ଜିଓ ଫୋନ୍‌ର ‘ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌’ଅଫର

ନୂଆଦିଲ୍ଲୀ,୨୪।୫ ରିଲାଏନ୍ସ ରିଟେଲ୍‌ ପକ୍ଷରୁ ଜିଓ ଫୋନ୍‌ ନେକ୍ସଟ୍‌ ପାଇଁ ସୀମିତ ସମୟର ଏକ୍ସଚେଞ୍ଜ ଟୁ ଅପ୍‌ଗ୍ରେଡ୍‌ ଅଫରର ଶୁଭାରମ୍ଭ କରାଯାଇଛି। ଏହି ଅଫର ଅନୁସାରେ ଗ୍ରାହକମାନେ ଯେ କୌଣସି ପୁରୁଣା ସକ୍ରିୟ ୪ଜି ଫିଚର ଫୋନ୍‌, ଜିଓ ଫୋନ୍‌ କିମ୍ବା ସ୍ମାର୍ଟଫୋନ୍‌କୁ ବଦଳାଇ ମାତ୍ର ୪,୪୯୯ ଟଙ୍କାରେ ଆଉ ଏକ ସମ୍ପୂର୍ଣ୍ଣ ନୂଆ ଜିଓ ଫୋନ୍‌ ନେକ୍ସଟ୍‌
ପାଇପାରିବେ। ଏହି ଆକର୍ଷଣୀୟ ଅଫର ଜରିଆରେ ପୁରୁଣା ୪ଜି ଫିଚରଫୋନ୍‌ ଓ ସ୍ମାର୍ଟଫୋନ୍‌ର ଗ୍ରାହକମାନଙ୍କୁ ନିଜ ଡିଭାଇସ୍‌ ଅସୁବିଧାକୁ ଧରି ରଖିବାକୁ ପଡ଼ିବନି ଏବଂ ସେମାନେ ବାସ୍ତବ ୪ଜି ଜିଓ ଡିଜିଟାଲ୍‌ ଜୀବନକୁ ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ।
ବର୍ତ୍ତମାନର ୪ଜି ଫିଚରଫୋନ୍‌ ବ୍ୟବହାରକାରୀମାନେ ଅତି ସହଜରେ ବିଶ୍ୱର ସବୁଠୁ ସୁଲଭ ସ୍ମାର୍ଟଫୋନ୍‌ ସହ ବଡ଼ ସ୍କ୍ରିନ୍‌ ଡିଜିଟାଲ୍‌ ଅନୁଭୂତି ପାଇପାରିବେ। ଏହି ଅଫର ରିଲାଏନ୍ସ ରିଟେଲ୍‌ର ଜିଓମାର୍ଟ ଡିଜିଟାଲ୍‌, ରିଲାଏନ୍ସ ଡିଜିଟାଲ୍‌ ଓ କୋଣ ଅନୁକୋଣରେ ଥିବା ଏହାର ଆଉଟ୍‌ଲେଟ୍‌ଗୁଡ଼ିକରେ ଉକ୍ତ ଫୋନ ଉପଲବ୍ଧ ହେବ, ଯଦ୍ଦ୍ବାରା ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ଏହା ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚତ୍ପାରିବ। ସୂଚନାଯୋଗ୍ୟ ଯେ ଜିଓ ଫୋନ୍‌ ନେକ୍ସଟ୍‌କୁ ଜିଓ ଓ ଗୁଗୁଲ୍‌ ପକ୍ଷରୁ ମିଳିତ ଭାବେ ଡିଜାଇନ୍‌ କରାଯାଇଛି। ଏହା ବିଶ୍ୱର ସବୁଠୁ ସୁଲଭ ୪ଜି ସ୍ମାର୍ଟଫୋନ୍‌, ଯେଉଁଥିରେ ରହିଛି ୫.୪୫ ଇଞ୍ଚ୍‌ର ଏଚ୍‌ଡି ସ୍କ୍ରିନ୍‌ ସହ କର୍ଣ୍ଣିଂ ଗୋରିଲା ଗ୍ଲାସ୍‌ ୩ ଓ ଆଣ୍ଟି ଫିଙ୍ଗରପ୍ରଣ୍ଟ କୋଟିଂ, ୨ଜିବି ରାମ୍‌, ୩୨ଜିବି ଇନ୍‌-ବିଲ୍‌ଟ ଷ୍ଟୋରେଜ୍‌,୧୩ ମେଗାପିକ୍‌ସେଲ୍‌ ପଛ କ୍ୟାମେରା, ୮ ମେଗାପିକ୍‌ସେଲ୍‌ ସାମ୍ନା ସେଲ୍‌ଫି କ୍ୟାମେରା, ୩୫୦୦ ଏମ୍‌ଏଏଚ୍‌ ବ୍ୟାଟେରି ସହ ଅନେକ ପ୍ରକାର ଅତ୍ୟାଧୁନିକ ଫିଚର ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହୋଇପାରେ ଜେନେରାଲ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୩-୧: ଜେନେରାଲ ଇନସ୍ୟୁରାନ୍ସ ବା ସାଧାରଣ ବିମା ନେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ମହଙ୍ଗା ହୋଇପାରେ। ୨୦୨୦ରେ ଜେନେରାଲ ଇନସ୍ୟୁରାନ୍ସ ପ୍ରିମିୟମ ୧୦ରୁ ୧୫%...

