Posted inଫୁରସତ

କଥା ଜିଲାପିର

ଚିନି ଶିରାରେ ଭିଜା କୁର୍‌ମୁରା ଲାଲ ଓ ନାରଙ୍ଗୀ ରଙ୍ଗର ମିଷ୍ଟାନ୍ନ ଇଏ। ଦେଖିବାକୁ ତେଢ଼ାମେଢ଼ା ଗୋଲ ଗୋଲ। ପାଟିକୁ ଗଲେ ମନ ଖୁସିରେ ଭରିଯାଏ। ଏଇ ହେଉଛି ଜିଲାପି। ଛୋଟ ପିଲାଙ୍କଠୁ ଆରମ୍ଭକରି ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ଇଏ। ଆଉ ଗରମ ଗରମ ଜିଲାପି ଖାଇବାର ମଜା ତ ଅଲଗା। ଭାରତର ବିଭିନ୍ନ ରାଜ୍ୟରେ ଛୋଟ ବଡ଼ ବିଭିନ୍ନ ଆକାରର ଜିଲାପି ଦେଖିବାକୁ ମିଳେ। କମ୍‌ ମୂଲ୍ୟରେ ତାଜା ଜିଲାପି ମିଳୁଥିବାରୁ ଲୋକେ ମନ ଖୁସିରେ ଖାଇଥାନ୍ତି। ଖୁସିର ଅବସର ତଥା ଉତ୍ସବ ସମୟରେ ତ ଏହାର ଚାହିଦା ବେଶି ଥାଏ। ଅନେକ ସ୍ଥାନରେ ଜିଲାପି ସହ ରାବିଡ଼ି, କ୍ଷୀର ଖିଆଯାଏ। ପୁଣି କେଉଁଠି ଏହାକୁ ଦହି ସହ ବି ଖିଆଯାଏ। ହେଲେ ଜାଣନ୍ତି ଏହାର ଇତିହାସ ସମ୍ପର୍କରେ। ଆଉ କ’ଣ ସବୁ ରୋଚକ କଥା ରହିଛି ଜିଲାପି ବିଷୟରେ…

ଜିଲାପିର ଆରମ୍ଭ: ଭାରତରେ ଜିଲାପିର ଇତିହାସ ୫୦୦ ବର୍ଷ ପୁରୁଣା ବୋଲି ବିଶ୍ୱାସ କରାଯାଏ। କୁହାଯାଏ ତୁର୍କୀ ଆକ୍ରମଣକାରୀଙ୍କ ସହ ଏହା ଭାରତକୁ ଆସିଥିଲା। ସମୟକ୍ରମେ ଏହାର ନାମ, ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦରେ ଆସିଛି ଅନେକ ପରିବର୍ତ୍ତନ। ଆରବୀୟ ଶବ୍ଦ ‘ଜଲାବିୟା’ ଅବା ଫାରସୀ ଶବ୍ଦ ‘ଜଲିବିୟା’ରୁ ‘ଜଲେବି’ ଶବ୍ଦ ଆସିଛି ବୋଲି ଧରାଯାଏ। ଯାହା ଓଡ଼ିଶାରେ ଜିଲାପି ନାମରେ ବେଶ୍‌ ପରିଚିତ। ମଧ୍ୟକାଳୀନ ପୁସ୍ତକ ‘କିତାବ- ଅଲ -ତବିକ’ରେ ‘ଜଲାବିୟା’ ନାମକ ମିଠେଇର ବର୍ଣ୍ଣନା ରହିଛି। ଯାହା ପଶ୍ଚିମ ଏସିଆରୁ ଆସିଥିବା ଶବ୍ଦ । ଜିଲାପି ଭାରତ ନୁହେଁ ଇରାନରେ ବି ମିଳିଥାଏ। ସେଠାରେ ଏହାକୁ ‘ଜୁଲାବିୟା’ ବା ‘ଜୁଲୁବିୟା’ କୁହାଯାଏ। ଆରବୀୟ ପାକକଳା ପୁସ୍ତକରେ ‘ଜୁଲୁବିୟା’ ପ୍ରସ୍ତୁତି ପ୍ରଣାଳୀ ବି ରହିଛି। ୧୭ ଶତାବ୍ଦୀରେ ‘ଭୋଜନକୁଟୁହଲା’ ନାମକ ପୁସ୍ତକରେ ଓ ସଂସ୍କୃତର ପୁସ୍ତକ ‘ଗୁଣ୍ୟଗୁଣବୋଧିନି’ରେ ବି ଜିଲାପି ସମ୍ପର୍କରେ ଉଲ୍ଲେଖ ରହିଛି।

ଜିଲାପିର ପ୍ରକାର
ଜିଲାପି ପ୍ରସ୍ତୁତି ପ୍ରଣାଳୀ ଓ ସ୍ବାଦ ପ୍ରାୟ ସବୁ ସ୍ଥାନରେ ଏକାପରି ହୋଇଥିଲେ ହେଁ ଭିନ୍ନ ଭିନ୍ନ ସ୍ଥାନରେ ଏହାର ଭିନ୍ନ ଆକାରକୁ ନେଇ ଭିନ୍ନ ଭିନ୍ନ ନାମ ରହିଛି।

ଜଲେବା: ମଧ୍ୟପ୍ରଦେଶର ଇନ୍ଦୋରରେ ୩୦୦ ଗ୍ରାମର ଗୋଟିଏ ଜିଲାପି ମିଳିଥାଏ। ଏଥିରେ ଗ୍ରେଟେଡ୍‌ ପନିର ପକାଯାଇଥାଏ। ଏଠାରେ ଏହାକୁ ‘ଜଲେବା’ କୁହାଯାଏ।

ଚନାର ଜିଲ୍‌ପି: ପଶ୍ଚିମବଙ୍ଗରେ ଏହାକୁ ‘ଚନାର ଜିଲ୍‌ପି’ କୁହାଯାଏ। ସ୍ବାଦରେ ଏହା ବଙ୍ଗାଳୀ ଗୋଲାପ ଜାମୁନ ପଣ୍ଟୁଆ ପରି ହୋଇଥାଏ, ଯାହାକୁ କ୍ଷୀର ମାଓ୍ବାରେ ପ୍ରସ୍ତୁତ କରାଯାଇଥାଏ।

ବିଦେଶରେ ଜିଲାପି
ଜିଲାପି କେବଳ ଭାରତରେ ନୁହେଁ, ଅନ୍ୟ ଦେଶରେ ବି ମିଳିଥାଏ। ଲେବାନନ୍‌ରେ ଜିଲାପି ଏକ ଲମ୍ବାକାର ପେଷ୍ଟ୍ରି । ଇରାନରେ ଏହାକୁ ‘ଜୁଲୁବିୟା’, ଟ୍ୟୁନୁଶିୟାରେ ‘ଜଲାବିୟା’ ଓ ଆରବରେ ଜିଲାପିକୁ ‘ଜଲାବିୟା’ କୁହାଯାଏ। ଆଫଗାନିସ୍ତାନରେ ମାଛ ସହ ଜିଲାପି ପରଷା ଯାଇଥାଏ। ଶ୍ରୀଲଙ୍କାରେ ବି ଲୋକେ ଜିଲାପି ଖାଆନ୍ତି। ଏଠାରେ ଏହାକୁ ‘ପାନି ବିଲାଲୁ’ କୁହାଯାଏ। ଏହା ଜିଲାପି ପରି ଦେଖିବାକୁ ହୋଇଥାଏ। ନେପାଳରେ ‘ଜେରି ମିଠାଇ’ ଜିଲାପିର ଏକ ରୂପ ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?