ଜୟ ଆଲୁକ୍କାସ୍‌ଙ୍କ ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ ଉନ୍ମୋଚିତ

ଭୁବନେଶ୍ୱର,୧୨।୧୧: ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ଜୟ ଆଲୁକ୍କାସ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ଜୟ ଆଲକ୍କାସଙ୍କର ଆତ୍ମଜୀବନୀ ‘ବ୍ୟାପ୍ତ ଆନନ୍ଦ’ (ସ୍ପ୍ରେଡିଂ ଜୟ) ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ଜୟ ଆଲୁକ୍କାସ୍‌ କିପରି ବିଶ୍ୱର ଜଣେ ଜଣାଶୁଣା ଗହଣା ବ୍ୟବସାୟୀ ହୋଇଗଲେ ସେ ବିଷୟରେ ବିସ୍ତୃତ ରୋଚକ ତଥ୍ୟ ଉକ୍ତ ପୁସ୍ତକରେ ଉଲ୍ଲେଖ କରାଯାଇଛି। ଶାରଜା ପୁସ୍ତକ ମେଳାରେ ଉକ୍ତ ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶାରଜା ବୁକ୍‌ ଅଥରିଟିର ସିଇଓ ଅହମ୍ମଦ ବିନ୍‌ ରାକ୍କଡ ଅଲ୍‌ ଆମେରୀ ଏବଂ ଜୟ ଆଲୁକ୍କାସ୍‌ର ଗ୍ଲୋବାଲ ବ୍ରାଣ୍ଡ୍‌ ଆମ୍ବାସାଡର ତଥା ଲୋକପ୍ରିୟ ବଲିଉଡ୍‌ ଅଭିନେତ୍ରୀ କାଜୋଲ ଦେବଗନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଅନାବରଣ (ଉନ୍ମୋଚନ) କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଲି ଜୟ ଆଲୁକ୍କାସ୍‌, ଅନନ୍ତ ପଦ୍ମନାଭନ, ସିଇଓ ହାର୍‌ପର କଲିନ୍ସ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଜୟ ଆଲୁକ୍କାସ୍‌ କହିଛନ୍ତି, ମୋ ଜୀବନର ଯାତ୍ରା ପ୍ରତିବଦ୍ଧତା, ପରିଶ୍ରମ ଏବଂ ଦୃଢ଼ତା ତଥା ଚିରସ୍ଥାୟୀ ମୂଲ୍ୟବୋଧର ଏକ ଜ୍ୱଳନ୍ତ ଉଦାହରଣ (ପ୍ରମାଣ) ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।