ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରହସନ: ଜେସିବି ଖୋଳୁଛି ପୋଖରୀ

ଜଗତସିଂହପୁର ଅଫିସ, ୯ା୬: କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଶ୍ରମ ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ପ୍ରଣୟନ କରିଛନ୍ତି । ଏହାଦ୍ୱାରା ଲୋକଙ୍କୁ ଶ୍ରମ ଦିଆଯିବା ସମ୍ଭବ ହୋଇପାରିବ । କିନ୍ତୁ ସରକାରଙ୍କ ଏହି ମହତ ଯୋଜନା ଜଗତ୍‌ସିଂହପୁର ଜିଲାରେ ଦିଗହରା ପରି ଅନୁଭୂତ ହେଉଛି । ଏହାର ଦୃଷ୍ଟାନ୍ତ ବାଲିକୁଦା ବ୍ଲକ ରାହାଣ ପଞ୍ଚାୟତ ଅନ୍ତର୍ଗତ ଓରଣ୍ଡ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗାଁର ଏକ ପୁରୁଣା ପୋଖରୀ ପୁନରୁଦ୍ଧାର କାମରେ ଜବ୍‌ କାର୍ଡଧାରୀଙ୍କୁ ନିୟୋଜିତ ପରିବର୍ତ୍ତେ ମେଶିନ୍‌ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। କେବଳ ଓରଣ୍ଡ ନୁହେଁ, ଜିଲାର ବିଭିନ୍ନ ସ୍ଥାନରେ ଜବ୍‌କାର୍ଡଧାରୀଙ୍କୁ ଉପେକ୍ଷିତ କରାଯାଇ ମେଶିନ୍‌ରେ କାମ ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ଓରଣ୍ଡ ଗ୍ରାମର ଅଶୋକ ସାମନ୍ତରାୟ, ଗିରିଧାରୀ ମଲ୍ଲିକ, ସଚିତ୍ର କୁମାର ସ୍ବାଇଁ, ନୃସିଂହ ସ୍ବାଇଁ, ମାଧୁରୀ କୁମାର ପରିଡ଼ା, ଦେବେନ୍ଦ୍ର ନାୟକ, ବିଦ୍ୟାଧର ପରିଡ଼ା, ପ୍ରହଲ୍ଲାଦ ସାହୁ, ଦୀପକ ଜେନା, ବୃନ୍ଦାବନ ଜେନା, ଶଙ୍କର ସାହୁ ଓ ରବୀନ୍ଦ୍ର ଜେନା ପ୍ରମୁଖ ଏନେଇ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି । ସେମାନେ ଦର୍ଶାଇଛନ୍ତି, ୨୦୨୩-୨୪ ବର୍ଷରେ ଓରଣ୍ଡ ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୨ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଥିଲା । ପ୍ରଥମ ପ୍ରକଳ୍ପଟି ଓରଣ୍ଡରେ ଥିବା ପାଖାପାଖି ୧୦ ଫୁଟ ଗଭୀରର ପୁରୁଣା ପୋଖରୀ ପୁନରୁଦ୍ଧାର ଓ ଦ୍ୱିତୀୟଟି ଅନ୍ୟ ଏକ ପ୍ଲଟରେ ଥିବା ଶ୍ମଶାନ ପରିସରରେ ମାଟି ବିଛାଯିବା ପାଇଁ ଉଦ୍ଦିଷ୍ଟ ଥିଲା । ହେଲେ ପ୍ରଥମ ପ୍ରକଳ୍ପ ଅର୍ଥାତ୍‌ ଓରଣ୍ଡରେ ଥିବା ପୁରୁଣା ପୋଖରୀର ପୁନରୁଦ୍ଧାର କାମରେ ଜବ୍‌କାର୍ଡଧାରୀଙ୍କୁ ଅନ୍ଧାରରେ ରଖାଯାଇଛି । ଅନ୍ୟପଟେ ଜେସିବି ମାଧ୍ୟମରେ ନାମକୁମାତ୍ର ପୋଖରୀ ଖନନ କାମ ଚାଲିଛି। ଏହି ମାଧ୍ୟମରେ ଅର୍ଥ ହରିଲୁଟ ପାଇଁ କେତେଜଣ ମୁଷ୍ଟିମେୟ ଲୋକ ଉଦ୍ୟମ କରି ଚାଲିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ ନୀରବ ରହିଛନ୍ତି। କେତେଜଣ ଜବକାର୍ଡଧାରୀ ଏ ବିଷୟରେ ଜାଣିବା ପରେ ନିର୍ଦ୍ଦିଷ୍ଟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟଭିକ୍ଷା କରିଥିଲେ । କିନ୍ତୁ ଏହି ଅଧିକାରୀମାନେ ପ୍ରକଳ୍ପ ସମ୍ପର୍କରେ କିଛି ଜାଣି ନ ଥିବା କିମ୍ବା କେହି ଜଣାଇ ନ ଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ । ଯେହେତୁ ବିନା ସୂଚନା ଫଳକରେ ମେଶିନ୍‌ ସାହାଯ୍ୟରେ ପୋଖରୀ ଖନନ ହେଉଥିଲା ତେଣୁ ପ୍ରକଳ୍ପ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ କରିବାରୁ ଅନେକ କଥା ପଦାକୁ ଆସିଥିଲା ।
ସୂଚନା ଅନୁଯାୟୀ, ପୋଖରୀର ପୁନରୁଦ୍ଧାର ପାଇଁ ସରକାରୀ ଭାବେ ୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଫଳକ ମାରିଲେ ଠିକାଦାରଙ୍କ ନାମ ଓ କାମ ସମ୍ପର୍କୀୟ ସୂଚନା ଲେଖିବା ବାଧ୍ୟତାମୂଳକ ଥିବାରୁ ଏହାକୁ ଲୁଚାଯାଇଥିବା କୁହାଯାଉଛି। ଅପରପକ୍ଷେ କାର୍ଯ୍ୟାଦେଶ କାହା ନାମରେ ଅଛି ସେ ସମ୍ପର୍କରେ ଜବକାର୍ଡଧାରୀ ଓ ଗ୍ରାମବାସୀଙ୍କୁ ଅବଗତ କରାଯାଇନାହିଁ । ଅନେକ କିଛି ଲୁଚାଯାଇ ଅର୍ଥ ଆତ୍ମସାତ ପାଇଁ ଉଦ୍ୟମ ହେଉଥିବା ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ନିୟମ ଉଲ୍ଲଂଘନ କରାଯାଇଥିବାରୁ ପୋଖରୀ ପୁନରୁଦ୍ଧାରକୁ ନେଇ ପ୍ରସ୍ତୁତ ମଷ୍ଟରରୋଲ ବାବଦ ଅର୍ଥରାଶିକୁ ବଣ୍ଟନ ନ କରି ବନ୍ଦ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏ ସମ୍ପର୍କରେ ବାଲିକୁଦା ବିଡିଓ ଜିତେନ୍ଦ୍ର ନାୟକଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri