ଚାକିରି ଦେବାକୁ କହି ଠକେଇ ମାମଲା, ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷାଙ୍କୁ ହାଇକୋର୍ଟରୁ ଜାମିନ

ହାଟଡିହୀ,୫।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ୍‌ ନନ୍ଦିପଦା ଥାନା ଜଳକଳଙ୍ଗ ଗ୍ରାମର ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କୁ ଓଡ଼ିଶା ହାଇକୋର୍ଟରୁ ଗତ ୧ ତାରିଖରେ ଜାମିନ ମିଳିଛି। ସୁରେଶ୍ୱରୀ ଚାକିରି ଦେବାକୁ କହି ୨୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ୧୪ ଫେବୃଆରୀ ୨୦୨୬ରୁ ଜେଲରେ ଥିଲେ।
ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ପୋଲିସ ଏକ ଠକେଇ ମାମଲା(ନଂ. ୪୬୫/୨୦୨୫)ରେ ସୁରେଶ୍ୱରୀଙ୍କୁ ଗିରଫ କରିଥିଲା। ମାମଲା ଭୁବନେଶ୍ୱର ଜେଏମ୍‌ଏଫ୍‌ସି-ଭିଙ୍କ କୋର୍ଟରେ ବିଚାରାଧୀନ ରହିଛି। ଜାମିନ(ବେଲ ଆପ୍ଲିକେଶନ (ନଂ. ୩୪୨/୨୦୨୬) ପାଇଁ ପ୍ରଥମେ ସୁରେଶ୍ୱରୀ ଭୁବନେଶ୍ୱର ସେକେଣ୍ଡ ଆଡିଶନାଲ ସେସନ ଜଜ୍‌ଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଗତ ୧୨ ମାର୍ଚ୍ଚ ୨୦୨୬ରେ ତାହା ଖାରଜ ହୋଇଥିଲା। ପରେ ଜାମିନ ନିମନ୍ତେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

 

Dharitri – Odisha’s No.1 Odia Daily

Share