Posted inଫୁରସତ

ଡିଏନ୍‌ଏ ମରାମତି କରିପାରେ ଜେଲିଫିଶ୍‌

ମାଡ୍ରିଡ୍‌: ପୃଥିବୀରେ ଜନ୍ମ ମାନେ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ ଜେଲିଫିଶ୍‌ର ଏକ ପ୍ରଜାତି ନିକଟରେ ବୁଢ଼ା ନ ହେବା ଏବଂ ଅମର ହେବା ଭଳି ବିଶେଷ ଗୁଣ ବୈଜ୍ଞାନିକଙ୍କୁ ଆଶ୍ଚର୍ଯ୍ୟ କରିଛି। ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ଏହି ଜେଲିଫିଶ୍‌ ନ ମରିବା ଭଳି ପ୍ରକୃତିର କାରଣ ବାବଦରେ ଗବେଷକମାନେ ଜାଣିବାକୁ ପାଇଛନ୍ତି। ସ୍ପେନ୍‌ ବୈଜ୍ଞାନିକଙ୍କ ଏହି ରିସର୍ଚ୍ଚ ରିପୋର୍ଟ ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସ୍‌ରେ ପ୍ରକାଶ ପାଇଛି। କେତେକ ଜେଲିଫିଶ୍‌ ବାରମ୍ବାର ବୃଦ୍ଧାବସ୍ଥାରୁ ନିଜ ଯୁବ ଅବସ୍ଥାକୁ ଫେରିପାରିଥାନ୍ତି। ନିଜ ଡିଏନ୍‌ଏର ଅବିକଳ କପି ବନାଇବା ସହ ଆବଶ୍ୟକସ୍ଥଳେ ଏହାକୁ ମରାମତି କରିପାରିଥାନ୍ତି ବୋଲି ଗବେଷଣାରୁ ଜଣାପଡ଼ିଛି। ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ ଅମର ହେବା ପଛର କାରଣ ଜାଣିବା ପାଇଁ ଜେନେଟିକ୍‌ ସିକ୍ୱେନ୍ସିଂ କରାଯାଇଥିଲା। ସେଥିରେ ଏକ ସ୍ବତନ୍ତ୍ର ଜିନୋମ ରହିଛି ଯାହାକି କେବଳ ବୃଦ୍ଧାବସ୍ଥାକୁ ରୋକେ ନାହିଁ ବରଂ ମୃତ୍ୟୁ ହେବାରୁ ମଧ୍ୟ ବଞ୍ଚାଇଥାଏ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।
ଡୋହର୍‌ନି ସମେତ ପ୍ରାୟ ସମସ୍ତ ଜେଲିଫିଶ୍‌ ୨ଟି ଜୀବନ ଚକ୍ର ଦେଇ ଗତିକରିଥାନ୍ତି। ଏହାର ଆସେକ୍ସୁଆଲ ବା ଯୌନ ପ୍ରଜନନ ପୂର୍ବବର୍ତ୍ତୀ ପର୍ଯ୍ୟାୟରେ ଖାଦ୍ୟାଭାବ ପରିସ୍ଥିତିରେ ଜେଲିଫିଶ୍‌ ସମୁଦ୍ର ଚଟାଣରେ ପଡ଼ିରହି ଜୀବିତ ରହିଥାଏ। ଯେତେବେଳେ ପରିସ୍ଥିତି ଅନୁକୂଳ ହୁଏ ଜେଲିଫିଶ୍‌ ଯୌନ ପ୍ରଜନନ କରିପାରେ। ଅନେକ ଜେଲିଫିଶ୍‌ ସେମାନଙ୍କ ଜୀବନର ପୂର୍ବାବସ୍ଥା ଏପରିକି ଲାର୍ଭା ଅବସ୍ଥାକୁ ଯାଇପାରନ୍ତି। କିନ୍ତୁ ଯୌନ ପରିପକ୍ୱତା ଅବସ୍ଥାରେ ପହଞ୍ଚିବା ପରେ ଅଧିକାଂଶ ଜେଲିଫିଶ୍‌ଙ୍କଠାରେ ଏହି କ୍ଷମତା ହ୍ରାସ ପାଇଥାଏ। ତେବେ ଟୁରିଟୋପିସିସ୍‌ ଡୋହର୍‌ନି ପ୍ରଜାତିର ଜେଲିଫିଶ୍‌ଠାରେ ଏହାର ବ୍ୟତିକ୍ରମ ଘଟିଥାଏ। ଏହାର କାରଣ ଜାଣିବା ପାଇଁ ବୈଜ୍ଞାନିକମାନେ ଉକ୍ତ ପ୍ରଜାତି ଏବଂ ଯୌନ ପ୍ରଜନନ ପରେ ଯୁବାବସ୍ଥାକୁ ଫେରିବା କ୍ଷମତା ହରାଉଥିବା ଟୁରିରୋପ୍‌ସିସ୍‌ ରୁବ୍ରା ପ୍ରଜାତିର ଜେନେଟିକ୍‌ ସିକ୍ୱେନ୍ସକୁ ତୁଳନା କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ, ଟୁରିଟୋପିସିସ୍‌ ଡୋହର୍‌ନିର ଜିନୋମ୍‌ଠାରେ କେତେକ ବ୍ୟତିକ୍ରମ ରହିଛି, ଯାହା କି ଏହି ପ୍ରଜାତିର ଡିଏନ୍‌ଏକୁ ଆହୁରି ବିକଶିତ କରି ତାହାର ନକଲ ବନାଇବା ଏବଂ ଆବଶ୍ୟକସ୍ଥଳେ ଡିଏନ୍‌ଏ ମରାମତି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏହାବାଦ୍‌ ଏକ ନିର୍ଦ୍ଦିଷ୍ଟ କ୍ରୋମୋଜୋମ୍‌ ‘ଟେଲୋମିଅର୍ସ’ର ଲମ୍ବ ବଜାୟ ରଖିଥାଏ। ସାଧାରଣତଃ ମଣିଷ କ୍ଷେତ୍ରରେ ବୟସ ବଢ଼ିବା ସାଙ୍ଗକୁ ଟେଲୋମିଅର ଲମ୍ବ କମିଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri