ଝାରପଡ଼ା ହାଟ ଉଚ୍ଛେଦବେଳେ ଉତ୍ତେଜନା

ଭୁବନେଶ୍ୱର,୮ା୪(ବ୍ୟୁରୋ): ଝାରପଡ଼ା ଗଣେଶ ମଣ୍ଡପ ନିକଟସ୍ଥ ହାଟକୁ ବିଡିଏ ପକ୍ଷରୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଏଠାରେ ପ୍ରାୟ ୩ ଶହ ଦୋକାନ ଭଙ୍ଗାଯାଇଛି। ହାଟ ଉଚ୍ଛେଦକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତେଜନା ବୃଦ୍ଧି ପାଇଥିବାରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଝାରପଡ଼ା ହାଟ ବଣିକ ସଂଘ ଉଚ୍ଛେଦକୁ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।  ଏହି ସ୍ଥାନକୁ ଦୀର୍ଘଦିନ ଧରି ଜବରଦଖଲରେ ରଖିଥିଲେ କିଛି ବ୍ୟବସାୟୀ। ୧୦ରୁ ଅଧିକ ଜେସିବି ସହାୟତାରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।  ଏହି ଉଚ୍ଛେଦ ପୂର୍ବରୁ ବିଡିଏ ପକ୍ଷରୁ ଆଗୁଆ ନୋଟିସ ଦିଆଯାଇଥିଲା ।