୫ରେ ଜେଇଇ ଆଡ଼ଭାନ୍ସଡ୍‌ ରେଜଲ୍ଟ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍‌ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଛନ୍ତି। ପ୍ରଥମଥର ପାଇଁ ଆଇଆଇଟି ଭୁବନେଶ୍ୱରରେ ଛାତ୍ରୀଛାତ୍ରମାନେ ଜେଇଇ ଆଡ଼ଭାନ୍ସଡ ପରୀକ୍ଷା ଦେଇଛନ୍ତି। ଦୁଇଟି ସିଫ୍ଟରେ ପରୀକ୍ଷା ହୋଇଥିଲା। ପ୍ରଥମଟି ପୂର୍ବାହ୍ନ ୯ଟାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଥିଲା। ପରୀକ୍ଷା କେନ୍ଦ୍ରରେ କୋଭିଡ୍‌ର ସବୁ ପ୍ରକାର ନିର୍ଦ୍ଦେଶାବଳୀ ପାଳନ କରାଯାଇଥିଲା। ଅକ୍ଟୋବର ୫ରେ ରେଜଲ୍ଟ ପ୍ରକାଶ ପାଇବ।