ପୁଣେରେ ଜିଓ ଟ୍ରୁ -୫ଜି ସେବା ଉପଲବ୍ଧ

ମୁମ୍ବାଇ,୨୫।୧୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଜିଓର ଜିଓ ଟ୍ରୁ-୫ଜି ସେବା ବର୍ତ୍ତମାନ ମହାରାଷ୍ଟ୍ରର ପୁଣେ ସହରରେ ଉପଲବ୍ଧ ହେଉଛି ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ପୁଣେବାସୀ ଜିଓର ୧ଜିବିପିଏସ୍‌ରୁ ଅଧିକ ପର୍ଯ୍ୟନ୍ତର ସ୍ପିଡ୍‌ ସହ ଅସୀମିତ ୫ଜି ଡାଟା ଉପଭୋଗ କରିପାରିବେ। ଯେତେବେଳେ କୌଣସି ସହରର ଏକ ବୃହତର ଅଂଶରେ ଷ୍ଟାଣ୍ଡ୍‌ ଏଲୋନ୍‌ ଟ୍ରୁ-୫ଜି ନେଟ୍‌ୱର୍କ ପ୍ରସ୍ତୁତ ହୋଇଯାଏ ତା’ପରେ ଜିଓ ପକ୍ଷରୁ ଟ୍ରୁ-୫ଜି ନେଟ୍‌ୱର୍କର ବିଟା ପରୀକ୍ଷଣ ଆରମ୍ଭ କରାଯାଇଥାଏ। ଏହାଦ୍ୱାରା ଜିଓ ଗ୍ରାହକମାନେ ସବୁଠୁ ଉନ୍ନତ ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଉତ୍ତମ କଭରେଜ୍‌ ଏବଂ ଅନୁଭୂତି ପାଇପାରୁଛନ୍ତି।
ଏ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି, ଦେଶର ୧୨ଟି ସହରରେ ଜିଓ ଟ୍ରୁ-୫ଜିର ଶୁଭାରମ୍ଭ ପରେ ଜିଓ ଗ୍ରାହକମାନଙ୍କ ଏକ ବଡ଼ ସଂଖ୍ୟା ଜିଓ ୱେଲକମ୍‌ ଅଫରରେ ସାମିଲ ହୋଇଛନ୍ତି। ଫଳରେ ଗ୍ରାହକମାନଙ୍କ ଅନୁଭୂତି ଓ ସେବା ମତାମତ ଆଧାରରେ ଦୁନିଆର ଯେକୌଣସି ସ୍ଥାନର ସବୁଠୁ ଉନ୍ନତ ୫ଜି ନେଟ୍‌ୱର୍କ ସୃଷ୍ଟି କରିବାରେ ଏହା ଜିଓ ପାଇଁ ବେଶ୍‌ ସହାୟକ ହୋଇପାରିଛି। ଆଶାନୁସାରେ ଜିଓର ୪ଜି ନେଟ୍‌ୱର୍କରେ ବ୍ୟବହାର ହେଉଥିବା ଡାଟା ତୁଳନାରେ ଜିଓର ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟାର ବ୍ୟବହାର ବହୁ ଗୁଣା ଅଧିକ ରହିଛି। ସବୁଠୁ ଉଲ୍ଲେଖନୀୟ ବିଷୟ ହେଉଛି ୫୦୦ଏମ୍‌ବିପିଏସ୍‌ରୁ ୧ଜିବିପିଏସ୍‌ ଭଳି ହାଇ ସ୍ପିଡ୍‌ ଏବଂ ଅତ୍ୟନ୍ତ ଲୋ ଲାଟେନ୍ସିରେ ଡାଟା ଅନୁଭୂତି ପ୍ରଦାନ କରାଯାଉଛି। କେବଳ ଟ୍ରୁ-୫ଜି ନେଟ୍‌ୱର୍କରେ ଯାହା ସମ୍ଭବ ସେଭଳି ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଉଛି। ପୁଣେରେ ବହୁ ସଂଖ୍ୟକ ଛାତ୍ରୀଛାତ୍ର ରହୁଛନ୍ତି ଏବଂ ଏହା ଅଗ୍ରଣୀ ଆଇଟି ହବ୍‌ ଭାବେ ମଧ୍ୟ ପରିଚିତ। ପୁଣେ ହେଉଛି ଭାରତର ଅନ୍ୟତମ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଟୋମୋବାଇଲ୍‌ ଓ ମାନୁଫାକ୍ଚରିଂ ହବ୍‌। ପୁଣେବାସୀଙ୍କ ପାଇଁ ଜିଓ ଟ୍ରୁ-୫ଜି ବାସ୍ତବରେ ପରିବର୍ତ୍ତନକାରୀ ସାବ୍ୟସ୍ତ ହେବ। ନଭେମ୍ବର ୨୩ରୁ ପୁଣେରେ ଥିବା ଜିଓର ଗ୍ରାହକମାନଙ୍କୁ ଜିଓ ୱେଲକମ୍‌ ଅଫର ପାଇଁ ଆମନ୍ତ୍ରଣ କରାଯିବ ଯେଉଁଥିରେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୧ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ ପର୍ଯ୍ୟନ୍ତର ଅସୀମିତ ଡାଟା ଅନୁଭୂତି ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri