ଝାରସୁଗୁଡା ଉପନିର୍ବାଚନ: ଭୋଟ ଦେଲେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ଉପନିର୍ବାଚନ ଲାଗି ମତଦାନ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଭୋଟ ଦେଇଛନ୍ତି।

ସୂଚନାଯୋଗ୍ୟ, ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ। ୩ ପ୍ରମୁଖ ରାଜନେତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିବା ବେଳେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ।