Posted inଜାତୀୟ

୨୦ ବର୍ଷରେ ଝାଡ଼ଖଣ୍ଡ: ମୋଦି ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୧୫।୧୧: ଝାଡ଼ଖଣ୍ଡକୁ ରବିବାର ୨୦ ବର୍ଷ ପୂରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍‌ କରି ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ଏହା ସହିତ ସେ ବିର୍ସା ମୁଣ୍ଡାଙ୍କ ୧୪୫ ତମ ଜନ୍ମ ଦିବସରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ବିର୍ସା ମୁଣ୍ଡାଙ୍କ ଜନ୍ମ ୧୮୭୫ ନଭେମ୍ବର ୧୫ରେ ତତ୍‌କାଳୀନ ବଙ୍ଗାଳ ପ୍ରେସିଡ଼େନ୍ସିର ବିହାରର ରାଞ୍ଚି ଜିଲାର ଉଲିହାତୁଠାରେ ହୋଇଥିଲା। ୧୯୦୦ ଜୁନ୍‌ ୯ରେ ମାତ୍ର ୨୪ ବର୍ଷ ବୟସରେ ରାଞ୍ଚିର କେନ୍ଦ୍ରୀୟ ଜେଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ୨୦୦୦ ନଭେମ୍ବର ୧୫ରେ ବିହାରଠାରୁ ଅଲଗା ହୋଇ ଝାଡ଼ଖଣ୍ଡ ସ୍ଥାପିତ ହୋଇଥିଲା। ଏନଡିଏ ନେତୃତ୍ୱରେ ଏଠାରେ ବାବୁଲାଲ ମରାଣ୍ଡି ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ: ମିଳିଲା ୨୬ ଲକ୍ଷର ଅଚଳ ନୋଟ

ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମଣିପୁରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ. ଇବୋବି ସିଂଙ୍କର ତିନୋଟି ସହରର ୯ଟି ସ୍ଥାନରେ ଥିବା ଘର ଉପରେ ସିବିଆଇ ଚଢ଼ାଉ କରି ନଗଦ ୧୧.୪୭...

ଡବ୍ଲ୍ୟୁଏଚ୍‌ଓର ରିପୋର୍ଟରେ ଯୋଡାଯାଇଛି ମନଇଚ୍ଛା ଶଦ୍ଦ

ନୂଆଦିଲ୍ଲୀ, ୧୨।୫: କରୋନା ଭୂତାଣୁର ବି.୧.୬୧୭ ମ୍ୟୁଟାଣ୍ଟକୁ ଭାରତୀୟ ଭାରିଆଣ୍ଟ ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେଉଛି। ତେବେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଏହାର...

ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ହେବ ସହଜ

ନୂଆଦିଲ୍ଲୀ/ଲଣ୍ଡନ, ୨୨।୮: ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ସମ୍ଭବ ହୋଇପାରିବ। ଏନେଇ ଗୁଡ଼ଗାଓ୍ବଁର ଏକ ଘରୋଇ ଟ୍ରାଭେଲ୍‌ କମ୍ପାନୀ ଅଗଷ୍ଟ ୧୫ଠାରୁ ଏକ ବସ୍‌ର...

୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କଲେ ଗର୍ଭବତୀ ମହିଳା

ଥିରୁଭାନନ୍ତପୁରମ୍‌, ୮।୨: କେରଳରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଜଣେ ଗର୍ଭବତୀ ମହିଳା ତାଙ୍କର ୬ ବର୍ଷ ବୟସ୍କ ଶିଶୁପୁତ୍ରଙ୍କୁ ହତ୍ୟା କରିଛନ୍ତି। ପାଲାକ୍କାଡ଼ା ଜିଲାରେ ରବିବାର...

ଆଉ ରକ୍ଷା ନାହିଁ: ସ୍ଥିତି ହେଲା ଅସମ୍ଭାଳ…

ନୂଆଦିଲ୍ଲୀ,୧୯।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ବେଲଗାମ ହେବା ଯୋଗୁ ଲୋକଙ୍କ ମଧ୍ୟ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣ...

ମହାତ୍ମାଙ୍କ ୭୩ତମ ପୁଣ୍ୟତିଥି: ଦେଶ ଦେଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥିରେ ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ବିଧାୟକ କହିଲେ, ଫୁଲମାଳ ନୁହେଁ ମୋତେ ବହି ଦରକାର

ଥିରୁଭାନନ୍ତପୁରମ୍‌, ୨୧।୧୧: ଆଜିକାଲି ସୋସିଆଲ ମିଡିଆରେ କେରଳର ଜଣେ ବିଧାୟକଙ୍କ ଫଟୋ ଏବଂ କାହାଣୀ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସେ ନିଜ ଫେସବୁକରେ ଏକ...

ଭୟଭୀତ ହେବାର ଆବଶ୍ୟକତା ନାହିଁ

ବେଙ୍ଗାଲୁରୁ,୨।୧୨: ଗୁରୁବାର ପ୍ରଥମ ଥର ପାଇଁ ଦେଶରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟାରେ ଆକ୍ରାନ୍ତ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱର ୩୦ତମ ଦେଶ ଭାବେ...

Advertisement
Archives

Model This Week