ରିୟଲ ଇଷ୍ଟେଟରେ କମିନି ନଗଦ ନେଣଦେଣ

ନୂଆଦିଲ୍ଲୀ,୨୬-୧୧: ବିମୁଦ୍ରୀକରଣ ପରେ ଡିଜିଟାଲ କାରବାରକୁ ସରକାର ପ୍ରୋତ୍ସାହିତ କରୁଛନ୍ତି। ଏପଟେ ନଗଦ ପ୍ରତି ଭାରତୀୟଙ୍କ ଭଲ ପାଇବେ ଏବେ ମଧ୍ୟ ଗଭୀର ଥିବା ବଜାର...

ଜେଜେବାପା ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଜେଜେବାପା ହୋଇଛନ୍ତି ମୁକେଶ ଅମ୍ବାନୀ। ଏସିଆର ଏହି ସବୁଠାରୁ ଧନୀ ବ୍ୟକ୍ତିଙ୍କ ପରିବାରକୁ ଆସିଛି ନୂଆ ଅତିଥି। ମୁକେଶଙ୍କ ପୁଅ ଆକାଶ ବାପା ହୋଇଛନ୍ତି।...

ଭାରତ ମସଲା ପକ୍ଷରୁ ରିଲିଫ ବଣ୍ଟନ

କଟକ,୨୭।୪: କୋଭିଡ୍‌ ଲକ୍‌ଡାଉନ ସମୟରେ ଭାରତ ମସଲା ପକ୍ଷରୁ କଟକଠାରେ ରିଲିଫ ବଣ୍ଟନ କରାଯାଇଛି। କମ୍ପାନୀ ପକ୍ଷରୁ ଧବେଳଶ୍ୱରଗଡାଠାରେ ଥିବା ବସ୍ତିରେ ପ୍ରାୟ ୧୦୦ ପରିବାରକୁ...

ବନ୍ଦ ହେବନି ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୨୭-୬: ରାଷ୍ଟ୍ରାୟତ୍ତ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଏବଂ ଏମ୍‌ଟିଏନ୍‌ଏଲ୍‌ ବନ୍ଦ ହେବ ନାହିଁ। ଏହି କମ୍ପାନୀଗୁଡିକର ପୁନରୁଦ୍ଧାର ଲାଗି ବିସ୍ତୃତ ଯୋଜନା ବର୍ତ୍ତମାନ ପ୍ରସ୍ତୁତ ହେଉଛି।...

ଜିଏସ୍‌ଟିକୁ ପୂରିଲା ୩ ବର୍ଷ; ପୂରଣ ହୋଇନି ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧।୭ : ଦେଶ ମଧ୍ୟରେ ୨୦୧୭ ଜୁଲାଇ ପହିଲାରୁ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ କରାଯିବା ଫଳରେ ଏହା ମଧ୍ୟରେ ଅନେକ ପରୋକ୍ଷ...

ରେକର୍ଡ ସ୍ତରରେ ସୁନା: ଦର ୫୧,୮୩୩ ଟଙ୍କା ଛୁଇଁଲା

ନୂଆଦିଲ୍ଲୀ,୨୭।୭: ଗତ କିଛି ସପ୍ତାହ ଧରି ସୁନା ଦର ଭାରତରେ ବୃଦ୍ଧି ଘଟୁଥିବା ବେଳେ ଦରରେ ବିରତି ଲାଗୁନାହିଁ। ବିଦେଶୀ ବଜାର କାରଣରୁ ମଲ୍ଟି କମୋଡିଟି...

ରାଜ୍ୟଗୁଡ଼ିକୁ ୩୬,୪୦୦ କୋଟିର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୬।୬: ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) କ୍ଷତିପୂରଣ ବାବଦ କେନ୍ଦ୍ର ସରକାର ୩୬,୪୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି।...

Advertisement
Archives

Model This Week