Posted inଖେଳ

ଦୃଷ୍ଟି ଆଢ଼ୁଆଳରେ ଦୃଷ୍ଟିବାଧିତ ମହିଳା କ୍ରିକେଟର

ସମ୍ପ୍ରତି କେନ୍ଦ୍ର ଓ ଓଡ଼ିଶା ସରକାର ଖେଳର ବିକାଶ ସହ ଖେଳାଳିଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଦେଶ କିପରି ଖେଳରେ ଆଗକୁ ବଢ଼ିବ ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି। ସେହିପରି ଓଡ଼ିଶାକୁ କ୍ରୀଡ଼ା ହବ୍‌ରେ ପରିଣତ କରିବାପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି। କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଦେଶରେ ଉଦାହରଣ ପାଲଟିଛି ଓଡ଼ିଶା। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହ ଉଚ୍ଚମାନର ଟ୍ରେନିଂ ଆଦି ଅନେକ ଯୋଜନା ହାତକୁ ନିଆଯାଇଛି। ଆର୍ଥିକ ପ୍ରୋତ୍ସାହନ ଯୋଗୁ ଅନେକ ଖେଳାଳି ଉପକୃତ ହୋଇପାରିଛନ୍ତି ଏବଂ ଆଗକୁ ବଢ଼ିବାର ସୁଯୋଗ ପାଉଛନ୍ତି। ରାଜ୍ୟର ପାରା ଆଥଲେଟ୍‌ମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦ୍ୱାରା ରାଜ୍ୟ ଓ ଦେଶକୁ ଗର୍ବିତ କରୁଛନ୍ତି। ଦୃଷ୍ଟିବାଧିତ ମହିଳା ଓ ପୁରୁଷ କ୍ରିକେଟ ଖେଳାଳିମାନେ ଜାତୀୟ ଦଳରେ ପ୍ରଦର୍ଶନର ଛାପ ଛାଡ଼ୁଛନ୍ତି। ମାତ୍ର ଏବେ ମଧ୍ୟ ଅନେକ ଖେଳାଳି ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ଦୃଷ୍ଟିବାଧିତ ମହିଳା କ୍ରିକେଟ ଖେଳାଳି ଝିଲି ବିରୁଆ। ସମ୍ପ୍ରତି ନେପାଳରେ ଚାଲିଥିବା ଦ୍ୱିପାକ୍ଷିକ ସିରିଜରେ ଖେଳୁଥିବା ଭାରତୀୟ ଦଳରେ ସାମିଲଥିବା ୪ ଓଡ଼ିଶା ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ। ଅନ୍ୟ ୩ ଜଣ ହେଲେ ଫୁଲ ସୋରେନ, ବାସନ୍ତି ହାଁସଦା ଓ ପଦ୍ମିନୀ ଟୁଡୁ।
ଝିଲିଙ୍କ ବୟସ ମାତ୍ର ୧୩ ବର୍ଷ। ଘର କେନ୍ଦୁଝର। ଦୁଇ ଭାଇରେ ଗୋଟିଏ ଭଉଣୀ। ସେ ଛୋଟ ହୋଇଥିବାବେଳେ ମା’ ଘରଛାଡ଼ି ଅନ୍ୟତ୍ର ଚାଲି ଯାଇଥିବାବେଳେ ମଜୁରି କରି ପରିବାର ପୋଷୁଥିବା ବାପା ଗତ କରୋନା ମହାମାରୀରେ ଆଖି ବୁଜିଛନ୍ତି। ଅସୁସ୍ଥ ଜେଜେମା’ଙ୍କ ଉପରେ ଏବେ ପରିବାରର ବୋଝ। ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘର ସଭାପତି ଜାଫର ଇକ୍‌ବାଲଙ୍କ ସୂଚନା ଅନୁସାରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଦୈନିକ ଗୁଜୁରାଣ ମେଣ୍ଟାଇବା ଲାଗି ଦୁଇଭାଇ ନିର୍ମାଣକାର୍ଯ୍ୟ ସ୍ଥଳରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଅଧାରୁ ପାଠପଢ଼ା ଛାଡ଼ି ଏଥିରେ ମଧ୍ୟ ଝିଲି ସାମିଲ ହୋଇଛନ୍ତି। କୋଭିଡ୍‌ ସମୟରେ ସେ ମଧ୍ୟ ଶ୍ରମିକଭାବେ କାମକରୁଥିବା ନଜରକୁ ଆସିଥିଲା। ମାତ୍ର କ୍ରିକେଟ ଖେଳରେ ତାଙ୍କର ବହୁତ ସଉକ। ସେ ସ୍କୁଲରେ ପଢୁଥିବାବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ରାଜ୍ୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରିବାପରେ ପ୍ରଥମଥରପାଇଁ ଗଠିତ ହୋଇଥିବା ଭାରତୀୟ ଦୃଷ୍ଟିବାଧିତ ଜାତୀୟ ମହିଳା କ୍ରିକେଟ ଦଳରେ ସୁଯୋଗ ପାଇଛନ୍ତି। ତାଙ୍କର ଆଦର୍ଶ ହେଉଛନ୍ତି ବିରାଟ କୋହଲି। ପିଲାଦିନେ କାଠରେ ତିଆରି ଏକ ଧନୁତୀରକୁ ନେଇ ଖେଳୁଥିବା ବେଳେ ଏଥିରେ ଆଘାତପ୍ରାପ୍ତ ହୋଇ ସେ ତାଙ୍କ ବାମ ଆଖି ଦୃଷ୍ଟିଶକ୍ତି ହରାଇଥିଲେ। ଭୋପାଳଠାରେ ଆୟୋଜିତ ଟ୍ରେନିଂ କ୍ୟାମ୍ପ ମନୋନୀତ ୩୮ଜଣ କ୍ରିକେଟରଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।
ଭାରତୀୟ ଦଳର ଅଧିକାଂଶ ଖେଳାଳି ବିବିଧ ପୃଷ୍ଠଭୂମିରୁ ଆସିଛନ୍ତି। ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦୁଇ ଦଶନ୍ଧି ହେଲା ଖେଳାଯାଇ ଆସୁଛି। ଏବେ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଗଠନ କରାଯାଇଛି। ଏହି ଦଳ ଏବେ ନେପାଳରେ ଦ୍ୱିପାକ୍ଷିକ ସିରିଜ ଖେଳୁଛି। ସ୍ବଳ୍ପ ବୟସରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲେ ହେଁ ସେଥିପ୍ରତି ଝିଲିଙ୍କର ପରବାୟ ନାହିଁ। କ୍ରିକେଟ ତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଦେବ ମନରେ ବିଶ୍ୱାସ ରହିଛି।
ନେପାଳରେ ଖେଳୁଥିବା ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳର ଅଧିନାୟିକା ଅଛନ୍ତି ୨୦ ବର୍ଷୀୟା ସୁଷମା ପଟେଲ। ମଧ୍ୟପ୍ରଦେଶ ରାଜ୍ୟ ଦାମୋ ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ଏକ ଗ୍ରାମରେ ତାଙ୍କର ଜନ୍ମ। ଟିଭି ଧାରାବାହିକ ରାମାୟଣ ଦ୍ୱାରା ଅନୁପ୍ରାଣିତ ହୋଇ ସୁଷମା ଓ ତାଙ୍କର ୩ ଭାଇ ଧନୁତୀର ଖେଳିଥାନ୍ତି। ଦିନେ ଏକ ତୀର ଆସି ତାଙ୍କ ଡାହାଣ ଆଖିରେ ବାଜିଥିଲା। ଆଘାତପ୍ରାପ୍ତ ହୋଇ ସେ ଆଂଶିକ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୬ବର୍ଷ ବୟସ ହୋଇଥିଲା। ସେ କେବଳ ତାଙ୍କ ବାମ ଆଖିରେ ଦେଖିପାରୁଥିଲେ। ମାତ୍ର କ୍ରମେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବାରେ ଲାଗିଥିଲା। ନିଜ ଭବିଷ୍ୟତ ନେଇ ସେ ଚିନ୍ତିତ ଥିଲେ। କିନ୍ତୁ କ୍ରିକେଟ ତାଙ୍କ ଜୀବନରେଖାକୁ ବଦଳାଇ ଦେଇଛି। ଭାଇମାନେ କ୍ରିକେଟର ହୁଅନ୍ତୁ ବୋଲି ତାଙ୍କ ପିତା ଚହୁଁଥିଲେ। ତାହା ହୋଇପାରି ନ ଥିଲା। ବର୍ତ୍ତମାନ ସେ ତାଙ୍କ ସ୍ବପ୍ନକୁ ସାକାର କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri