ଜିନ୍ଦଲ ଷ୍ଟେନ୍‌ଲେସ୍‌କୁ ସୋର୍ଡ ଅଫ୍‌ ଅନର ପୁରସ୍କାର

ନୂଆଦିଲ୍ଲୀ,୨୩।୧୨: ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)କୁ ନିକଟରେ ଆଉ ଏକ ଅନ୍ତଃରାଷ୍ଟ୍ରୀୟ ସମ୍ମାନ ଓ ସ୍ବୀକୃତି ‘ସୋର୍ଡ ଅଫ୍‌ ଅନର’ ମିଳିଛି। ଏପରିକି ଜେଏସ୍‌ଏଲ୍‌ର ହିସାର ୟୁନିଟକୁ ବ୍ରିଟିଶ ସେଫ୍ଟି କାଉନସିଲ୍‌ ପକ୍ଷରୁ ସମ୍ମାନଜନକ ‘ସୋର୍ଡ ଅଫ୍‌ ଅନର’ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ବିଶ୍ୱସ୍ତରୀୟ ପୁରସ୍କାର ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବା ପାଇଁ କମ୍ପାନୀର ଅତୁଟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏପରିକି ବୃତ୍ତିଗତ ସ୍ବାସ୍ଥ୍ୟ ଏବଂ ସୁରକ୍ଷା ପରିଚାଳନାରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ସଂସ୍ଥାଗୁଡ଼ିକୁ ସୋର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥାଏ। ୨୦୨୪ରେ ଏହି ମାନ୍ୟତା ପାଇବାରେ ବିଶ୍ୱର ମାତ୍ର ୭୧ଟି ଅନୁଷ୍ଠାନ ମଧ୍ୟରୁ ଜିନ୍ଦଲ ଷ୍ଟେନଲେସ୍‌ ଅନ୍ୟତମ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା କମ୍ପାନୀର ସୁଦୃଢ଼ ସୁରକ୍ଷା ସଂସ୍କୃତି ଏବଂ ପରିଚାଳନାଗତ ଉତ୍କର୍ଷକୁ ସୂଚାଉଛି।
ଏ ସମ୍ପର୍କରେ ଜିନ୍ଦଲ ଷ୍ଟେନ୍‌ଲେସ୍‌ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଥିଲେ, ଏହି ସମ୍ମାନ ଜିନ୍ଦଲ ଷ୍ଟେନ୍‌ଲେସରେ ସୁରକ୍ଷା ଏବଂ ପରିଚାଳନାଗତ ଉକତ୍ର୍ଷ ଉପରେ ଆମର ନିରନ୍ତର ଧ୍ୟାନକୁ ପ୍ରତିଫଳିତ କରୁଛି। ଏପରିକି ଆମେ ଆମର କର୍ମଚାରୀ, ସହଯୋଗୀ ଏବଂ ଅଂଶୀଦାରମାନଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ରହିଛୁ। ଆମେ ନିରନ୍ତର ଅଭିବୃଦ୍ଧି ଦିଗରେ ଆଗକୁ ବଢୁଥିବାବେଳେ ଏହି ସ୍ବୀକୃତି ବିଶ୍ୱସ୍ତରୀୟ ସୁରକ୍ଷା ମାନଦଣ୍ଡକୁ ବଜାୟ ରଖିବା ପାଇଁ ଆମର ସଂକଳ୍ପକୁ ଆହୁରି ଦୃଢ଼ କରିଛି। ସେହିଭଳି ଜିନ୍ଦଲ ଷ୍ଟେନ୍‌ଲେସ ହିସାର ୟୁନିଟର ବରିଷ୍ଠ ଉପାଧ୍ୟକ୍ଷ ତଥା ୟୁନିଟ୍‌ ହେଡ ବିଜୟ ବିନ୍ଦଲିଶ କହିଛନ୍ତି, ଜିନ୍ଦଲ ଷ୍ଟେନଲେସରେ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ହୋଇଥିଲାବେଳେ ଶୂନ୍ୟ ଦୁର୍ଘଟଣା ହାସଲ କରିବା ପାଇଁ ଆମର ପ୍ରତିବଦ୍ଧତା, ସର୍ବୋଚ୍ଚ ନିରାପତ୍ତା ମାନଦଣ୍ଡ ବଜାୟ ରଖିବା ଦିଗରେ ଆମର ସମର୍ପିତ ମନୋଭାବକୁ ପ୍ରତିଫଳିତ କରିଛି। ଉଲ୍ଲେଖଯୋଗ୍ୟ, ସୋର୍ଡ ଅଫ୍‌ ଅନର ପାଇବା ପାଇଁ ୨୦୨୩ ଅଗଷ୍ଟ ୧ରୁ ୨୦୨୪ ଜୁଲାଇ ୩୧ ମଧ୍ୟରେ ଅନୁଷ୍ଠିତ ବ୍ରିଟିଶ ସେଫ୍ଟି କାଉନସିଲର ସ୍ବାସ୍ଥ୍ୟ ଓ ସୁରକ୍ଷା ପରିଚାଳନା ଅଡିଟ୍‌ ଯୋଜନାରେ ସଂସ୍ଥାଗୁଡିକ ୫ତାରକା ରେଟିଂ ହାସଲ କରିବା ଆବଶ୍ୟକ ରହିଛି। ଏପରିକି କମ୍ପାନୀର ହିସାର ୟୁନିଟ୍‌ କେବଳ ଆବଶ୍ୟକ ମାନଦଣ୍ଡ ପୂରଣ କରିନାହିଁ ବରଂ କମ୍ପାନୀର ପ୍ରତ୍ୟେକ ସ୍ତରରେ ଉକତ୍ୃଷ୍ଟ ସୁରକ୍ଷା ଅଭ୍ୟାସ ପ୍ରଦର୍ଶନ କରି ଏହି ମାନ୍ୟତା ହାସଲ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri