‘ଟେଲିକମ୍‌ କ୍ଷେତ୍ରରେ ଇଏସ୍‌ଜି ପ୍ରଦର୍ଶନ’

ମୁମ୍ବାଇ,୨୫।୧୧: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓକୁ ନିକଟରେ ଆଉ ଏକ ସମ୍ମାନଜନକ ‘ଟେଲିକମ୍‌ କ୍ଷେତ୍ରରେ ଇଏସ୍‌ଜି ପ୍ରଦର୍ଶନ’ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ମୁମ୍ବାଇଠାରେ ଟ୍ରାନ୍ସଫରମାନ୍ସ ଫୋରମ୍‌ସ ପକ୍ଷରୁ ଆୟୋଜିତ ୨ୟ ଇଏସ୍‌ଜି ସମିଟ୍‌ ଆଣ୍ଡ୍‌ ଆୱାର୍ଡସ୍‌ କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓକୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଥିଲା। ଏପରିକି ଟେଲିକମ୍‌ କ୍ଷେତ୍ରରେ ପରିବେଶ, ସାମାଜିକ ଓ ଗଭର୍ନାସ (ଇଏସ୍‌ଜି) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରିଲାଏନ୍ସ ଜିଓ ଉକ୍ତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେହିଭଳି ଜୀବାଶ୍ମ ଇନ୍ଧନ ବଦଳରେ ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା ସହ ୫ଜି ପ୍ରଯୁକ୍ତି ଷ୍ଟାକ୍‌ର ସ୍ବଦେଶୀ ବିକାଶ ଏବଂ କୃଷି, ସ୍ବାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ୫ଜି ବ୍ୟବହାରର ପ୍ରଦର୍ଶନ ଜରିଆରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଦିଗରେ ଜିଓର ଉଦ୍ୟମକୁ ସ୍ବୀକୃତି ପ୍ରଦାନ କରାଯାଇଛି। ସୁଲଭ ଡିଭାଇସ୍‌ର ବିକାଶ ଜରିଆରେ ଡିଜିଟାଲ ଅନ୍ତର୍ଭୁକ୍ତୀକରଣକୁ ଜିଓ ଆଗକୁ ବଢ଼ାଉଛି। ଏହା ଜରିଆରେ ୧୦୦ ନିୟୁତରୁ ଅଧିକ ବଞ୍ଚିତ ବ୍ୟବହାରକାରୀ ଡିଜିଟାଲ୍‌ ସେବା ବ୍ୟବହାର କରିପାରୁଛନ୍ତି। ବିଶେଷକରି ଜଳବାୟୁ ପରିବର୍ତ୍ତନ ମୁକାବିଲାର ଅଂଶ ସ୍ବରୂପ ଜିଓ ପକ୍ଷରୁ ସାରା ଭାରତରେ ଏହାର ୧୬,୦୦୦ ରୁ ଅଧିକ ସାଇଟ୍‌ରେ ୧୪୪ ମେଗାୱାଟ୍‌ରୁ ଅଧିକ ସୌରଶକ୍ତି ସ୍ଥାପନ କରାଯାଇଛି। ସେହିପରି ଅକ୍ଷୟ ଶକ୍ତି କ୍ଷେତ୍ରରେ ଏହି ଉଦ୍ୟମ ୨୦୩୫ ସୁଦ୍ଧା ନେଟ୍‌ ଜିରୋ ନିର୍ଗମନ ଲକ୍ଷ୍ୟ ଦିଗରେ ଜିଓ ଏବଂ ରିଲାଏନ୍ସ ଗ୍ରୁପ୍‌ର ପ୍ରତିବଦ୍ଧତା ପୂରଣ କରିବାରେ ସହାୟକ ହେବ। ପ୍ୟାରିସ ଚୁକ୍ତିନାମାରେ ଧାର୍ଯ୍ୟ କରାଯାଇଥବା ୧.୫ଂ ସେଲସିଅସ୍‌ ଲକ୍ଷ୍ୟ ଅନୁସାରେ ଏହି ନିର୍ଗମନ ହ୍ରାସ ଲକ୍ଷ୍ୟକୁ ବିଜ୍ଞାନଭିତ୍ତିକ ଲକ୍ଷ୍ୟ ଅଭିଯାନ (ଏସ୍‌ବିଟିଆଇ) ଦ୍ୱାରା ସ୍ବୀକୃତି ପ୍ରଦାନ କରାଯାଇଛି। ଚଳିତ ବର୍ଷ କାର୍ବନ ଡିସ୍‌କ୍ଲୋଜର ପ୍ରୋଜେକ୍ଟ (ସିଡିପି) ପକ୍ଷରୁ ଜିଓ ଏହାର ଜଳବାୟୁ ସଂରକ୍ଷଣ ଉଦ୍ୟମ ଲାଗି ଏକ ଲିଡରଶିପ୍‌ ରେଟିଂ (ଏ-) ହାସଲ କରିଛି। ଭାରତରେ କୌଣସି ଟେଲିକମ୍‌ କ୍ଷେତ୍ରର କମ୍ପାନୀକୁ ପ୍ରଦାନ କରା ଯାଇଥିବା ଏହା ହେଉଛି ସର୍ବୋଚ୍ଚ ରେଟିଂ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?