ଜିଓ ଫୋନ୍‌ର ‘ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌’ଅଫର

ନୂଆଦିଲ୍ଲୀ,୨୪।୫ ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓ ଫୋନ୍‌ ନେକ୍ସଟ୍‌ ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ ଗ୍ରାହକମାନେ ଯେ କୌଣସି ପୁରୁଣା ସକ୍ରିୟ ୪ଜି ଫିଚର ଫୋନ୍‌, ଜିଓ ଫୋନ୍‌ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କାରେ ଆଉ ଏକ ସମ୍ପୂର୍ଣ୍ଣ ନୂଆ ଜିଓ ଫୋନ୍‌ ନେକ୍ସଟ୍‌
ପାଇପାରିବେ। ଏହି ଆକର୍ଷଣୀୟ ଅଫର ଜରିଆରେ ପୁରୁଣା ୪ଜି ଫିଚରଫୋନ୍‌ ଓ ସ୍ମାର୍ଟଫୋନ୍‌ର ଗ୍ରାହକମାନଙ୍କୁ ନିଜ ଡିଭାଇସ୍‌ ଅସୁବିଧାକୁ ଧରି ରଖିବାକୁ ପଡ଼ିବନି ଏବଂ ସେମାନେ ବାସ୍ତବ ୪ଜି ଜିଓ ଡିଜିଟାଲ୍‌ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ।
ବର୍ତ୍ତମାନର ୪ଜି ଫିଚରଫୋନ୍‌ ବ୍ୟବହାରକାରୀମାନେ ଅତି ସହଜରେ ବିଶ୍ୱର ସବୁଠୁ ସୁଲଭ ସ୍ମାର୍ଟଫୋନ୍‌ ସହ ବଡ଼ ସ୍କ୍ରିନ୍‌ ଡିଜିଟାଲ୍‌ ଅନୁଭୂତି ପାଇପାରିବେ। ଏହି ଅଫର ରିଲାଏନ୍ସ ରିଟେଲ୍‌ର ଜିଓମାର୍ଟ ଡିଜିଟାଲ୍‌, ରିଲାଏନ୍ସ ଡିଜିଟାଲ୍‌ ଓ କୋଣ ଅନୁକୋଣରେ ଥିବା ଏହାର ଆଉଟ୍‌ଲେଟ୍‌ଗୁଡ଼ିକରେ ଉକ୍ତ ଫୋନ ଉପଲବ୍ଧ ହେବ, ଯଦ୍ଦ୍ବାରା ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚତ୍ପାରିବ। ସୂଚନାଯୋଗ୍ୟ ଯେ ଜିଓ ଫୋନ୍‌ ନେକ୍ସଟ୍‌କୁ ଜିଓ ଓ ଗୁଗୁଲ୍‌ ପକ୍ଷରୁ ମିଳିତ ଭାବେ ଡିଜାଇନ୍‌ କରାଯାଇଛି। ଏହା ବିଶ୍ୱର ସବୁଠୁ ସୁଲଭ ୪ଜି ସ୍ମାର୍ଟଫୋନ୍‌, ଯେଉଁଥିରେ ରହିଛି ୫.୪୫ ଇଞ୍ଚ୍‌ର ଏଚ୍‌ଡି ସ୍କ୍ରିନ୍‌ ସହ କର୍ଣ୍ଣିଂ ଗୋରିଲା ଗ୍ଲାସ୍‌ ୩ ଓ ଆଣ୍ଟି ଫିଙ୍ଗରପ୍ରଣ୍ଟ କୋଟିଂ, ୨ଜିବି ରାମ୍‌, ୩୨ଜିବି ଇନ୍‌-ବିଲ୍‌ଟ ଷ୍ଟୋରେଜ୍‌,୧୩ ମେଗାପିକ୍‌ସେଲ୍‌ ପଛ କ୍ୟାମେରା, ୮ ମେଗାପିକ୍‌ସେଲ୍‌ ସାମ୍ନା ସେଲ୍‌ଫି କ୍ୟାମେରା, ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରି ସହ ଅନେକ ପ୍ରକାର ଅତ୍ୟାଧୁନିକ ଫିଚର ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri