Categories: ଖେଳ

ମହିଳା ବିଶ୍ୱକପ୍‌ ଇତିହାସରେ ଝୁଲଣ ଗୋସ୍ବାମୀ

ହାମିଲଟନ,୧୦।୩: ଭେଟେରାନ ଭାରତୀୟ ପେସର ଝୁଲଣ ଗୋସ୍ବାମୀ ଗୁରୁବାର ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ସହ ସମକକ୍ଷ ହୋଇଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆନ ସ୍ପିନର ଲିନ ଫୁଲସଟନ(୩୯ ଉଇକେଟ)ଙ୍କ ନାମରେ ଥିଲା।

କ୍ୟାରିୟରର ୫ମ ଦିନିକିଆ ବିଶ୍ୱକପ୍‌ ଖେଳୁଥିବା ୩୯ ବର୍ଷୀୟ ଝୁଲଣ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଉଇକେଟକିପର କାଟି ମାର୍ଟିନଙ୍କୁ ଆଉଟ୍‌ କରି ଏହି ରେକର୍ଡର ସମକକ୍ଷ ହୋଇଛନ୍ତି। ଫୁଲସଟନ ଅଷ୍ଟ୍ରେଲିଆ ପାଇଁ ୧୯୮୨ରୁ ୮୮ ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ। ସେ ବିଶ୍ୱକପ୍‌ର ୨୦ ମ୍ୟାଚ୍‌ରେ ୩୯ ଉଇକେଟ ହାସଲ କରିଥିଲେ। ଅନ୍ୟପକ୍ଷରେ ସମାନ ସଂଖ୍ୟକ ଉଇକେଟ ହାତେଇବା ପାଇଁ ଭାରତୀୟ ପେସରଙ୍କୁ ୩୦ ମ୍ୟାଚ୍‌ ଲାଗିଛି।

Share