ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ

ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍‌ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ ବେଳକୁ ବେଳ ଉତ୍ସୁକତା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ମେକର୍ସ ମୁଭିର ରିକଲ ଟିଜର ରିଲିଜ କରିବା ପରେ ଏହା ସୋସିଆଲ ମିଡିଆରେ ଛାଇ ଯାଇଥିଲା । ଏହି ଟିଜରରେ ମେକର୍ସ ଦର୍ଶକଙ୍କୁ ପ୍ରଥମ ଫିଲ୍ମର ପୁରା ଘଟଣାକୁ ମନେପକାଇ ଦେଇଛନ୍ତି । ନିକଟରେ ମୁଭିରେ ଅଖୟ ଖାନ୍ନାଙ୍କର ଫାଷ୍ଟ ଲୁକ ବି ସାମ୍ନାକୁ ଆସିଥିଲା । ଅକ୍ଷୟ ଖାନ୍ନାଙ୍କ ପରେ ଏବେ ଅଜୟ ଦେବଗନ ମୁଭିର ଫାଷ୍ଟ ଲୁକ ଜାରି କରିଛନ୍ତି ।

‘ଦୃଶ୍ୟମ’ରେ ନିଜର ଦମଦାର ଅଭିନୟକୁ ନେଇ ସିନେମାହଲରେ ଦର୍ଶକଙ୍କୁ ତାଳି ବଜାଇବାକୁ ବାଧ୍ୟ କରଥିଲେ ଅଜୟ । ଲାଗୁଛି ଇତିହାସ ପୁଣିଥରେ ଦୋହରାଇବାକୁ କହିଛି । ଅଜୟ ଦେବଗନ ଦୃଶ୍ୟମ ୨ର ଯେଉଁ ଫାଷ୍ଟ ଲୁକ ଶେୟାର କରିଛନ୍ତି ଏଥିରେ ସେ ବହୁତ ସଲିଡ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋରେ ଅଜୟ ଟଫ୍ ଲୁକ ସହ ହାତରେ ଏକ ଫାଉଡା ଧରିଥିବା ଦେଖାଯାଇଛି । ଫଟୋକୁ ଶେୟାର କରି ଅଭିନେତା ଲେଖିଛନ୍ତି, ପ୍ରଶ୍ନ ଏହା ନୁହେଁ ଯେ ଆପଣଙ୍କ ଆଖି ସାମ୍ନାରେ କ’ଣ ରହିଛି , ପ୍ରଶ୍ନ ହେଉଛି ଆପଣ କ’ଣ ଦେଖୁଛନ୍ତି । ଅର୍ଥାତ୍ ଯେତେ ପାୱାରଫୁଲ ଫଟୋ ସେତେ ଦମଦାର କ୍ୟାପଶନ । ଏହାକୁ ପଢି ଏତିକି ତ ନିଶ୍ଚିତ ଭାବେ ଅନୁମାନ ଲଗାଯାଉଛି କି ଦୃଶ୍ୟମ ଭଳି ଦୃଶ୍ୟମ ୨ ର ଡାଏଲଗ ଖୁବ ମସ୍ତ ହୋଇଥିବ । ଡାଏଲଗ କ’ଣ ଫାଷ୍ଟ ଲୁକ୍ ଦେଖି ଅନୁମାନ କରାଯାଉଛି ମୁଭି ବି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିବ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri