ଭାଜପାର ଟେନ୍‌ସନ୍‌ ବଢାଇଲା ଜେଡିୟୁ

ନୂଆଦିଲ୍ଲୀ,୬।୬: ୨୦୧୪ ପରଠାରୁ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। ଏଭଳି ପରିସ୍ଥିତିରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଅନ୍ତର୍ଭୁକ୍ତ ଦଳଗୁଡ଼ିକ ଉପରେ ଭାଜପାର ନିର୍ଭରଶୀଳତା ବୃଦ୍ଧି ପାଇଛି।
ଏନଡିଏର ସହଯୋଗୀମାନେ ଏହା ସ୍ପଷ୍ଟ କରିଛନ୍ତି, ସେମାନେ ନରେନ୍ଦ୍ର ମୋଦିଙ୍କ ସହ ଅଛନ୍ତି, କିନ୍ତୁ ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ଏବଂ ପୂର୍ବତନ ସିଏମ ଏନ ଚନ୍ଦ୍ରାବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଭାଜପାର ଚିନ୍ତା ଆହୁରି ବଢାଇଦେଇଛନ୍ତି।
ଜେଡିୟୁ କହିଛି, ଅଗ୍ନିବୀର ଯୋଜନା ବିଷୟରେ ପୁନର୍ବାର ଚିନ୍ତା କରିବାର ଆବଶ୍ୟକତା ଅଛି। ୟୁନିଫର୍ମ ସିଭିଲ କୋଡ (ୟୁସିସି)କୁ ସମସ୍ତ ରାଜ୍ୟ ସହିତ ବୁଝାମଣା କରାଯିବା ଉଚିତ୍‌। ଏଥି ସହିତ ଟିଡିପି କେନ୍ଦ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଚାହୁଁଛି।
ବରିଷ୍ଠ ଜେଡିୟୁ ନେତା କେ.ସି ତ୍ୟାଗୀ କହିଛନ୍ତି,ଅଗ୍ନିବୀର ଯୋଜନାକୁ ବହୁ ବିରୋଧ କରାଯାଇଥିଲା। ଏହାର ପ୍ରଭାବ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଏହାକୁ ପୁନର୍ବିଚାର କରିବାର ଆବଶ୍ୟକତା ଅଛି। ଅଗ୍ନିବୀର ଯୋଜନା ବିଷୟରେ ଏକ ନୂତନ ଢଙ୍ଗରେ ଚିନ୍ତା କରିବାର ଆବଶ୍ୟକତା ଅଛି। ସେ ଆହୁରି ମଧ୍ୟ କହିଛନ୍ତି, ୟୁସିସି ଉପରେ ଆମର ଷ୍ଟାଣ୍ଡ ପୂର୍ବ ଭଳି ସମାନ। ଜେଡିୟୁ ଏହା ବିରୋଧୀ ନୁହେଁ, କିନ୍ତୁ ସମସ୍ତ ପକ୍ଷଙ୍କ ସହ ଆଲୋଚନା ହେବା ଉଚିତ୍‌।
ଅନ୍ୟପଟେ ଟିଡିପି ଲୋକ ସଭା ବାଚସ୍ପତି ଏବଂ କେନ୍ଦ୍ରରେ ୬ଟି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଚାହୁଁଛି।
କେନ୍ଦ୍ରରେ ସରକାର ଗଠନ ପାଇଁ ୨୭୨ଟି ଆସନ ଆବଶ୍ୟକ ଏବଂ ଭାଜପା ୨୪୦ଟି ଆସନ ଜିତିଛି। ଏଭଳି ପରିସ୍ଥିତିରେ ଟିଡିପି, ଜେଡିୟୁ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଏନଡିଏରେ ଅନ୍ତର୍ଭୁକ୍ତ ଏଲଜେପି (ରାମ ବିଳାସ) ସରକାରୀ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଟିଡିପି, ଜେଡିୟୁ, ଶିନ୍ଦେ ନେତୃତ୍ୱାଧୀନ ଶିବସେନା ଏବଂ ଏଲଜେପି (ରାମ ଭିଲାସ) ଯଥାକ୍ରମେ ୧୬, ୧୨, ୭ ଏବଂ ୫ଟି ଲୋକ ସଭା ଆସନ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଇରାନରୁ ଖୋଲାଖୋଲି LPG କିଣିଲା ଭାରତ, ଟ୍ରମ୍ପ ଦେଖି କାବା!

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆ (ମଧ୍ୟପ୍ରାଚ୍ୟ)ରେ ବର୍ତ୍ତମାନ ବୃଦ୍ଧି ପାଉଥିବା ଉତ୍ତେଜନା ଏବଂ ଯୁଦ୍ଧର ଭୟ ମଧ୍ୟରେ, ଭାରତ ଏହାର ଘରୋଇ ରନ୍ଧନ ଗ୍ୟାସ ଆବଶ୍ୟକତା ପୂରଣ କରିବା…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

ମୋଦି ବିଶ୍ୱର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ ,୨୬ା୩: ବିଶ୍ୱର ଲୋକପ୍ରିୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ସବୁଠୁ ଆଗରେ ରହିଛନ୍ତି। ଗତ ବର୍ଷ ତୁଳନାରେ ତାଙ୍କର ଲୋକପ୍ରିୟତା ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri