ଦୀପାବଳିରେ ଜୟଆଲୁକ୍ଲାସ୍‌ର କ୍ୟାଶ୍‌ବ୍ୟାକ୍‌ ଅଫର

ଭୁବନେଶ୍ୱର,୨୦।୧୦: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଜୟଆଲୁକ୍କାସ୍‌ ଜୁଏଲେରି ପକ୍ଷରୁ ଆସନ୍ତା ଦୀପାବଳି ଉପଲକ୍ଷେ ଏକ କ୍ୟାଶ୍‌ବ୍ୟାକ୍‌ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ପାର୍ବଣ ଅବସରରେ ଆମର ଗ୍ରାହକମାନେ ଏହି ଦୀପାବଳି ଅଫର ସମୟ ମଧ୍ୟରେ ସେମାନଙ୍କର କ୍ରୟ ଉପରେ କ୍ୟାଶ୍‌ବ୍ୟାକ୍‌ ଭାବେ ଗିଫ୍ଟ ଭାଉଚର୍ସର ସୁବିଧା ପାଇବେ। ଏହି ଅଫର ସାରା ଭାରତର ସମସ୍ତ ଜୟଆଲୁକ୍କାସ ଜୁଏଲେରି ଶୋ’ ରୁମ୍‌ରେ ଉପଲବ୍ଧ। ବିଶେଷକରି ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ହୀରା (କଟା ହୋଇ ନ ଥିବା ହୀରା) ଏବଂ ମୂଲ୍ୟବାନ୍‌ ଅଳଙ୍କାରର କ୍ରୟ ଉପରେ ୨,୦୦୦ ଟଙ୍କା ମୂଲ୍ୟର କ୍ୟାଶ୍‌ବ୍ୟାକ୍‌ ଗିଫ୍ଟ ଭାଉଚର ରହିଛି।

ସେହିଭଳି ୫୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମୂଲ୍ୟର ସ୍ବର୍ଣ୍ଣ ଅଳଙ୍କାର କ୍ରୟ ଉପରେ ୧୦୦୦ ଟଙ୍କା ମୂଲ୍ୟର ଏକ କ୍ୟାଶ୍‌ବ୍ୟାକ୍‌ ଗିଫ୍ଟ ଭାଉଚର ସୁବିଧା ଦିଆଯାଉଛି। ଏପରିକି ଏସ୍‌ବିଆଇ କାର୍ଡ ଉପରେ ମଧ୍ୟ ୫% ଅତିରିକ୍ତ କ୍ୟାଶ୍‌ବ୍ୟାକ୍‌ ସହ ଏହି ବିଶେଷ ଅଫରରେ କ୍ରେତାମାନଙ୍କ ନିମନ୍ତେ ଜୟଆଲୁକ୍କାସ ପକ୍ଷରୁ ଏକ ଅତିରିକ୍ତ ପ୍ରୋତ୍ସାହନ ଦିଆଯାଉଛି। ଏ ସମ୍ପର୍କରେ ଜୟଆଲୁକ୍କାସ୍‌ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ଜୟଆଲୁକ୍କାସ କହିଛନ୍ତି, ଆମେ ଆମର ଗ୍ରାହକମାନଙ୍କ ନିମନ୍ତେ ପର୍ବପର୍ବାଣି ଏବଂ ଶୁଭ ଅବସରରେ ଆକର୍ଷକ ଅଫର ଏବଂ ଅଭିଜ୍ଞତା ଉପହାର ଦେଇ ଆନନ୍ଦିତ କରାଇବୁ। ବିଶେଷକରି ଚଳିତ ବର୍ଷ ଦୀପାବଳି ପାଇଁ ପ୍ରତ୍ୟେକ କ୍ରୟ ଉପରେ କ୍ୟାଶ୍‌ବ୍ୟାକ୍‌ ଗିଫ୍ଟ ଭାଉଚର ପୁରସ୍କାର ଭାବେ ଦେବାର ଯୋଜନା କରିଛୁ। ଅପରପକ୍ଷରେ ଅଳଙ୍କାର କ୍ରେତାମାନେ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଭାରତର ସମସ୍ତ ଜୟଆଲୁକ୍କାସ୍‌ ଶୋ’ରୁମ୍‌ରେ ଏହି ପ୍ରୋତ୍ସାହନ ଅଫର ଉପଭୋଗ କରିପାରିବେ। ଏହି ଉତ୍ସବ ଅଫର ସହିତ ଜୟଆଲୁକ୍ଳାସ୍‌ ଗ୍ରାହକମାନଙ୍କୁ ୯୧୬ ବିଏସ୍‌ଆଇ ହଲ୍‌ମାର୍କ ଅଳଙ୍କାରର ଆଶ୍ବାସନା ଦେଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri