ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି ଜିନ୍‌ପିଙ୍ଗ୍‌, ଭିଏତ୍‌ନାମ ସୀମାରେ ଚାଇନା ଯୁଦ୍ଧପୋତ…

ବେଜିଂ, ୬।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି। ଚାଇନା ଦକ୍ଷିଣ ଚୀନ ସାଗରରେ ଏହାର ଦକ୍ଷିଣ ହେନାନ ପ୍ରଦେଶ ଏବଂ ଭିଏତନାମ ମଧ୍ୟରେ ଥିବା ଅଞ୍ଚଳରେ ସାମରିକ ଅଭ୍ୟାସ କରୁଛି।

ବ୍ୟାଙ୍କକ ପୋଷ୍ଟ ରିପୋର୍ଟ କରିଛି ଯେ ବେଜିଂର ଯୁଦ୍ଧପୋତଗୁଡ଼ିକ ଏହି ଅଞ୍ଚଳରେ ସାମରିକ ଅଭ୍ୟାସ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ହେନାନ ସାମୁଦ୍ରିକ ସୁରକ୍ଷା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ଅଞ୍ଚଳ ଭିଏତନାମର ୨୦୦ ନ୍ୟୁଟିକାଲ ମାଇଲ ଏକ୍ସକ୍ଲୁସିଭ ଇକୋନୋମିକ ଜୋନ ମଧ୍ୟରେ ରହିଛି।

ବିବାଦୀୟ ଜଳପଥର ଏକ ବଡ଼ ଅଂଶ ଚାଇନା ଦାବି କରିଆସୁଛି। ଏହି ଅଞ୍ଚଳର କିଛି ରିଫ୍‌ ଏବଂ ଦ୍ୱୀପପୁଞ୍ଜରେ କୃତ୍ରିମ ଦ୍ୱୀପ ମଧ୍ୟ ଚାଇନା ପକ୍ଷରୁ ନିର୍ମାଣ କରାଯାଇଛି। ଆମେରିକା ସମେତ ବହୁ ଦେଶ ଏହି ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି ଯେ, ଚାଇନାର ଦାବି ୧୯୮୨ ମସିହା ସାଗର ସମ୍ମିଳନୀ ଆଇନ ଅନୁସାରେ ଅସଙ୍ଗତ। ଅନ୍ତର୍ଜାତୀୟ ନିୟମ ଅନୁରୂପ ସାମୁଦ୍ରିକ ଦାବିକୁ ସୁସଂଗତ କରିବାକୁ ଆମେରିକା ବାରମ୍ବାର ଚାଇନାକୁ ଆହ୍ବାନ କରିଛି।

ଦକ୍ଷିଣ ଚୀନ ସାଗରରେ ବେଆଇନ ତଥା ଜୋର ଜବରଦସ୍ତ କାର୍ଯ୍ୟକଳାପକୁ ବନ୍ଦ କରିବାକୁ ମଧ୍ୟ ଚାଇନାକୁ କୁହାଯାଇଛି। ତେବେ ଚାଇନା ଏହାକୁ ଅଣଦେଖା କରି ନିଜର ବିସ୍ତାରବାଦୀ ନୀତିକୁ ଗୁରୁତ୍ୱ ପ୍ରଦାନ କରୁଥିବା ଅନ୍ତର୍ଜାତୀୟସ୍ତରରେ ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri