Posted inଫୁରସତ

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟୟନ ପ୍ରକାଶ ପାଇଛି। ଟୋକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ଅଂଶଗ୍ରହଣକାରୀ ବ୍ୟକ୍ତିଙ୍କର ମାନବୀୟ ଭାବାବେଗ ଜାଣିବା ପାଇଁ ବୈଜ୍ଞାନିକମାନେ ସେମାନଙ୍କର ଚର୍ମ ସମ୍ବେଦନଶୀଳତା(ସ୍କିନ୍‌ କଣ୍ଡକ୍ଟାନ୍ସ)କୁ ବ୍ୟବହାର କରିଛନ୍ତି। ସାଧାରଣତଃ ଶରୀରରେ ହେଉଥିବା ଝାଳ ନିର୍ଗତ ଏବଂ ବିଭିନ୍ନ ପ୍ରକାର ସ୍ନାୟୁ କାର୍ଯ୍ୟକଳାପ ପ୍ରତିକ୍ରିୟାରେ ପରିବର୍ତ୍ତନ ଘଟିଥାଏ। ଫଳରେ ଶରୀରରୁ ଚର୍ମ ସମ୍ବେଦନଶୀଳତାର ମାତ୍ରା ମଧ୍ୟ ବିଭିନ୍ନ ସ୍ଥିତିରେ ଭିନ୍ନ ଭିନ୍ନ ରହିଥାଏ। ଏହା ମାନବୀୟ ଭାବାବେଗର ବିଭିନ୍ନ ଅବସ୍ଥାକୁ ସୂଚିତ କରୁଥିବା ନେଇ ଏହି ଅଧ୍ୟୟନ କରିଥିବା ବୈଜ୍ଞାନିକମାନେ କହିଛନ୍ତି।
ଏହି ଅଧ୍ୟୟନରେ ମାନବ ଭାବାବେଗକୁ ବିଶ୍ଳେଷଣ କରିପାରୁଥିବା ବିଭିନ୍ନ ପାରମ୍ପରିକ କୌଶଳ ଉପରେ ପ୍ରଶ୍ନ ଉଠାଯାଇଛି। ଖାସ୍‌କରି କୌଣସି ବ୍ୟକ୍ତିଙ୍କ ମୁହଁର ହାବଭାବରୁ ତାଙ୍କ ମନସ୍ଥିତି ବିଷୟରେ ଜାଣିବା, ବକ୍ତବ୍ୟକୁ ବିଶ୍ଳେଷଣ କରି ଭାବାବେଗ ସମ୍ପର୍କରେ ଅନୁମାନ କରିବା ଆଦି ପଦ୍ଧତିରେ ତ୍ରୁଟି ରହିଛି ବୋଲି ଟୋକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି। ସାଧାରଣତଃ ଯେକୌଣସି ସ୍ଥାନରେ ଅଡିଓ ଏବଂ ଭିଜୁଆଲ ଅବସ୍ଥା ସର୍ବଦା ଆଦର୍ଶ ସ୍ଥିତିରେ ନ ଥାଏ। ତେଣୁ ଏପରି କୌଶଳ ଭୁଲ୍‌ ଫଳାଫଳ ଦେବାର ସମ୍ଭାବନା ରହିଛି। ମାନବ ଭାବାବେଗକୁ ପରଖିବା ପାଇଁ ଚର୍ମ ସମ୍ବେଦନଶୀଳତା ଏକ ଉତ୍କୃଷ୍ଟ ବିକଳ୍ପ ବୋଲି ଏହି ଅଧ୍ୟୟନରେ କୁହାଯାଇଛି। ବାସ୍ତବ ସମୟରେ ମଣିଷର ଭାବନାକୁ ଧରିବା ପାଇଁ ଏହା ସର୍ବୋତ୍ତମ ଉପାୟ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ଅଧ୍ୟୟନରେ ୩୩% ଅଂଶଗ୍ରହଣକାରୀଙ୍କର ଭାବପ୍ରବଣ ପ୍ରତିକ୍ରିୟାକୁ ମାପିବା ପାଇଁ ସେମାନଙ୍କୁ ଭିନ୍ନ ଭିନ୍ନ ଭାବପ୍ରବଣ ଭିଡିଓ ଦେଖାଯାଇଥିଲା। ଏହାପରେ ତୁରନ୍ତ ସେମାନଙ୍କ ଚର୍ମର ସମ୍ବେଦନଶୀଳତାକୁ ପରୀକ୍ଷା କରାଯାଇଥିଲା। ଫଳାଫଳରେ ବିଭିନ୍ନ ପ୍ରକାର ଭାବନା ପାଇଁ ଅଲଗା ଅଲଗା ପାଟର୍ନ ଦେଖିବାକୁ ମିଳିଥିଲା। ଭୟ ସମ୍ବନ୍ଧିତ ଭିଡିଓ ଦେଖିଥିବା ବ୍ୟକ୍ତିଙ୍କ ଭାବପ୍ରବଣତାର ପ୍ରତିକ୍ରିୟା ସବୁଠାରୁ ଦୀର୍ଘସ୍ଥାୟୀ ଥିଲା। ତେବେ ସୁଖ ଏବଂ ଦୁଃଖର ମିଶ୍ରିତ ଥିବା ପାରିବାରିକ ସମ୍ପର୍କ ସହ ଜଡ଼ିତ ଭିଡିଓ ଦେଖିଥିବା ବ୍ୟକ୍ତିଙ୍କ ଭାବପ୍ରବଣତାର ପ୍ରତିକ୍ରିୟା ଧିମା ଥିଲା। ଅନ୍ୟପକ୍ଷରେ, ହାସ୍ୟ ଭିଡିଓ କ୍ଷେତ୍ରରେ ତ୍ୱରିତ ତଥା କ୍ଷଣିକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା।
ଭବିଷ୍ୟତରେ ମାନବ ଭାବାବେଗକୁ ପରଖିବା ପାଇଁ ରହିଥିବା କୌଶଳର ବିକାଶରେ ଏହି ଅଧ୍ୟୟନର ଫଳାଫଳ ସହାୟକ ହେବ ବୋଲି ଟାକିଓ ମେଟ୍ରୋପଲିଟାନ ୟୁନିଭର୍ସିଟିର ବୈଜ୍ଞାନିକମାନେ କହିଛନ୍ତି।
ଅନ୍ୟ ଶାରୀରିକ ସଙ୍କେତ ସହ ମିଳିତ ଭାବେ ଚର୍ମ ସମ୍ବେଦନଶୀଳତା ମାନବ ଭାବାବେଗକୁ ନେଇ ଅଧିକ ଠିକ୍‌ ଫଳାଫଳ ଦେଇପାରିବ ବୋଲି ସେମାନେ କହିଛନ୍ତି। ଭବିଷ୍ୟତରେ ରୋବୋମାନେ ମଣିଷ ସହ ଭାବପ୍ରବଣ ଭାବେ କିପରି ଯୋଗାଯୋଗ କରିପାରିବେ ତାହା ଏହି ଅଧ୍ୟୟନ ଦ୍ୱାରା ସ୍ପଷ୍ଟ ହୋଇଛି। କେବଳ ରୋବୋଟିକ୍ସ କ୍ଷେତ୍ରରେ ନୁହେଁ ବରଂ ମନୁଷ୍ୟର ଭାବନାତ୍ମକ ପଦକ୍ଷେପକୁ ବୁଝିବାରେ ଏହି ଅଧ୍ୟୟନ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି। ଉକ୍ତ ଅଧ୍ୟୟନ ଚିକିତ୍ସା, ବୈଷୟିକ ସହାୟତା, ମଣିଷ-ରୋବୋ ଯୋଗାଯୋଗ ଆଦି କ୍ଷେତ୍ରରେ ଅନେକ ନୂତନ ସମ୍ଭାବନାକୁ ଖୋଲିପାରଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ୍‌ର ଗୁମର ଖୋଲିଲେ ଗାଭାସ୍କର: ଦେଲେ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ

ନୂଆଦିଲ୍ଲୀ,୧୨।୧୦:ଭାରତୀୟ ଘରୋଇ କ୍ରିକେଟର ସବୁଠାରୁ ପ୍ରତିଷ୍ଠିତ ପ୍ରଥମ ଶ୍ରେଣୀ ଟୁର୍ନାମେଣ୍ଟ ରଣଜୀ ଟ୍ରଫିର ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ରଣଜୀ ଟ୍ରଫିରେ…

ସୁସ୍ଥ ଶରୀର ପାଇଁ ଜଳ ଜରୁରୀ, ହାର୍ଟ-ଲିଭରକୁ ସୁରକ୍ଷା ଦେବା ସହ…

ଆମ ଶରୀର ପାଇଁ ଜଳ କେତେ ଉପକାରୀ, ତାହା କହିବା ବାହୁଲ୍ୟ ମାତ୍ର। ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ବ୍ୟତୀତ ଆବଶ୍ୟକ ମୁତାବକ ପାଣି ପିଇବା…

ଏମିତି କରି T20ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି ୱେଷ୍ଟଇଣ୍ଡିଜ; ଭାରତ ରହିଛି ପଛରେ

ନୂଆଦିଲ୍ଲୀ,୧୨।୧୦: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ T20 କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ରବିବାର ଭାରତ ବିପକ୍ଷ ତୃତୀୟ T20 ମ୍ୟାଚରେ କାରିବିଆନ ଦଳ ମୋଟ ୧୩ଟି ଛକା…

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପୁଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ବଦଳିଲା କ୍ରିକେଟ ମ୍ୟାଚର ସ୍ଥାନ, ଏଥିପାଇଁ ଦାୟୀ ରହିବ କି ପାକିସ୍ତାନ ରାଜନୀତି? ଜାଣନ୍ତୁ…

ଇସଲାମାବାଦ,୧୨।୧୦: ପାକିସ୍ତାନର ରାଜନୈତିକ ସଙ୍କଟର ପ୍ରଭାବ ବର୍ତ୍ତମାନ କ୍ରିକେଟ ଉପରେ ମଧ୍ୟ ପଡ଼ିବା ଆରମ୍ଭ ହୋଇଛି। ଖୈବର ପଖତୁନଖୱା ଅଞ୍ଚଳରେ ପାକିସ୍ତାନ ସରକାରଙ୍କ ଦ୍ୱାରା ନିକଟରେ ଜରୁରୀକାଳୀନ…

‘ମୋ ବାପା ସବୁକିଛି ସମ୍ଭାଳି ନେବେ’: ଧନୀ ଯୁବକଙ୍କ ଅହଂକାରୀ ଆଚରଣ; ମା’ ଜନ୍ମଦିନରେ ଉପହାର ଦେଇଥିବା କାର ଚଢାଇ ୩ ଛାତ୍ର ମୃତ

କୋଚି,୧୨।୧୦: କେରଳର ନେଦୁମ୍ବାସେରୀରେ ତିନିଜଣ ଛାତ୍ରୀଛାତ୍ରଙ୍କ ଜୀବନ ନେଇଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣା ପରେ ଅହଂକାର ଓ ଅବହେଳାର ଏକ ଚାଞ୍ଚଲ୍ୟକର ଚିତ୍ର ସାମ୍ନାକୁ ଆସିଛି।…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଭାରତ ବିପକ୍ଷ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଏହି ଖେଳାଳି ଜାଣନ୍ତୁ…

ଓ୍ବେଲିଂଟନ,୧୨ା୧୦: ଆସନ୍ତା ୨୨ ତାରିଖରୁ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ କ୍ରିକେଟ ସିରିଜ୍‌ ପାଇ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଫିନ ଆଲେନ, ଲୋକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?