କମିଲା ଖାଇବା ତେଲ ଦର

ନୂଆଦିଲ୍ଲୀ,୨୪।୫ ଗତ କିଛି ମାସ ପରେ ବର୍ତ୍ତମାନ ସୋରିଷ ତେଲ, ବାଦାମ, ସୋୟାବିନ୍‌ ଏବଂ ପାମୋଲିନ୍‌ ସହିତ ସମସ୍ତ ପ୍ରକାର ଖାଇବା ତୈଳ ଦରରେ ହ୍ରାସ ଘଟିଛି। ଭାରତୀୟ ବଜାରରେ ବିଭିନ୍ନ ଖାଇବା ତୈଳ ଦରରେ ଲିଟର ପିଛା ୭ରୁ ୧୦ଟଙ୍କା ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଇଣ୍ଡୋନେସିଆ ପକ୍ଷରୁ ପାମ୍‌ ତୈଳ ରପ୍ତାନି ନେଇ ଲଗାଯାଇଥିବା କଟକଣା ହଟାଇ ଦିଆଯିବା ପରେ ଏହି ହ୍ରାସ ହୋଇଛି। ବିଦେଶୀ ବଜାରରେ ସୋୟାବିନ୍‌ ଏବଂ ପାମୋଲିନ୍‌ ତୈଳ ଦରରେ ପ୍ରାୟ ୧୦୦ ଡଲାର ପର୍ଯ୍ୟନ୍ତ ହ୍ରାସ ଘଟିଥିବା ବେଳେ ସୂର୍ଯ୍ୟମୁଖୀ ତୈଳ ଦରରେ କୌଣସି ହ୍ରାସ ଘଟିନାହିଁ। ବର୍ତ୍ତମାନ ସମୟରେ ଘରୋଇ ବଜାରରେ ସୋରିଷ ତେଲ ଦରରେ ଲିଟର ପିଛା ୪୦ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ଏହି ହିସାବରେ ଜଣେ ଯଦି ମାସିକ ୧୦ ଲିଟର ସୋରିଷ ତେଲ କିଣୁଥିବେ ତାହେଲେ ତାଙ୍କର ୪୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ। ବର୍ତ୍ତମାନ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଭଳି ବଡ଼ବଡ଼ ରାଜ୍ୟରେ ସୋରିଷ ତେଲ ଦର ଲିଟର ପିଛା ୧୭୦ଟଙ୍କାରୁ କମ୍‌ ରହିଛି। ତେବେ ବିଦେଶୀ ବଜାରରେ ସୋୟାବିନ୍‌ ତେଲ ଦର ହ୍ରାସ ହୋଇ ନ ଥିବା ସତ୍ତ୍ୱେ ଭାରତୀୟ ବଜାରରେ ସେଥିରେ ହ୍ରାସ ଘଟିଛି ଏବଂ କୁଇଣ୍ଟାଲ୍‌ ପିଛା ଦର ୬,୭୨୫-୬,୮୨୫ ଟଙ୍କା ରହିଛି। ସେହିପରି ବାଦାମ ସଲ୍‌ଭେଣ୍ଟ ରିଫାଇନ୍‌ଡ ଦରରେ ୨୫ଟଙ୍କା ହ୍ରାସ ଘଟି ଟିଣ ପିଛା ୨,୬୨୫-୨,୮୧୫ ଟଙ୍କାରେ ପହଞ୍ଚିଛି। ଗତ କିଛି ଦିନ ହେଲା ବିଦେଶୀ ବଜାରର ଖାଇବା ତେଲ ଦର ଉଚ୍ଚ ସ୍ତରରେ ରହିଥିବାରୁ ଭାରତୀୟ ଆମଦାନୀରେ ହ୍ରାସ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳିଥିଲା। ଏହା ମଧ୍ୟରେ ନିଜ ଘରୋଇ ବଜାରରେ ତୈଳ ଦର କାବୁ କରିବା ଉଦ୍ଦେଶ୍ୟରେ କଟକଣା ଲଗାଇଥିବା ଇଣ୍ଡୋନେସିଆ ସୋମବାରଠାରୁ ପ୍ରତିବନ୍ଧକ ହଟାଇ ଦେଇଛି। ଏଥିସହିତ ଇଣ୍ଡୋନେସିଆ ପାମ୍‌ ତୈଳ ଦରରେ ପ୍ରାୟ ୧୦୦ ଡଲାର ହ୍ରାସ କରିଛି। ଫଳରେ ଭାରତକୁ ଆମଦାନୀ କରିବାକୁ ସହଜ ହୋଇଛି। ସୂଚନାଯୋଗ୍ୟ, ଭାରତ ଆମଦାନୀ କରୁଥିବା ପାମ୍‌ ତୈଳ ମଧ୍ୟରୁ ପ୍ରାୟ ୬୦% ଇଣ୍ଡୋନେସିଆଠାରୁ କ୍ରୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରିଆଙ୍କ ପାଇଁ ବଡ଼ ଖବର, ସେପ୍ଟେମ୍ୱରରେ ଡେରି ହେବ ସାଲାରୀ! ଏହିଦିନ ଆସିବ…

ନୂଆଦିଲ୍‌ଲୀ,୨୬।୯: ସେପ୍ଟେମ୍ୱର ମାସରେ ଚାକିରିଆମାନଙ୍କ ଅସୁବିଧା ବଢ଼ିପାରେ। UFBU ପକ୍ଷରୁ ସେପ୍ଟେମ୍ୱର ୨୮ ରୁ ୩୦, ୨୦୨୬ ପର୍ଯ୍ୟନ୍ତ ତିନି ଦିନିଆ ବ୍ୟାଙ୍କ ଧର୍ମଘଟ ଘୋଷଣା କରାଯାଇଛି।…

ପାର୍ୱଣ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ବୋନସକୁ ନେଇ ଆସିଲା ଖରାପ ଖବର

ନୂଆଦିଲ୍ଲୀ,୨୬।୯: ପାର୍ୱଣ ଋତୁ ପୂର୍ୱରୁ କର୍ମଚାରୀମାନେ ବୋନସକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ସରକାରୀ ଏବଂ ଘରୋଇ ସଂସ୍ଥା ବୋନସ ଘୋଷଣା ମଧ୍ୟ କରୁଛନ୍ତି। ଏହି ସମୟରେ…

ପହିଲାରୁ ବଦଳିବ LPG Gasର ୫ ବଡ଼ ନିୟମ! ବୁକିଂ କରିବା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୯: ଅକ୍ଟୋବର ୧ ତାରିଖରୁ ଏଲପିଜି ସିଲିଣ୍ଡର ସହିତ ଜଡିତ ଅନେକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ଗ୍ୟାସ ବୁକିଂ ଓ ରିଫିଲିଂକୁ ପ୍ରଭାବିତ…

ବ୍ୟାଙ୍କ୍‌ ଷ୍ଟ୍ରାଇକ୍‌ ପୂର୍ବରୁ SBI କଲା ବଡ଼ ଘୋଷଣା, ସେପ୍ଟେମ୍ୱର ୨୮ରୁ ଏଟିଏମ୍‌ ଚାର୍ଜ…

ନୂଆଦିଲ୍ଲୀ,୨୬।୯: ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଗ୍ରାହକ ଏବଂ ଆଗାମୀ ଦିନରେ ବ୍ୟାଙ୍କ ଧର୍ମଘଟ ଯୋଗୁଁ ଟଙ୍କାର ଅଭାବ ହେବା ଚିନ୍ତାରେ ବ୍ୟସ୍ତ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଖୁସି! ଜାଣନ୍ତୁ କେତେ ପ୍ରତିଶତ ବଢ଼ିବ DA

ନୂଆଦିଲ୍ଲୀ,୨୬।୯: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରୀ କର୍ମଚାରୀ (Central Government Employee) କିମ୍ବା ପେନସନଭୋଗୀ ଅଛନ୍ତି, ତେବେ ପାର୍ବଣ ଋତୁରେ ଆପଣଙ୍କ…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?