ବଲାଙ୍ଗୀରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୮ା୭(ବୀରେନ୍ଦ୍ର କୁମାର ଝାଙ୍କର): ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଶୁକ୍ରବାର ବଲାଙ୍ଗୀର ଆସି ଏକ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ପିତା ମାର୍କଣ୍ଡ ମିଶ୍ର ଓ ମାତା ଜ୍ୟୋତିର୍ମୟୀ ମିଶ୍ରଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୋରେନ୍‌ ଯୋଗଦେଇ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ସୋରେନ୍‌ ରାଞ୍ଚତ୍ସ୍ଥିତ ବିର୍ସା ମୁଣ୍ଡା ଉଡ଼ାଜାହାଜ ପଡିଆରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ବଲାଙ୍ଗୀର ଜିଲା ତୁଷରାସ୍ଥିତ ଉଡାଜାହାଜ ପଡିଆକୁ ଆସିଥିଲେ। ସେଠାରୁ ସେ ସଡକ ପଥରେ ବଲାଙ୍ଗୀର ଆସି ହୋଟେଲ ସେଲିବ୍ରେସନ୍‌ ଠାରେ ଆୟୋଜିତ ଦ୍ୱାଦଶାହ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୋରେନ୍‌ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମିଶ୍ରଙ୍କ ସହ ତାଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ। କିଛିଦିନ ତଳେ ଜଷ୍ଟିସ ମିଶ୍ରଙ୍କ ମାତାଙ୍କ ପରଲୋକ ହୋଇଥିଲା। ତା’ର କିଛି ଦିନ ପରେ ତାଙ୍କ ପିତାଙ୍କ ପରଲୋକ ହୋଇଥିଲା। ଏଠାକୁ ଆସି ଶ୍ରଦ୍ଧାଞ୍ଜଳି ଜଣାଇଛି ବୋଲି କହିଥିଲେ। ସେଠାରେ କିଛି ସମୟ ରହିବା ପରେ ସେ ପୁଣି ତୁଷରା ଉଡାଜାହାଜ ପଡିଆକୁ ଯାଇ ସେଠାରୁ ରାଞ୍ଚତ୍ ଅଭିମୁଖେ ଫେରିଥିବା ଜଣାପଡିଛି। ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ଜିଲାପାଳ ଚଞ୍ଚଳ ରାଣା, ଏସ୍‌ପି ଋଷିକେଶ ଖିଲାରି, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓ ବିଭିନ୍ନ କୋର୍ଟର ଜଷ୍ଟିସ୍‌ ଓ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବଲାଙ୍ଗୀର ଟିକ୍ରାପଡା ସ୍ଥିତ ବାସଭବନରେ ଗତ ଜୁନ୍‌ ୧୭ ତାରିଖ ଜଷ୍ଟିସ୍‌ ମିଶ୍ରଙ୍କ ମାତା ଜ୍ୟୋତିର୍ମୟୀଙ୍କ ବିୟୋଗ ଘଟିଥିଲା। ଏହାପରେ ଗତ ଜୁନ ୨୬ରେ ତାଙ୍କ ପିତା ବିଶିଷ୍ଟ ଆଡଭୋକେଟ୍‌୍‌ ମାର୍କଣ୍ଡ ମିଶ୍ରଙ୍କ ପରଲୋକ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ତୁଳସୀରେ ଅଛି ଅନେକ ଔଷଧୀୟ ଗୁଣ: ସକାରାତ୍ମକ ପରିବେଶ…

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ରେ ତୁଳସୀ ପୂଜନ ଉତ୍ସବ ପାଈଁ ଅଞ୍ଚଳ ଉତ୍ସବ ମୁଖର ହୋଇଛି। ଏହି...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri