Posted inଖେଳ

ଦୃଷ୍ଟି ଆଢ଼ୁଆଳରେ ଦୃଷ୍ଟିବାଧିତ ମହିଳା କ୍ରିକେଟର

ସମ୍ପ୍ରତି କେନ୍ଦ୍ର ଓ ଓଡ଼ିଶା ସରକାର ଖେଳର ବିକାଶ ସହ ଖେଳାଳିଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଦେଶ କିପରି ଖେଳରେ ଆଗକୁ ବଢ଼ିବ ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି। ସେହିପରି ଓଡ଼ିଶାକୁ କ୍ରୀଡ଼ା ହବ୍‌ରେ ପରିଣତ କରିବାପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି। କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଦେଶରେ ଉଦାହରଣ ପାଲଟିଛି ଓଡ଼ିଶା। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହ ଉଚ୍ଚମାନର ଟ୍ରେନିଂ ଆଦି ଅନେକ ଯୋଜନା ହାତକୁ ନିଆଯାଇଛି। ଆର୍ଥିକ ପ୍ରୋତ୍ସାହନ ଯୋଗୁ ଅନେକ ଖେଳାଳି ଉପକୃତ ହୋଇପାରିଛନ୍ତି ଏବଂ ଆଗକୁ ବଢ଼ିବାର ସୁଯୋଗ ପାଉଛନ୍ତି। ରାଜ୍ୟର ପାରା ଆଥଲେଟ୍‌ମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ ଦ୍ୱାରା ରାଜ୍ୟ ଓ ଦେଶକୁ ଗର୍ବିତ କରୁଛନ୍ତି। ଦୃଷ୍ଟିବାଧିତ ମହିଳା ଓ ପୁରୁଷ କ୍ରିକେଟ ଖେଳାଳିମାନେ ଜାତୀୟ ଦଳରେ ପ୍ରଦର୍ଶନର ଛାପ ଛାଡ଼ୁଛନ୍ତି। ମାତ୍ର ଏବେ ମଧ୍ୟ ଅନେକ ଖେଳାଳି ଦୃଷ୍ଟି ଆଢ଼ୁଆଳରେ ରହିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ଦୃଷ୍ଟିବାଧିତ ମହିଳା କ୍ରିକେଟ ଖେଳାଳି ଝିଲି ବିରୁଆ। ସମ୍ପ୍ରତି ନେପାଳରେ ଚାଲିଥିବା ଦ୍ୱିପାକ୍ଷିକ ସିରିଜରେ ଖେଳୁଥିବା ଭାରତୀୟ ଦଳରେ ସାମିଲଥିବା ୪ ଓଡ଼ିଶା ଖେଳାଳିଙ୍କ ମଧ୍ୟରୁ ସେ ଅନ୍ୟତମ। ଅନ୍ୟ ୩ ଜଣ ହେଲେ ଫୁଲ ସୋରେନ, ବାସନ୍ତି ହାଁସଦା ଓ ପଦ୍ମିନୀ ଟୁଡୁ।
ଝିଲିଙ୍କ ବୟସ ମାତ୍ର ୧୩ ବର୍ଷ। ଘର କେନ୍ଦୁଝର। ଦୁଇ ଭାଇରେ ଗୋଟିଏ ଭଉଣୀ। ସେ ଛୋଟ ହୋଇଥିବାବେଳେ ମା’ ଘରଛାଡ଼ି ଅନ୍ୟତ୍ର ଚାଲି ଯାଇଥିବାବେଳେ ମଜୁରି କରି ପରିବାର ପୋଷୁଥିବା ବାପା ଗତ କରୋନା ମହାମାରୀରେ ଆଖି ବୁଜିଛନ୍ତି। ଅସୁସ୍ଥ ଜେଜେମା’ଙ୍କ ଉପରେ ଏବେ ପରିବାରର ବୋଝ। ଓଡ଼ିଶା ଦୃଷ୍ଟିବାଧିତ କ୍ରିକେଟ ସଂଘର ସଭାପତି ଜାଫର ଇକ୍‌ବାଲଙ୍କ ସୂଚନା ଅନୁସାରେ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଦୈନିକ ଗୁଜୁରାଣ ମେଣ୍ଟାଇବା ଲାଗି ଦୁଇଭାଇ ନିର୍ମାଣକାର୍ଯ୍ୟ ସ୍ଥଳରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଅଧାରୁ ପାଠପଢ଼ା ଛାଡ଼ି ଏଥିରେ ମଧ୍ୟ ଝିଲି ସାମିଲ ହୋଇଛନ୍ତି। କୋଭିଡ୍‌ ସମୟରେ ସେ ମଧ୍ୟ ଶ୍ରମିକଭାବେ କାମକରୁଥିବା ନଜରକୁ ଆସିଥିଲା। ମାତ୍ର କ୍ରିକେଟ ଖେଳରେ ତାଙ୍କର ବହୁତ ସଉକ। ସେ ସ୍କୁଲରେ ପଢୁଥିବାବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ରାଜ୍ୟ ସ୍ତରରେ ପ୍ରଭାବୀ ପ୍ରଦର୍ଶନ କରିବାପରେ ପ୍ରଥମଥରପାଇଁ ଗଠିତ ହୋଇଥିବା ଭାରତୀୟ ଦୃଷ୍ଟିବାଧିତ ଜାତୀୟ ମହିଳା କ୍ରିକେଟ ଦଳରେ ସୁଯୋଗ ପାଇଛନ୍ତି। ତାଙ୍କର ଆଦର୍ଶ ହେଉଛନ୍ତି ବିରାଟ କୋହଲି। ପିଲାଦିନେ କାଠରେ ତିଆରି ଏକ ଧନୁତୀରକୁ ନେଇ ଖେଳୁଥିବା ବେଳେ ଏଥିରେ ଆଘାତପ୍ରାପ୍ତ ହୋଇ ସେ ତାଙ୍କ ବାମ ଆଖି ଦୃଷ୍ଟିଶକ୍ତି ହରାଇଥିଲେ। ଭୋପାଳଠାରେ ଆୟୋଜିତ ଟ୍ରେନିଂ କ୍ୟାମ୍ପ ମନୋନୀତ ୩୮ଜଣ କ୍ରିକେଟରଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ।
ଭାରତୀୟ ଦଳର ଅଧିକାଂଶ ଖେଳାଳି ବିବିଧ ପୃଷ୍ଠଭୂମିରୁ ଆସିଛନ୍ତି। ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦୁଇ ଦଶନ୍ଧି ହେଲା ଖେଳାଯାଇ ଆସୁଛି। ଏବେ ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଗଠନ କରାଯାଇଛି। ଏହି ଦଳ ଏବେ ନେପାଳରେ ଦ୍ୱିପାକ୍ଷିକ ସିରିଜ ଖେଳୁଛି। ସ୍ବଳ୍ପ ବୟସରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲେ ହେଁ ସେଥିପ୍ରତି ଝିଲିଙ୍କର ପରବାୟ ନାହିଁ। କ୍ରିକେଟ ତାଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଦେବ ମନରେ ବିଶ୍ୱାସ ରହିଛି।
ନେପାଳରେ ଖେଳୁଥିବା ଭାରତୀୟ ଦୃଷ୍ଟିବାଧିତ ମହିଳା ଦଳର ଅଧିନାୟିକା ଅଛନ୍ତି ୨୦ ବର୍ଷୀୟା ସୁଷମା ପଟେଲ। ମଧ୍ୟପ୍ରଦେଶ ରାଜ୍ୟ ଦାମୋ ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ଏକ ଗ୍ରାମରେ ତାଙ୍କର ଜନ୍ମ। ଟିଭି ଧାରାବାହିକ ରାମାୟଣ ଦ୍ୱାରା ଅନୁପ୍ରାଣିତ ହୋଇ ସୁଷମା ଓ ତାଙ୍କର ୩ ଭାଇ ଧନୁତୀର ଖେଳିଥାନ୍ତି। ଦିନେ ଏକ ତୀର ଆସି ତାଙ୍କ ଡାହାଣ ଆଖିରେ ବାଜିଥିଲା। ଆଘାତପ୍ରାପ୍ତ ହୋଇ ସେ ଆଂଶିକ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ସେତେବେଳକୁ ତାଙ୍କୁ ମାତ୍ର ୬ବର୍ଷ ବୟସ ହୋଇଥିଲା। ସେ କେବଳ ତାଙ୍କ ବାମ ଆଖିରେ ଦେଖିପାରୁଥିଲେ। ମାତ୍ର କ୍ରମେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବାରେ ଲାଗିଥିଲା। ନିଜ ଭବିଷ୍ୟତ ନେଇ ସେ ଚିନ୍ତିତ ଥିଲେ। କିନ୍ତୁ କ୍ରିକେଟ ତାଙ୍କ ଜୀବନରେଖାକୁ ବଦଳାଇ ଦେଇଛି। ଭାଇମାନେ କ୍ରିକେଟର ହୁଅନ୍ତୁ ବୋଲି ତାଙ୍କ ପିତା ଚହୁଁଥିଲେ। ତାହା ହୋଇପାରି ନ ଥିଲା। ବର୍ତ୍ତମାନ ସେ ତାଙ୍କ ସ୍ବପ୍ନକୁ ସାକାର କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri