Categories: ଗଞ୍ଜାମ

କୁଲାଡ ରାଧା ଗିରିଧାରୀ ଆଶ୍ରମରେ ଝୁଲଣ ଯାତ୍ରା, ଜାରି ରହିଛି ୨୩ବର୍ଷର ପରମ୍ପରା

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଶ୍ରାବଣ ଶୁକ୍ଲପକ୍ଷ ଏକାଦଶୀ ଠାରୁ ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁଲାଡ଼ ରାଧା ଗିରିଧାରୀ ଆଶ୍ରମ ଠାରେ ମହା ଆଡମ୍ବର ସହକାରେ ପବିତ୍ର ଝୁଲଣ ଯାତ୍ରା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ମାନଙ୍କରେ ଶ୍ରୀ ଗିରି ମହାରାଜଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରି ବିମାନ ମଣ୍ଡିତ କରାଯାଇଥିଲା। ଏକାଦଶୀ ଦିନ ଫୁଲ ବେଶ ଦ୍ୱାଦଶୀରେ ଶ୍ୟାମ ବେଶ, ତ୍ରୟୋଦଶୀରେ ଗୋପ ବେଶ ଏବଂ ପୂର୍ଣ୍ଣିମୀ ଦିନ ରାଜ ବେଶରେ ସଜ୍ଜିତ କରାଯାଇଥିଲା। ଏଥିରେ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ସନ୍ଧ୍ୟା ଆରତୀ, ତୁଳସୀ ପରିକ୍ରମା କରି ଭଗବାନ ଶ୍ରୀକୃଷ୍ଣଙ୍କ ନାମରେ ଭକ୍ତ ମାନେ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ।

ଠାକୁରଙ୍କୁ ସୁନ୍ଦର ଭାବେ ସଜାଇ ଝୁଲଣାରେ ଝୁଲାଇ ଆର୍ଶିବାଦ ଲାଭ କରିଥିଲେ। ଏଥିସହ ଭଜନ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ମହାରାଜ ତ୍ରିଦଣ୍ଡି ସ୍ୱାମୀ ଭକ୍ତି ଶରଣ ପରାମାର୍ଥି ମହାରାଜ ପ୍ରବକ୍ତା ଭାବେ ପ୍ରବଚନ ପ୍ରଦାନ କରିଥିଲେ। ଦୀର୍ଘ ୨୩ ବର୍ଷରୁ ଅଧିକ ସମୟ ଧରି ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଥିବା ମଠର ବୈଷ୍ଣବ ମାନେ ପ୍ରକାଶ କରିଛନ୍ତି। ପ୍ରତ୍ୟୋକ ଦିନ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଇଥିଲା।

 

Dharitri – Odisha’s No.1 Odia Daily

Share