Posted inଜାତୀୟ

ଆଣବିକ ଆକ୍ରମଣ, ରାସାୟନିକ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଝାଜର-ଚେନ୍ନାଇରେ ହେବ ସ୍ବତନ୍ତ୍ର ହସ୍ପିଟାଲ…

ନୂଆଦିଲ୍ଲୀ, ୨୨।୮ : ଭବିଷ୍ୟତରେ ଭୋପାଳ ଗ୍ୟାସ ଦୁର୍ଘଟଣା କିମ୍ବା କାନପୁର ଆମୋନିୟା ଗ୍ୟାସ ଲିକ ଭଳି ଦୁର୍ଘଟଣା ଘଟିଲେ ପୀଡିତମାନେ ଦୁଇଟି ନୂତନ ଉଚ୍ଚ ବିଶେଷଜ୍ଞତା ବିଶିଷ୍ଟ ମେଡିକାଲରେ ଚିକିତ୍ସା ଯୋଗାଇ ଦିଆଯିବ। ଝାଜର ଏବଂ ଚେନ୍ନାଇରେ ଏଭଳି ହସ୍ପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି। ଏଠାରେ ରାସାୟନିକ, ଜୈବିକ, ରେଡିଓଆକ୍ଟିଭ ଏବଂ ଆଣବିକ ଦୁର୍ଘଟଣା କିମ୍ବା ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଚିକିତ୍ସା ସୁବିଧା ମିଳିବ।

ମନ୍ତ୍ରଣାଳୟ ଅନୁଯାୟୀ, ଝାଜରର ଏମ୍ସ କ୍ୟାମ୍ପସରେ ଚେନ୍ନାଇର ଷ୍ଟାନଲି ମେଡିକାଲ କଲେଜରେ କେମିକାଲ, ଜୈବିକ, ରେଡିଓଲୋଜିକାଲ ଏବଂ ଆଣବିକ (ସିବିଆରଏନ) କେନ୍ଦ୍ର ପ୍ରତିଷ୍ଠା କରାଯିବ। ସ୍ବାସ୍ଥ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ପରମାଣୁ ଶକ୍ତି ବିଭାଗ ଏବଂ ଭାବା ପରମାଣୁ ଗବେଷଣା କେନ୍ଦ୍ର ପରି ଅନ୍ୟାନ୍ୟ ଅନୁଷ୍ଠାନ ସହିତ ପରାମର୍ଶ କରି ଏହାର ପ୍ରକଳ୍ପ ରିପୋର୍ଟ ଏଚଏଲଏଲ ଇନଫ୍ରା ଟେକ ସର୍ଭିସେସ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

୨୩୦ କୋଟି ଟଙ୍କା ବ୍ୟୟରେ ଏହି କେନ୍ଦ୍ରଗୁଡ଼ିକ ଦେଢ଼ ବର୍ଷରେ ନିର୍ମାଣ ହେବ। ଉଭୟ ହସ୍ପିଟାଲରେ ୫୦ ଟି ଲେଖାଏଁ ଶଯ୍ୟା ସୁବିଧା ରହିବ। ସେଥିମଧ୍ୟରୁ ୧୬ ଟି ଶଯ୍ୟା ଆଇସିୟୁ ପାଇଁ, ୨୦ ଟି ଆଇସୋଲେଶନ ପାଇଁ ଏବଂ ୧୦ ଟି ପ୍ରି ଏବଂ ପୋଷ୍ଟ ଅପରେଶନ ରୁମ ପାଇଁ ରହିବ। ବୋନ୍‌ ମ୍ୟାରୋ ପ୍ରତିରୋପଣ କେନ୍ଦ୍ର ପାଇଁ ୪ ଟି ଶଯ୍ୟା ରଖାଯିବ। ସମସ୍ତ କେନ୍ଦ୍ରରେ ଆମ୍ବୁଲାନ୍ସ ସେବା ସହିତ ଗରମ, ଥଣ୍ଡା ଏବଂ ରାସାୟନିକ ସ୍ନାନ ପୀଡିତମାନଙ୍କୁ ସଂକ୍ରମଣମୁକ୍ତ କରିବା ପାଇଁ ଉପଲବ୍ଧ ହେବ।

ମନ୍ତ୍ରଣାଳୟ ଅନୁଯାୟୀ ଉତ୍ତରପ୍ରଦେଶ, ଝାଡଖଣ୍ଡ, ରାଜସ୍ଥାନ, ଗୁଜୁରାଟ ଏବଂ ତାମିଲନାଡୁରେ ମଧ୍ୟ ସାତୋଟି ସିବିଆରଏନ ମେଡିକାଲ ମ୍ୟାନେଜମେଣ୍ଟ ସେଣ୍ଟର ପ୍ରତିଷ୍ଠା କରାଯିବ। ଆଣବିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଏବଂ ପ୍ରମୁଖ ସହର ନିକଟରେ ଏହା ନିର୍ମାଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri