ନୂଆଦିଲ୍ଲୀ,୨୦।୪: ସାରା ଦେଶ ମଧ୍ୟରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଅପେକ୍ଷାର ଅନ୍ତ ଘଟିଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (NTA) JEE ମେନ୍ ୨୦୨୬ ସେସନ-୨ର ରେଜଲ୍ଟ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ଛାତ୍ରୀଛାତ୍ର ଅଫିସିଆଲ ୱେବସାଇଟ jeemain.nta.nic.in କୁ ଯାଇ ଫଳାଫଳ ଦେଖିପାରିବେ।
JEE ମେନ୍ ଦେଶର ସବୁଠାରୁ ବଡ଼ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଗୋଟିଏ। ପ୍ରତିବର୍ଷ, ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଦେଶର ପ୍ରତିଷ୍ଠିତ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ପ୍ରବେଶ ପାଇଁ ଏହି ପରୀକ୍ଷା ଦିଅନ୍ତି।