ଭୁବନେଶ୍ବର, ୨୫ା୧: ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ କରିଛନ୍ତି ବିଧାୟକ ଜୟନାରାୟଣ ମିଶ୍ର । ଭଗବାନ ବିଜେଡିକୁ ଦୀର୍ଘାୟୁ କରନ୍ତୁ କହି ତାଚ୍ଛଲ୍ୟ କଲେ ଜୟନାରାୟଣ ।
ସେ କାଉଣ୍ଟର କରି କହିଛନ୍ତି, BJD ମରିଯାଉଥିବା ଲୋକେ କହୁଛନ୍ତି । ସେମାନେ ବଞ୍ଚେଇବା ପାଇଁ ସୋ’ କରୁଛନ୍ତି । ନବୀନଙ୍କ ଯେଉଁ ଅଂହ ଥିଲା ଟିକେ କଟିଛି, ଲୋକଙ୍କୁ ଭେଟିବା କଥା ବୋଲି କଟାକ୍ଷ କରିଛନ୍ତି । ଦଳ ନମରିବି ବଞ୍ଚିକି ଥାଉ, ସାଲାଇନ ଦରକାର ହେଲେ ଆମେ ଦେବୁ । କୌଣସି ସଂଗଠିତ କ୍ରାଇମ୍ ଓଡ଼ିଶାରେ ନାହିଁ । ମାଫିଆ ଥିଲେ, ଆଜି ନାହିଁ । ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନା, ଅରୁଣ ସାହୁ ଯାହା କରିଥିଲେ ଆମେ କରିନୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

