି ବିଟିଏସ୍‌ ମୁତୟନ ତଥ୍ୟ ଅନୁଯାୟୀ ୨୦୨୩ ଜୁଲାଇ ୭ ସୁଦ୍ଧା ଓଡ଼ିଶାରେ ମୋଟ ୭,୭୫୬ଟି ୫ଜି ବିଟିଏସ୍‌ ବିଭିନ୍ନ ଜିଲାରେ ମୁତୟନ କରାଯାଇଛି। ସେଥିମଧ୍ୟରୁ ଜିଓର ୬୩୪୫ଟି ୫ଜି ବିଟିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ର ୧୪୧୧ଟି ୫ଜି ବିଟିଏସ୍‌ ସାମିଲ କରିଛି। ଏପରିକି ଏକମାତ୍ର ଟେଲିକମ୍‌ ଅପରେଟର ଭାବେ ରିଲାଏନ୍ସ ଜିଓ ଓଡ଼ିଶାର ସମସ୍ତ ଜିଲାରେ ୫ଜି ନେଟ୍‌ୱାର୍କ ଉପଲବ୍ଧ କରାଇଥିବା ଉକ୍ତ ତଥ୍ୟରୁ ଜଣାପଡିଛି।

ସେହିଭଳି ଜିଲା ହିସାବରେ ଖୋର୍ଦ୍ଧା ଜିଲା ସର୍ବାଧିକ ୧୩୫୬ଟି ୫ଜି ବିଟିଏସ୍‌ ମୁତୟନ ହୋଇଥିବା ବେଳେ ଏଥିରେ ଜିଓର ୧୧୨୪ ଏବଂ ଏୟାରଟେଲର ୨୩୨ ଟି ୫ଜି ବିଟିଏସ୍‌ ରହିଛି। ସେହିପରି ଦେଓଗଡ ଜିଲାରେ ସର୍ବନିମ୍ନ ବିଟିଏସ୍‌ ୍‌ମୁତୟନ ହୋଇଛି। ଦେଓଗଡ଼ରେ ମୋଟ ୩୧ଟି ୫ଜି ବିଟିଏ୍‌ସ ମଧ୍ୟରୁ ଜିଓର ସର୍ବାଧିକ ୨୪ଟି ୫ଜି ବିଟିଏସ୍‌ ରହିଥିବା ବେଳେ ଏୟାରଟେଲ୍‌ର ୭ଟି ୫ଜି ବିଟିଏସ୍‌ ରହିଛି। ସଂସଦର ମୌସୁମୀ ଅଧିବେଶନରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଦୂରସଞ୍ଚାର ରାଷ୍ଟ୍ରମନ୍ତ୍ରୀ ଦେବୁ ସିଂ ଚୌହାନ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଲା ଅନୁଯାୟୀ ୫ଜି ନେଟ୍‌ୱାର୍କ ମୁତୟନର ତଥ୍ୟ ପ୍ରଦାନ କରାଯାଇଛି।

ଉକ୍ତ ସୂଚନା ଅନୁସାରେ ଦେଶର ରାଜଧାନୀ ଦିଲ୍ଲୀରେ ମୁତୟନ ହୋଇଥିବା ୧୦,୫୩୨ଟି ୫ଜି ବିଟିଏସ୍‌ ମଧ୍ୟରୁ ଜିଓ ୮୨୦୪ ଟି ୫ଜି ବିଟିଏସ ମୁତୟନ କରିଥିବା ବେଳେ ଏୟାରଟେଲ ମାତ୍ର ୨୩୧୦ଟି ୫ଜି ବିଟିଏସ୍‌ ମୁତୟନ କରିଛି। ସେହିଭଳି ମୁମ୍ବାଇରେ ମଧ୍ୟ ଜିଓ ଏୟାରଟେଲଠାରୁ ବେଶ୍‌ ଆଗରେ ରହିଛି। ବିଭାଗ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ମୁମ୍ବାଇରେ ମୁତୟନ ହୋଇଥିବା ମୋଟ ୫୧୬୭ ଟି ୫ଜି ବିଟିଏସ୍‌ ମଧ୍ୟରୁ ୩୯୫୩ଟି ଜିଓର ହୋଇଥିବା ବେଳେ ଏୟାରଟେଲର ୧୨୧୪ଟି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri