ଯେଜେରୋ କ୍ରେଟର

ଅନନ୍ତ ଓ ରହସ୍ୟପୂର୍ଣ୍ଣ ବିଶ୍ୱବ୍ରହ୍ମାଣ୍ଡ। ଯେଉଁଠି ରହିଛନ୍ତି ଅଗଣିତ ଛାୟାପଥ, କୃଷ୍ଣ ଗହ୍ବର, ଗ୍ରହ ଓ ନକ୍ଷତ୍ର। ସ୍ବର୍ଗ ଗଙ୍ଗା ହେଉଛି ଏପରି ଏକ ଛାୟାପଥ, ଯାହା ଭିତରେ ରହିଛି ଆମର ମନୋହର ସୌରମଣ୍ଡଳ। ସୌରମଣ୍ଡଳରେ ଆଠଟି ଗ୍ରହ ସୂର୍ଯ୍ୟ ଚାରିପାଖରେ ଅନବରତ ସୁସମନ୍ବୟ ରକ୍ଷା କରି ମାଧ୍ୟାକର୍ଷଣ ଶକ୍ତି ସାହାଯ୍ୟରେ ପ୍ରଦକ୍ଷିଣ କରୁଛନ୍ତି। ତନ୍ମଧ୍ୟରେ ସୂର୍ଯ୍ୟଙ୍କଠାରୁ ଚତୁର୍ଥ କ୍ରମରେ ଥିବା ଗ୍ରହ ହେଉଛନ୍ତି ମଙ୍ଗଳ। ଲୋହିତ ଗ୍ରହ ମାର୍ସ।
ମଙ୍ଗଳ ଗ୍ରହ ସୌରମଣ୍ଡଳର ଦ୍ୱିତୀୟ କ୍ଷୁଦ୍ରତମ ଗ୍ରହ, ଯାହାର ନାମ ରୋମାନ ଯୁଦ୍ଧ ଦେବତା ମାର୍ସଙ୍କ ନାମାନୁସାରେ ରଖାଯାଇଛି l ରୋମାନ କିମ୍ବଦନ୍ତୀ ଅନୁସାରେ ମାର୍ସ ହେଉଛନ୍ତି ରୋମାନ ଦେବତାମାନଙ୍କର ଦେବତା, ଆକାଶ, ବଜ୍ରଧ୍ୱନି ଓ ବିଜୁଳିର ଦେବତା ଯୁପିଟରଙ୍କ ପୁତ୍ର l ତାଙ୍କ ମାତାଙ୍କ ନାମ ହେଉଛି ଯୁନୋ ଯିଏ କି ଦେବତାମାନଙ୍କର ଦେବୀ, ନାରୀମାନଙ୍କର ଓ ଉର୍ବରତାର ଦେବୀ । ମଙ୍ଗଳ ଗ୍ରହର ଭୂପୃଷ୍ଠରେ ଲାଲ ରଙ୍ଗର ଲୌହ ଅକ୍ସାଇଡ ଧାତୁପିଣ୍ଡ ପ୍ରଚୁର ମାତ୍ରାରେ ମିଳୁଥିବାରୁ ଏହା ଖାଲି ଆଖିରେ ମଧ୍ୟ ଲାଲ ଦେଖାଯାଏ। ନାସା ତଥ୍ୟାନୁସାରେ ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କଠାରୁ ହାରାହାରି ୧୪୨ ନିୟୁତ ମାଇଲ୍‌ ଦୂରରେ ରହି ସେକେଣ୍ଡକୁ ପ୍ରାୟ ୧୪.୫ ମାଇଲ୍‌ ବେଗରେ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥାଏ l ଏହାର ହାରାହାରି ତାପମାତ୍ରା ପ୍ରାୟ ବିଯୁକ୍ତ ୬୦ ଡିଗ୍ରୀ ସେଲସିୟସ ହୋଇଥାଏ l ଏହାର ବାୟୁମଣ୍ଡଳରେ ୯୫ ପ୍ରତିଶତରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ ଓ ଅଧା ପ୍ରତିଶତରୁ କମ୍‌ ମାତ୍ରାରେ ଅମ୍ଳଜାନ ଥିବାରୁ ଏହା ବହୁତ ପତଳା ହୋଇଥାଏ l ମଙ୍ଗଳ ଗ୍ରହର ଆୟତନ ପୃଥିବୀ ଆୟତନର ପ୍ରାୟ ୧୫ ପ୍ରତିଶତ ଓ ବସ୍ତୁତ୍ୱ ପୃଥିବୀ ବସ୍ତୁତ୍ୱର ପ୍ରାୟ ୧୦ ପ୍ରତିଶତ ହୋଇଥାଏ l ଲୋହିତଗ୍ରହରେ ରହିଛି ସୌରମଣ୍ଡଳର ବୃହତ୍ତମ ଅଲିମ୍ପସ ପାହାଡ଼, ଅନେକ କ୍ରେଟର, ଆଗ୍ନେୟଗିରି , ହଣ୍ଡା ଆକୃତିର କାଲଡେରା, ଉଚ୍ଚ ହୁଡ଼ା ଓ ଓଲଟା ପ୍ରାକୃତିକ ବୈଶିଷ୍ଟ୍ୟ ଥିବା ଭୂଭାଗ l ମଙ୍ଗଳ ଗ୍ରହରେ ରହିଛି ପ୍ରହେଳିକାପୂର୍ଣ୍ଣ ଅବୋଧ୍ୟ ଯେଜେରୋ କ୍ରେଟର। କ୍ରେଟର ସାଧାରଣତଃ ଆଗ୍ନେୟଗିରି ପ୍ରସୂତ କିମ୍ବା ଉଲ୍କା ପିଣ୍ଡ କିମ୍ବା ଅନ୍ୟ କୌଣସି ବିସ୍ଫୋରଣ ଫଳରେ ସୃଷ୍ଟି ହୋଇଥିବା ଏକ ବିଶାଳ ଗହ୍ବର ମୁଖ l ସ୍ଲୋଭାନିକ ଭାଷାରେ ଯେଜେରୋ ଅର୍ଥ ହେଉଛି ହ୍ରଦ l ବୋସନିଆ ଓ ହର୍ଜେଗୋଭିନା ଦେଶରେ ଯେଜେରୋ ନାମରେ ଛୋଟିଆ ଗାଁ ଅଛି, ଯେଉଁଠି ପ୍ରାୟ ୫୮୧ ଲୋକ ବାସ କରୁଛନ୍ତି l ଯେଜେରୋ କ୍ରେଟରର ଅସ୍ପଷ୍ଟ ରଚନା ପ୍ରକ୍ରିୟା ରସାୟନବିଜ୍ଞାନୀ, ଭୂତତ୍ତ୍ୱବିଜ୍ଞାନୀ ଓ ପାଣିପାଗ ବିଜ୍ଞାନୀଙ୍କୁ ବିମୋହନ କରିଆସୁଛି। ହେସପେରିଆନ ଯୁଗର ଆରମ୍ଭରେ ମଙ୍ଗଳ ପୃଷ୍ଠରେ ଆଗ୍ନେୟଗିରିରୁ ପ୍ରସୂତ ଲାଭା ଅନବରତ ବହୁଥିଲା l ପ୍ରାୟ ୩୫ ନିୟୁତ ବର୍ଷ ଆଗରୁ ନଦୀଗୁଡ଼ିକ ଉଚ୍ଚା ସ୍ଥାନରୁ ବହିଆସି ଏହି କ୍ରେଟର ରୂପି ହ୍ରଦକୁ ପାଣି ଓ କାଦୁଅ ଯୋଗାଉଥିଲେ ଓ ସେଠାରେ ପଙ୍ଖା ଆକୃତିର ତ୍ରିକୋଣଭୂମି ସର୍ଜନା କରିଥିଲା; ଯେଉଁଠି ତିଷ୍ଠି ରହିଥିଲେ ଅସଂଖ୍ୟ ସୂକ୍ଷ୍ମ ଅଣୁଜୀବକମାନେ। ମଙ୍ଗଳ ଗ୍ରହର ଅନୁସନ୍ଧାନ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ପ୍ରେରିତ ମହାକାଶ ଯାନ ସ୍ପିରିଟ ରୋଭର ୪ ଜାନୁୟାରୀ ୨୦୦୪ ତାରିଖରେ ମଙ୍ଗଳ ପୃଷ୍ଠରେ ଅବତରଣ କରି ସ୍ପେକଟ୍ରୋଗ୍ରାଫିକ ଉପାୟରେ ଅନେକ ଆବିଷ୍କାରମାନ କରିଥିଲା l ତନ୍ମଧ୍ୟରୁ ଗୋଟିଏ ହେଲା ସାର୍ଟିସ ମେଜର ଆଗ୍ନେୟଗିରି କଂପ୍ଲେକ୍ସର କେନ୍ଦ୍ରରେ ମେରୋ ପାଟେରା ଓ ନିଲି ପାଟେରା ନାମରେ କାଲଡେରାମାନ ରହିଛି ଯେଉଁଠି ସିଲିକା ଓ ସାଲଟିକ ଶିଳାମାନ ଗଚ୍ଛିତ ହୋଇ ରହିଛି। ସେହିପରି ମାର୍ସ ପର୍ଯ୍ୟବେକ୍ଷଣ ଅର୍ବିଟରର ତଥ୍ୟାନୁସାରେ ଯେଜେରୋ କ୍ରେଟରର ଚିକିଟା କାଦୁଆ ମାଟିରେ ସ୍ମେକଟାଇଟ ଖଣିଜ ପଦାର୍ଥ ରହିଛି; ଯେଉଁଥିରେ ହାଇଡ୍ରସ ଆଲୁମିନିୟମ ଫାଇଲୋସିଲିକେଟ ଧାତୁପିଣ୍ଡ ଥିବାର ପ୍ରମାଣ ମିଳିଛି l ଯେଜେରୋ କ୍ରେଟର ଇସିଡ଼ିସ ଅବବାହିକା ପ୍ରାନ୍ତରେ ଓ ସାର୍ଟିସ ମେଜର ଚତୁଃସ୍କୋଣୀୟ ଆୟାତକ୍ଷେତ୍ର ମଧ୍ୟରେ ୧୮.୩୮ ଡିଗ୍ରୀ ଉତ୍ତର ୭୭.୫୮ ଡିଗ୍ରୀ ପୂର୍ବରେ ଅବସ୍ଥିତ; ଯାହାର ବ୍ୟାସ ପ୍ରାୟ ୪୯ କିଲୋମିଟର ହେବ l ମଙ୍ଗଳ ପୃଷ୍ଠରେ ଠାବ ଓ ଅଙ୍କନ କରାଯାଇଥିବା ୩୦ ଚତୁର୍ଭୁଜ ବିଶିଷ୍ଟ ମାନଚିତ୍ର ମଧ୍ୟରୁ ଗୋଟିଏ ହେଉଛି ସାର୍ଟିସ ମେଜର ଚତୁର୍ଭୁଜ, ଯାହା ପୃଥିବୀକୁ ଛାଡ଼ି ଅନ୍ୟ କୌଣସି ବାହ୍ୟ ଗ୍ରହରେ ଅଙ୍କନ ହୋଇଥିବା ପ୍ରଥମ ଡକ୍ୟୁମେଣ୍ଟେଡ। ଲିଖିତ ପ୍ରମାଣପତ୍ର ଥିବା ଢାଲ ସଦୃଶ ଆଗ୍ନେୟଗିରିର ଅଞ୍ଚଳ । ଏହାର କେନ୍ଦ୍ରରେ ଉତ୍ତର ଦିଗରୁ ଦକ୍ଷିଣକୁ ଲମ୍ବିଥିବା ବିଶାଳ ଖାଲମାନ ରହିଛି। ଯେଜେରୋ କ୍ରେଟରକୁ ୨୦୦୭ ମସିହାରେ ନାସା ଦ୍ୱାରା ପ୍ରେରିତ ମାର୍ସ ପର୍ଯ୍ୟବେକ୍ଷଣ ଅର୍ବିଟର ଠାବ କରିଥିଲା । ମାର୍ସ ପର୍ଯ୍ୟବେକ୍ଷଣ ଅର୍ବିଟର ୧୨ ଅଗଷ୍ଟ ୨୦୦୫ ତାରିଖରେ ନିକ୍ଷେପ କରାଯାଇଥିଲା ଓ ଏହା ୧୦ ମାର୍ଚ୍ଚ ୨୦୦୬ ତାରିଖରେ ତାହାର କକ୍ଷ ପଥରେ ପହଞ୍ଚି ସ୍ପେକଟ୍ରୋଗ୍ରାଫିକ ଚିତ୍ର ଉତ୍ତୋଳନ କରି ନାସାକୁ ପଠାଇଥିଲା l ଗତ ୩୦ ଜୁଲାଇ ୨୦୨୦ ତାରିଖରେ ଆମେରିକାର ଫ୍ଲୋରିଡ଼ା ଠାରେ ଅବସ୍ଥିତ କେପ କାନାଭେରାଲ ବିମାନ ବାହିନୀ କେନ୍ଦ୍ରରୁ ଯେଉଁ ପର୍ସେଭେରାନ୍ସ ରୋବଟିକ ରୋଭର ନିକ୍ଷେପ କରାଯାଇଥିଲା ତାହା ୧୮ ଫେବୃୟାରୀ ୨୦୨୧ ତାରିଖରେ ଯେଜେରୋ କ୍ରେଟର ଅଞ୍ଚଳରେ ଭୂମିଷ୍ଠ ହୋଇ ନିଜ ସାଙ୍ଗରେ ନେଇଥିବା ଇଞ୍ଜେନୁଇଟି ହେଲିକପ୍ଟରକୁ ଅନୁସନ୍ଧାନ କାର୍ଯ୍ୟ ପାଇଁ ଆବଶ୍ୟକ ଜାଗା ଖୋଜିବା କାର୍ଯ୍ୟରେ ଲଗାଇବ। ରୋବଟିକ ରୋଭରରେ ଖଞ୍ଜାହୋଇଥିବା ସାତୋଟି ମୁଖ୍ୟ ବୈଜ୍ଞାନିକ ଯନ୍ତ୍ରପାତି, ଦୁଇ ମାଇକ୍ରୋଫୋନ, କେତେକ କ୍ୟାମେରା, ସେନସର, ଅଲଟିମିଟର ସାହାଯ୍ୟରେ ଯେଜେରୋ କ୍ରେଟର ଅଞ୍ଚଳର ମାଟିର ନମୁନା ସଂଗ୍ରହ କରି ପରୀକ୍ଷା ନିରୀକ୍ଷା କରିବ l ଯେଜେରୋ କ୍ରେଟର ଅଞ୍ଚଳର ଚାର୍ଜୀୟ ଚଟକା ମାଟି, ମେଟା କାଓଲିନ, ଫେଲଡ଼ସ୍ପାର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥକୁ ଜୈବ ଭେଷଜ ଚିକିତ୍ସା, ଶରୀରରେ ଔଷଧ ଡେଲିଭରୀ , ତନ୍ତୁ ଯାନ୍ତ୍ରିକ ବିଜ୍ଞାନ, ଜୈବ ମୁଦ୍ରଣ, କାନ୍ଥେଣି ମସଲା ଆକାରରେ ପ୍ରୟୋଗ କରି ଯାନ୍ତ୍ରିକ ଗୁଣକୁ କିପରି ବୃଦ୍ଧି କରାଯାଇପାରିବ ଇତ୍ୟାଦି କ୍ଷେତ୍ରରେ ବ୍ୟବହାର କରି ମାନବ ସଭ୍ୟତାର ମଙ୍ଗଳ ନିମନ୍ତେ ବ୍ୟବହାର କରାଯାଇପାରିବ।

ଡ. ଶୈଳେନ୍ଦ୍ର ନାରାୟଣ ସ୍ବାଇଁ

-ରସାୟନ ବିଜ୍ଞାନ ଅଧ୍ୟାପକ, ସରକାରୀ ମହିଳା କନିଷ୍ଠ ମହାବିଦ୍ୟାଳୟ, ସୁନ୍ଦରଗଡ଼
ମୋ : ୯୯୩୮୭୮୩୦୫୧


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri