ପ୍ରଚାରରେ ଷ୍ଟାର ପ୍ରଚାରକ ଜିନା, ଶୁଭାଶିଷ

ଗଞ୍ଜାମ,୨୧।୩(ଡି.ଏନ.ଏ.): ପୌର ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଗଞ୍ଜାମ ସହାରାଞ୍ଚଳରେ ଶକ୍ତି ପ୍ରଦର୍ଶନ କରାଯାଇଛି। ଷ୍ଟାର ପ୍ରଚାରକ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଜିନା ଓ ସିରିଏଲ ଅଭିନେତା ଶୁଭାଶିଷ ଶର୍ମା ପ୍ରମୁଖଙ୍କୁ ନେଇ ବିଜେଡି ଏନ୍‌ଏସି ଯୁବ ସଭାପତି ସୁଧୀର କୁମାର ପାଢ଼ୀଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ରାଲି ସହର ସ୍ଥିତ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ବାହାରି ସହରାଞ୍ଚଳର ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲା। ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡି ପ୍ରାର୍ଥିନୀ ଝୁଲି ପାତ୍ର ଏବଂ ସମସ୍ତ ବିଜେଡି କାଉନସିଲରଙ୍କୁ ଭୋଟ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ଶୋଭାଯାତ୍ରାରେ ମୁଖ୍ୟ ମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାଶ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ନଗର ବିଜେଡି ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ୧୫ନଂ.ଜିଲା ପରିଷଦ ସଦସ୍ୟ ସନାତନ ବେହେରା, ନିରଞ୍ଜନ ପରିଡା, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ଊର୍ମିଳା ପଲାଇ, ପୂର୍ବତନ ଉପାଧ୍ୟକ୍ଷ ନୀଳାଞ୍ଚଳ ବାରିକି, ନଗର ସଭାପତି ପି.ରାଜୁ ରେଡ୍ଡୀ, ପୂର୍ବତନ କାଉନସିଲର ନିରଞ୍ଜନ ରାଉଳଙ୍କ ସମେତ ସମସ୍ତ ୱାର୍ଡର ଯୁବ ବିଜେଡି କର୍ମୀ ଉକ୍ତ ଶୋଭାଯାତ୍ରାରେ ସାମିଲ ରହିଥିଲେ।