ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ରଙ୍ଗ ରୁଟରେ ଆସି…

ବୈଶିଙ୍ଗା,୨୫|୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଦିନ ୨ଟା୩୦ ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ମୁତାବକ ଗାୟତ୍ରୀ ଗୁରୁକୂଳ ଆଶ୍ରମର ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା କାର୍ ଚଳାଉଥିବା ବେଳେ ଗଞ୍ଜାମ ଜିଲ୍ଲା ଓସ୍ତପୁର ଗ୍ରାମର ଏମ୍ ଭାଗିରଥି ଦୋରା ତାଙ୍କ ବାମ ପାର୍ଶ୍ୱରେ ବସି ବୈଶିଙ୍ଗା ଅଭିମୁଖେ ଯାତ୍ରା କରୁଥିଲେ। ତେବେ ସମ୍ମୁଖରୁ ଏକ ମାଲବାହୀ ଟ୍ରକ ରଙ୍ଗ୍ ରୁଟରେ ଆସି କାରକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଏମ୍ ଭାଗିରଥି ଦୋରାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଚାଳକ ହେମନ୍ତ ପଣ୍ଡା ଗୁରୁତର ଆହତ ହୋଇଥିଲେ । ତାଙ୍କୁ ବୈଶିଙ୍ଗା ପୋଲିସ ସହାୟତାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଦେଖାଯାଇଥିଲା ଏବଂ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ତେବେ ପୋଲିସ ପହଞ୍ଚି ଏକ ଘଣ୍ଟା ପରେ ଗାଡ଼ିମଟର ଚଳାଚଳ ସ୍ଵାଭାବିକ କରାଇଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୨ ଓପିଟିସିଏଲ୍‌ କର୍ମଚାରୀ ଗୁରୁତର

ଦେବଗଡ଼,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣ ଓପିଟିସିଏଲ ଆଉଟସୋର୍ସିଂ କର୍ମଚାରୀ ଗୁରୁତର ହୋଇଛନ୍ତି। ଦେବଗଡ଼ ଜିଲା ବାରକୋଟ ଥାନା…

କିପରି ହେଲା ମୁନା ମୁଣ୍ଡାଙ୍କ ମୃତ୍ୟୁ, ହଠାତ୍ ଅସୁସ୍ଥ ହେବା ପରେ….

ଦେବଗଡ,୨୯ା୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କଳାମାଟି ଗ୍ରାମର ଜଣେ ଯୁବକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ କଳାମାଟି ଗ୍ରାମର…

କୋକସରାରେ ମୃଦୁ ଭୂମିକମ୍ପ, ଛାନିଆ ଲୋକେ

କୋକସରା,୨୯ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବୁଧବାର ସନ୍ଧ୍ୟା ୭ଟା ୪୨ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । କିଛି ସେକେଣ୍ଡ…

ଓଡ଼ିଆ ଓ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍‌, ଏହି ଦିନ ବାହାରିବ ରେଜଲ୍ଟ

କଟକ,୨୯ା୪(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ପ୍ରକାଶ ପାଇଁ ସମସ୍ତ ପ୍ରକ୍ରିୟା ଶେଷ…

ନଡ଼ିଆ ଗଛରେ ପଡ଼ିଲା ବିଜୁଳି, ଭୟଙ୍କର ଶବ୍ଦ ସହ ହୁତୁହୁତୁ ହୋଇ ଜଳିଲା, ଲୋକେ ଆତଙ୍କିତ

ଗୁଣପୁର,୨୯ା୪(ସଙ୍କେତ ପାତ୍ର): ବୁଧବାର ସନ୍ଧ୍ୟାରେ ରାୟଗଡ଼ା ଜିଲା ଗୁଣପୁର ଶିବାନନ୍ଦ ମନ୍ଦିର ନିକଟସ୍ଥ ଏକ ନଡ଼ିଆ ଗଛରେ ବିଜୁଳି ପଡ଼ିଥିବା ଦେଖିବାକୁ ମିଳିଛି। ଘଟଣାଟି ଦେଖି ଆଖପାଖ…

କୁଆପଥର ବର୍ଷା ପରେ ଝରିଗାଁରେ ମୃଦୁ ଭୂମିକମ୍ପ

ଝରିଗାଁ,୨୯।୪(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ସନ୍ଧ୍ୟା ୭ଟା ୪୨ ମିନିଟ୍ ୨୧ ସେକେଣ୍ଡରେ ଭୂକମ୍ପ…

ଘଡ଼ଘଡ଼ି, ବର୍ଷା ପରେ ଥରିଲା ଥୁଆମୂଳ ରାମପୁର, ଲୋକେ ଆତଙ୍କିତ

ଥୁଆମୂଳ ରାମପୁର,୨୯ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ବୁଧବାର ସନ୍ଧ୍ୟାରେ ପ୍ରକୃତିର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। ପ୍ରବଳ ପବନ, ଘଡ଼ଘଡ଼ି ଏବଂ…

ବର୍ଷା ପରେ ରାତିରେ ଥରିଲା ମାଟି; କଳାହାଣ୍ଡିରେ ଭୂକମ୍ପ ଝଟକା, ଘରୁ ବାହାରି ଆସିଲେ ଲୋକେ

ଭବାନୀପାଟଣା,୨୯।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ବିଭିନ୍ନ ବ୍ଲକରେ ବୁଧବାର ରାତି ୭ ଟା ୪୨ ରେ ମୃଦୁ ଭୂମିକମ୍ପ ହୋଇଛି । ପ୍ରାୟ ୧୦ରୁ ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri