୧୦୧ ସହରରେ ଜିଓ ଟ୍ରୁ ୫ଜି ନେଟ୍‌ଓ୍ବର୍କ

ନୂଆଦିଲ୍ଲୀ,୧୩।୧:ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଏକ ବିରଳ ସଫଳତା ହାସଲ କରିଛି। ବିଶେଷକରି ଜିଓ ଗତ ୧୦୦ ଦିନ ମଧ୍ୟରେ ୧୦୧ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଅପରପକ୍ଷରେ ତାମିଲନାଡୁର ସୂଚନା ପ୍ରାଦ୍ୟୋଗିକି ମନ୍ତ୍ରୀ ଟି. ମନୋଥଙ୍ଗରାଜ ରାଜ୍ୟର କୋଏମ୍ବାଟୁର,ମଦୁରାଇ, ତିରୁଚିରାପଲ୍ଲୀ, ସାଲେମ, ହୋସୁର ଏବଂ ଭେଲୋର ଭଳି ସହରରେ ଜିଓ ଟ୍ରୁ ୫ଜି ନେଟ୍‌ୱର୍କ ଶୁଭାରମ୍ଭ କରିଛନ୍ତି। ଏହି ୬ ସହର ସହ ଜିଓର ୫ଜି ନେଟ୍‌ୱର୍କରେ ଯୋଡ଼ି ହୋଇଥିବା ସହର ସଂଖ୍ୟା ୧୦୧ରେ ପହଞ୍ଚତ୍ଛି। ସେହିଭଳି ଜିଓର ୫ଜି ରୋଲ୍‌ ଆଉଟ ସ୍ପିଡ୍‌ ଏହାର ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀଗୁଡ଼ିକ ତୁଳନାରେ ଯଥେଷ୍ଟ କ୍ଷିପ୍ର ରହିଛି। ଜିଓର ୧୦୧ ସହରରେ ଟ୍ରୁ ୫ଜି ସେବା ଯୋଗାଣ ସ୍ଥାନରେ ଏୟାରଟେଲ ମାତ୍ର ୩୦ ସହରରେ ନିଜର ୫ଜି ସେବା ପ୍ରଚଳନ କରିପାରିଛି। ସେହି ସମୟ ମଧ୍ୟରେ ଭୋଡା-ଆଇଡିଆର ଗ୍ରାହକ ଏପର୍ଯ୍ୟନ୍ତ ୫ଜି ସେବା ଆରମ୍ଭକୁ ପ୍ରତୀକ୍ଷା କରିଛନ୍ତି। ସେହିପରି ୨୦୨୨ ଅକ୍ଟୋବର ୪ରେ ଦେଶର ୪ଟି ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରି ରିଲାଏନ୍ସ ଜିଓ ୫ଜି ରୋଲ୍‌ଆଉଟର ପ୍ରାରମ୍ଭ କରିଥିଲା ଏବଂ ମାତ୍ର ୧୦୦ ଦିନ ମଧ୍ୟରେ ତା’ର ସେବା ପ୍ରାୟ ୧୦୧ଟି ସହରରେ ପହଞ୍ଚତ୍ସାରିଛି। ଏଥିରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ କୋଲକାତା ଭଳି ମେଟ୍ରୋ ସହର ସହ ଅନେକ ଛୋଟ ବଡ଼ ସହର ସାମିଲ ରହିଛି। ବିଶେଷକରି ନାଥଦ୍ୱାରା, ମହାକାଳ ମନ୍ଦିର, କାମାକ୍ଷା ମନ୍ଦିର, ଗୁରୁବାୟୁର, ତିରୁପତି ଭଳି ଧାର୍ମିକ ମହତ୍ତ୍ୱ ଥିବା ସ୍ଥାନଗୁଡ଼ିକରେ ମଧ୍ୟ ଜିଓ ତା’ର ଟ୍ରୁ ୫ଜି ନେଟ୍‌ୱର୍କ ଉପଲବ୍ଧ କରାଇଛି। ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଜିଓ ଟ୍ରୁ ୫ଜି ପ୍ରଚଳନ କରାଯିବା ସହ ଟ୍ରୁ ୫ଜି ସେବା ଭୁବନେଶ୍ୱର ଓ କଟକରେ ଚଳିତ ବର୍ଷ ଜାନୁୟାରୀ ୫ ତାରିଖରେ ଶୁଭାରମ୍ଭ କରାଯାଇଛି। ଓଡ଼ିଶାର ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ଏବଂ ବାଲେଶ୍ୱର ଆଦି ସହରରେ ୨୦୨୩ ଫେବୃୟାରୀ ସୁଦ୍ଧା ଟ୍ରୁ ୫ଜି ସେବା ପ୍ରଚଳନ କରିବା ଏବଂ ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ତହସିଲ ଏବଂ ତାଲୁକାକୁ ୫ଜିରେ ସଂଯୁକ୍ତ କରିବାକୁ ଜିଓ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ନୂଆ ବର୍ଷ ପୂର୍ବରୁ EPFO ଜାରି କଲା ନୂଆ ଗାଇଡଲାଇନ୍‌, ଜାଣିରଖନ୍ତୁ…

ନୂଆଦିଲ୍ଲୀ,୨୨।୧୨: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କର୍ମଚାରୀ ପେନସନ ଯୋଜନା (EPS) ସହିତ ଜଡିତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଯୋଗଦାନର ମାମଲାଗୁଡ଼ିକର ସମାଧାନ ପାଇଁ...

UPI ପେମେଣ୍ଟରେ ନୂତନ ସୀମା ନିର୍ଣ୍ଣୟ କରିବ NPCI, ଏପରି ହେଉଛି ଠକେଇ

ନୂଆଦିଲ୍ଲୀ,୨୨।୧୨: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (UPI) ମାଧ୍ୟମରେ ହେଉଥିବା ଆର୍ଥିକ ଜାଲିଆତିକୁ ରୋକିବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ ଗୁରୁତ୍ୱପୂର୍ଣ୍ଣ...

ଡେବିଟ୍‌ କାର୍ଡରେ ପରିବର୍ତ୍ତନ ଆଣିଲା ଏହି ବ୍ୟାଙ୍କ, ଚେକ୍‌ କରିନିଅନ୍ତୁ ଆପଣଙ୍କ ବ୍ୟାଙ୍କ ନାହିଁ ତ?

ନୂଆଦିଲ୍ଲୀ,୨୨।୧୨: ଆପଣ କ’ଣ ଏୟାରପୋର୍ଟ ଲାଉଞ୍ଜ ଆକ୍ସେସ ପାଇବା ପାଇଁ HDFC ବ୍ୟାଙ୍କ ଡେବିଟ୍‌ କାର୍ଡ କିଣିଛନ୍ତି? ଆପଣଙ୍କ ପାଇଁ ଏକ ବଡ଼ ଅପଡେଟ। ନୂତନ...

୩ ଲକ୍ଷ ପାର୍‌ କରିବ ସୁନା ଦାମ୍‌! ଆମେରିକୀୟ ଅର୍ଥନୀତିଜ୍ଞଙ୍କ ବଡ଼ ଆକଳନ

ନୂଆଦିଲ୍ଲୀ,୨୨।୧୨: ଆମେରିକୀୟ ଅର୍ଥନୀତିଜ୍ଞ ଏବଂ ପ୍ରସିଦ୍ଧ ବଜାର ରଣନୀତିଜ୍ଞ ଏଡ ୟାରଡେନି ବିଶ୍ୱାସ କରନ୍ତି ଯେ ଏହି ଦଶନ୍ଧିର ଶେଷ ସୁଦ୍ଧା ସୁନାରେ ଏକ ଗୁରୁତ୍ୱପୂର୍ଣ୍ଣ...

ନୂଆ ବର୍ଷ ଆରମ୍ଭରୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୨।୧୨: ଡିସେମ୍ବର ମାସ ଆଉ କିଛି ଦିନ ପରେ ଚାଲିଯିବ, ଏବଂ ନୂତନ ବର୍ଷ ଆସିବ। ଏହା ସହିତ, ନିୟମାବଳୀରେ ଅନେକ ପରିବର୍ତ୍ତନ ଦେଖାଯିବ ଯାହା...

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri