Posted inଖେଳ

ନାସ୍କାର ଚାମ୍ପିୟନ ଡ୍ରାଇଭର ଜନ୍‌ସନ୍‌ କରୋନା ପଜିଟିଭ୍‌

ଇଣ୍ଡିଆନାପୋଲିସ୍‌ (ୟୁଏସ୍‌), ୫ା୭ (ଏପି)-ସାତ ଥର ନାସ୍କାର ଚାମ୍ପିୟନ ଜେମି ଜନସନ କରୋନା ଭାଇରସ୍‌ ପଜିଟିଭ୍‌ ବୋଲି ଜଣାପଡ଼ିଛି। ଫଳରେ ସେ ରବିବାର ଇଣ୍ଡିଆନାପୋଲିସ ମୋଟର ସ୍ପିଡ୍‌ଓ୍ବେ ରେସ୍‌ରେ ଭାଗ ନେଇ ପାରିବେ ନାହିଁ। କୌଣସି ନାସ୍କାର ସିରିଜରେ କରୋନା ପଜିଟିଭ୍‌ ହେବାରେ ୪୪ ବର୍ଷୀୟ ଜନସନ ହେଉଛନ୍ତି ପ୍ରଥମ ଡ୍ରାଇଭର। ଏହା ରେସ୍‌କୁ ପ୍ରଭାବିତ କରିବ କି ନା ସେ ସମ୍ପର୍କରେ କୌଣସି ସୂଚନା ନାହିଁ। ଡାକ୍ତର ସୁସ୍ଥ ଘୋଷଣା ନ କରିବା ପର୍ଯ୍ୟନ୍ତ ଜନସନ ରେସ୍‌କୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ବୋଲି ହେଣ୍ଡ୍ରିକ୍‌ ମୋଟର ଟ୍ରାନ୍ସପୋର୍ଟସ ପ୍ରକାଶ କରିଛି। ଜନସନଙ୍କ ସ୍ତ୍ରୀ ଚାନିଙ୍କ ନିକଟରେ ଆଲର୍ଜି ଲକ୍ଷଣ ଦେଖା ଦେଇଥିଲା। କୋଭିଡ୍‌-୧୯ ଟେଷ୍ଟରେ ତାଙ୍କର ପଜିଟିଭ୍‌ ଆସିବା ପରେ ଜନସନଙ୍କର ଟେଷ୍ଟ ହୋଇଥିଲା। କିନ୍ତୁ ତାଙ୍କ ନିକଟରେ ରୋଗର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ଜନସନ କହିଛନ୍ତି, ମୋ କପ୍‌ କ୍ୟାରିୟରରେ କେବେ ଏକ ରେସ୍‌ ମିସ୍‌ କରି ନାହିଁ। ପ୍ରତିଯୋଗିତା ବାହାରେ ରହି ରେସ୍‌ ଦେଖିବା ମୋ ପାଇଁ କଷ୍ଟକର ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs ZIM: ଭାରତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ, ଅଭିଷେକଙ୍କ ସ୍ଥାନରେ ସାମସନଙ୍କୁ ସୁଯୋଗ …

ନୂଆଦିଲ୍ଲୀ,୨୫।୨: ଜିମ୍ବାୱେ ବିପକ୍ଷ ସୁପର-୮ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ରଣନୀତିକୁ ନେଇ ବଡ଼ ସଙ୍କେତ ଦେଇଛନ୍ତି ବ୍ୟାଟିଂ କୋଚସିତାଂଶୁ କୋଟକ। ଖରାପ ଫର୍ମ ଦେଇ ଗତି…

IND VS ZIM: ଭାରତ ଅବସ୍ଥା ଆମ ସହ ସମାନ, ମ୍ୟାଚ୍‌ ପୂର୍ବରୁ ଏଭଳି କହି ଚେତାବନୀ ଦେଲେ…

ନୂଆଦିଲ୍ଲୀ,୨୫।୨: ଟି-୨୦ ବିଶ୍ୱକପ୍ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଜିମ୍ବାୱେ ଅଲରାଉଣ୍ଡର ରୟାନ ବର୍ଲ ଏକ ବଡ଼ ବୟାନ ଦେଇଛନ୍ତି। ଭାରତୀୟ ମାଟିରେ ଭାରତ ବିରୋଧରେ ଖେଳିବା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

ପ୍ରଥମଥର ଟି୨୦ ବିଶ୍ୱକପରେ ଘଟିଲା ଏମିତି: ବ୍ରୁକ ରଚିଲେ ଇତିହାସ

ନୂଆଦିଲ୍ଲୀ,୨୫।୨: ପାକିସ୍ତାନ ବିପକ୍ଷରେ ହ୍ୟାରି ବ୍ରୁକ ଏକ ଐତିହାସିକ ଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଏହି ବିଜୟ ସହିତ…

T20 World Cup 2026: ସେମିଫାଇନାଲରେ ଇଂଲଣ୍ଡ, ବିଶ୍ୱକପ୍‌ ରେସ୍‌ରୁ ପାକିସ୍ତାନ ବିଦା?

ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି…

T20 World Cup 2026: ଟିମ୍‌ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…

ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍‌ ନିଷ୍ପତ୍ତି ଦେଇ ଆଉଟ୍‌ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍‌ନର ଦୀର୍ଘ ୨୨ ବର୍ଷ…

ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ

ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍‌ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri