ବିଶ୍ୱାସ,ପରମ୍ପରାର ଯାତ୍ରା ଝାମିଯାତ୍ରା

ଜୟପୁର, ୨୮ା୨ (ନି.ପ୍ର.):ବିଶ୍ୱାସର ଯାତ୍ରା ଝାମିଯାତ୍ରା ପାଇଁ ଜୟପୁର ଉତ୍ସବମୁଖର ହୋଇପଡିଛି। ଶିରଲୀ ଦେବୀ ପୂଜା ପାଉଥିବା ଏହି ଯାତ୍ରା ଶିବରାତ୍ରିଠାରୁ ଆରମ୍ଭ ହୋଇଥାଏ ପ୍ରସ୍ତୁତି ା ଶିବରାତ୍ରି ଦିନ ଶିବ ମନ୍ଦିରରେ ଏକ ପୂଜା କରାଯାଇଥାଏ ା ପରେ ଝାମି ଦେବୀଙ୍କ ଆଜ୍ଞାମାଳ ଅଣାଯାଇ ଜଣେ ବାଳକଙ୍କୁ ହଳଦୀ ଲଗାଇ ସାଜସଜ୍ଜାରେ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥାଏ ା ଏହି ଶୋଭାଯାତ୍ରା ୭ଦିନ ଧରି ସକାଳ ୮ଟାରୁ ଅପରାହ୍ନ ଗୋଟାଏ ଯାଏ ଚାଲେ। ବସନ୍ତଋତୁ ସରିବା ପରେ ବସନ୍ତ, ହାଡଫୁଟି, ମିଳିମିଳା, କାଛୁ, କୁଣ୍ଡିଆ ଭଳି ମାରାତ୍ମକ ରୋଗରୁ ମିକ୍ତି ପାଇବା ପାଇଁ ରାଜରାଜୁଡା ଅମଳରୁ ଜୟପୁରରେ ପାଳିତ ହୋଇଆସୁଛି ଏହି ଝାମିଯାତ୍ରା। ଶିବରାତ୍ରି ପରେ ଫାଲଗୁନ ମାସ ଶୁକ୍ଳପକ୍ଷ ନବମୀ ତିଥି ଅନୁଯାୟୀ ରବିବାର ଝାମି ଦେବୀଙ୍କୁ ସ୍ଥାନୀୟ ବାଙ୍କମଠଠାରେ ଏକ ଅସ୍ଥାୟୀ ମଣ୍ଡପରେ ପୂଜା କରାଯାଇଛି ା ପରମ୍ପରା ଅନୁଯାୟୀ ଯାତ୍ରାରେ ବ୍ୟବସାୟୀମାନେ ଚଣା, ସାକରା, ମୁଢି ବିକ୍ରି କରିଥାନ୍ତି ା ଶିବରାତ୍ରିରେ ମହାଦେବଙ୍କ ଦର୍ଶନ କରିବା ପରେ ସ୍ଥାନୀୟ ପୂଜକ ପରିବାର ବାଜା ଓ ଫୁଲ ଚାଙ୍ଗୁଡି ଧରି ସହରର ସାହି ସାହି ଘରେ ହଳଦୀ ଓ ନିମ୍ବପତ୍ର ବାଣ୍ଟିଥାନ୍ତି ା ଏହାକୁ ମୁଣ୍ଡରେ ଟିକା ଭାବେ ଲୋକେ ଲଗାଇଥାନ୍ତି ା ଫଳରେ ଚର୍ମରୋଗ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ପ୍ରତିବଦଳରେ ସେମାନେ ଚାଉଳ, ପନିପରିବା ଓ କିଛି ଟଙ୍କା ସେହି ଚାଙ୍ଗୁଡିରେ ଦେଇଥାନ୍ତି। ଶୁକ୍ଳପକ୍ଷ ନବମୀରେ ଝାମିଦେବୀଙ୍କୁ ଗୋପବନ୍ଧୁ ନଗରସ୍ଥିତ ପୂଜକଙ୍କ ଘରୁ ଢାମ୍ପ ବାଜା ବଜାଇ ଅଣାଯାଇ ନିର୍ମିତ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଏ ା ମାନସିକ ରଖି ଭକ୍ତମାନେ ଫୁଲ ଝାଡୁ, କୁକୁଡା ଅଣ୍ଡା, ନଡିଆ, କଦଳୀ, ଫୁଲ ଦେବୀଙ୍କୁ ସମର୍ପଣ କରିଥାନ୍ତି ା ୧୦ ଦିନ ଧରି ଚାଲୁଥିବା ଏହି ଯାତ୍ରା ରାଜରାଜୁଡା ଅମଳରୁ ଚଳିଆସୁଛି। ଯାତ୍ରା ଦେଖିବାକୁ କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଜିଲାରୁ ଶ୍ରଦ୍ଧାଳୁମାନେ ଅସିଥାନ୍ତି। ପ୍ରବଳ ଜନସମାଗମ ହୋଇଥାଏ। ବିଶେଷକରି ତେଲୁଗୁ ସମ୍ପ୍ରଦାୟର ଲୋକଙ୍କ ବେଶି ଭିଡ଼ ଦେଖିବାକୁ ମିଳିଥାଏ। ଯାତ୍ରାର ଶେଷ ଦିନରେ ରାତି ୧୨ଟାରେ ପରମ୍ପରା ଅନୁଯାୟୀ ଲାଲ ଘରକୁ ଯାଇ ଝାମି ଦେବୀ ମୂଳପୀଠକୁ ଫେରିଥାନ୍ତି। ପରେ ୧୦ ଦିନର ଯାତ୍ରା ଶେଷ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri