ଜାମତରା ଲିଙ୍କ୍‌ରେ ଝାରସୁଗୁଡ଼ାର ସାଇବର୍‌ ଅପରାଧି

ଝାରସୁଗୁଡ଼ା ଅଫିସ,୧୦ା୯: ଝାରସୁଗୁଡ଼ା ପୋଲିସ ଆଉ ଏକ ଆନ୍ତଃ ରାଜ୍ୟ ସାଇବର୍‌ କ୍ରାଇମ୍‌ ରହସ୍ୟ ଉନ୍ମୋଚନ କରିଛି। ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ପଶ୍ଚିମବଙ୍ଗର ମୂଳବାସିନ୍ଦା ଝାରସୁଗୁଡ଼ା କାଳୀମନ୍ଦିର ରୋଡ୍‌ରେ ରହିଥିବା ମୁଖ୍ୟ ଅଭିଯୁକ୍ତ ସେଖ ଅମଦୁଲ ଓରଫ ସେଖ ମେସ୍ଥକିନ୍‌(୨୮) ଓ ଅନ୍ୟଜଣେ ଅଭିଯୁକ୍ତ ଝାରସୁଗୁଡ଼ା ପାହାଡି ମନ୍ଦିର ନିକଟ ଆଦର୍ଶ କଲୋନୀର ସୁନିଲ କୁମାର ସାହୁ(୩୨)ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ପୋଲିସ ୨ ମୋବାଇଲ, ୪ ସିମ୍‌, ୮ ପାସ୍‌ବୁକ୍‌, ୩ ଏଟିଏମ୍‌ ଜବତ କରିଛି। ଏ ନେଇ ପୋଲିସ ଝାରସୁଗୁଡା ଥାନା କେସ୍‌ (ନଂ୪୫୨/୨୧)ରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

ଏସ୍‌ପି ବିକାଶ ଚନ୍ଦ୍ର ଦାସ ଓ ଏସ୍‌ଡିପିଓ ନିର୍ମଳ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ କହିଥିଲେ, କିଛିମାସ ତଳେ ଝାରସୁଗୁଡ଼ାରେ ହୋଇଥିବା ୪୪ଲକ୍ଷ ଟଙ୍କା ସାଇବର୍‌ କ୍ରାଇମ୍‌ର ରହସ୍ୟ ଉନ୍ମୋଚନ ହୋଇଥିଲା। ଏ ନେଇ ପୋଲିସ ଅଧିକ ତଦନ୍ତ ଚଲାଇଥିଲା। ବେଳେ ଜଣେ ବ୍ୟକ୍ତିଙ୍କ ନାମରେ ଝାରସୁଗୁଡାର ବିଭିନ୍ନ ବ୍ୟାଙ୍କରେ ଟଙ୍କା ଜମା ହୋଇ ପୁଣି ଅନ୍ୟ ଆକାଉଣ୍ଟଗୁଡିକୁ ଟ୍ରାନ୍ସଫର୍‌ ହେଉଥିଲା। ଏହା ଜଣାପଡିବା ପରେ ଟାଉନ ଥାନା ଆଇଆଇସି ସାବିତ୍ରୀ ବଳ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତ ବେଳେ ସ୍ଥାନୀୟ ଆଦର୍ଶ କଲୋନୀର ସୁନିଲଙ୍କ ନାମରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କାନଡା ବ୍ୟାଙ୍କ, ସେଣ୍ଟ୍ରାଲ୍‌ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଆଦିରେ ୧୨ ଆକାଉଣ୍ଟ ରହିଥିବା ଜଣାପଡିଥିଲା। ଏହିସବୁ ଆକାଉଣ୍ଟକୁ ବିଭିନ୍ନ ସମୟରେ ମୋଟା ଅଙ୍କର ଟଙ୍କା ଆସି ପରବର୍ତ୍ତି ସମୟରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର୍‌ କରାଯାଉଥିଲା। ପୋଲିସ ସୁନିଲଙ୍କୁ ଧରି ଜେରା ପରେ ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡ ସେଖ୍‌ ଅମଦୁଲ ସମ୍ପୃକ୍ତ ଥିବା ଜଣାପଡିଥିଲା। ଅମଦୁଲଙ୍କୁ ପଚରାଉଚୁରା ବେଳେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍‌ କରି ଟଙ୍କା ଟ୍ରାନ୍ସଫର କରାଯାଉଥିଲା। ଏହା ଝାଡଖଣ୍ଡ ଜାମତରାରୁ ପରିଚାଳନା ହେଉଥିବା ସେ ସୂଚନା ଦେଇଥିଲେ।

ଅନ୍ୟପକ୍ଷେ ଏହି ର଼୍ୟାକେଟ୍‌ର ମାଷ୍ଟର ମାଇଣ୍ଡ କିଛିମାସ ତଳେ ଝାରସୁଗୁଡ଼ା ଆସିଥିବା ବେଳେ ସୁନିଲ ଓ ଅମଦୁଲଙ୍କୁ ଭେଟି ସାଇବର୍‌ କ୍ରାଇମ୍‌ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ସେ ଅନ୍ୟକୁ ଆକାଉଣ୍ଟ ଖୋଲିବା ପାଇଁ ପ୍ରଥମେ ୧୦ହଜାର ଟଙ୍କା ଦେଉଥିଲେ। ଆକାଉଣ୍ଟ ଖୋଲିବା ପରେ ସେମାନଙ୍କ ନିକଟରୁ ଏଟିଏମ୍‌ କାର୍ଡ ନେଇଯାଉଥିଲେ। ଏହିସବୁ ଆକାଉଣ୍ଟକୁ ବିଭିନ୍ନ ଆକାଉଣ୍ଟରୁ ଟଙ୍କା ଆସିଥାଏ। ଏହି ଟଙ୍କାରୁ ୮ପ୍ରତିଶତ ଆକାଉଣ୍ଟରେ ରଖି ବାକି ଟଙ୍କାକୁ ଏଟିଏମ୍‌ ସାହାଯ୍ୟରେ ଉଠାଇ ନେଉଥିଲେ। ଏଭଳି ଅନେକ ଲୋକଙ୍କ ନାମରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲକ୍ଷାଧିକ ହାତେଉ ଥିଲେ। ତଦନ୍ତ ପରେ ଜଣାପଡିଛି ଏହି ର଼୍ୟାକେଟ୍‌ର ଲିଙ୍କ୍‌ ଉତ୍ତରପ୍ରଦେଶରେ ରହିଛି। ଏ ନେଇ ଉତ୍ତରପ୍ରଦେଶ ବାହାରିଚ ଜିଲା ଫାକରପୁର ଥାନା କେସ୍‌ (ନଂ.୩୪୫/୨୧)ରେ ଏକ ମାମଲା ରହିଛି। ଉତ୍ତରପ୍ରଦେଶ ପୋଲିସ ଓଡ଼ିଶା ଆସି କୋର୍ଟଙ୍କ ଅନୁମତି ନେଇ ଜେରା କରିବ। ଝାରସୁଗୁଡାରୁ ଏକ ପୋଲିସ୍‌ ଟିମ୍‌ ଝାଡଖଣ୍ଡ ଜମାତରା ଯାଇ ସେଠାକାର ପୋଲିସ ସହାୟତାରେ ର଼୍ୟାକେଟ୍‌ ସମ୍ପର୍କରେ ତଦନ୍ତ କରିବ। ଏହି ମାମଲାରେ ୧୨ ଆକାଉଣ୍ଟକୁ ପୋଲିସ ଫିଜ୍‌ କରିଛି। ଏହିସବୁ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ରହିଛି ବୋଲି ଏସ୍‌ପି ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri