ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍‌ସାରରେ ମିଳିଲାନି ରକ୍ତ

ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍‌ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍‌ସାର ରକ୍ତଭଣ୍ଡାରରେ ଉକ୍ତ ବର୍ଗର ରକ୍ତ ନ ଥିଲା। ଫଳରେ ରକ୍ତ ଯୋଗାଡ଼ ପାଇଁ ତାଙ୍କ ପରିବାରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଏ ସମ୍ପର୍କରେ ଖବରପାଇ ସମ୍ବଲପୁରର କେତେଜଣ ସାମାଜିକ କର୍ମୀ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଗୁଣମଣି ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରବିବାର ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବୁଲୁ ନାୟକ, ଡାକ୍ତର ଓରାମ, କ୍ଷୀରୋଦ ନାୟକ ପ୍ରାଥମିକସ୍ତରରେ ତାଙ୍କ ପାଇଁ ଆବଶ୍ୟକ ‘ଓ’ ପଜିଟିଭ୍‌’ ବର୍ଗର ୪ ୟୁନିଟ୍‌ ରକ୍ତ ଦାନ କରିଛନ୍ତି। ରବିବାର ପ୍ରସୂତିଙ୍କୁ ଗୋଟିଏ ୟୁନିଟ୍‌ ରକ୍ତ ଦିଆଯାଇ ଅବଶିଷ୍ଟ ରକ୍ତକୁ ପର୍ଯ୍ୟାୟକ୍ରମେ ପ୍ରଦାନ କରିବାକୁ ଭିମ୍‌ସାର ରକ୍ତଭଣ୍ଡାରରେ ରଖାଯାଇଛି। ଆବଶ୍ୟକ ହେଲେ ଆଗକୁ ଆହୁରି ରକ୍ତ ଯୋଗାଇଦେବାକୁ ସାମାଜିକ କର୍ମୀମାନେ ଯବାନଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାନୁଯାୟୀ, ଭାରତୀୟ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ଟେଙ୍ଗନାମାଲ ଗ୍ରାମର ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଗତ ଏପ୍ରିଲ୍‌ ୨୮ ତାରିଖରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ଜରିଆରେ ଶିଶୁକନ୍ୟା ଜନ୍ମ ପରେ ସେ ସଂଜ୍ଞାହୀନ ହୋଇ ଗୁରୁତର ହୋଇପଡ଼ିଥିଲେ। ତେଣୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଦେବରାଜ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟାକୁ ଏପ୍ରିଲ ୨୯ ତାରିଖରେ ଭିମ୍‌ସାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଜରୁରିକାଳୀନ ପରିସ୍ଥିତିରେ କର୍ମକ୍ଷେତ୍ରରୁ ଡାକରା ପାଇବାରୁ ଦେବରାଜ ଶନିବାର ଅରୁଣାଚଳ ପ୍ରଦେଶ ସୀମାକୁ ପ୍ରସ୍ଥାନ କରିଛନ୍ତି। ଅପରପକ୍ଷରେ ଯବାନଙ୍କ ସ୍ତ୍ରୀଙ୍କ ଅବସ୍ଥା ପୂର୍ବଭଳି ଜଟିଳ ରହିଛି ଓ ସେ ବର୍ତ୍ତମାନ ଚେତାଶୂନ୍ୟ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭିମ୍‌ସାର ରକ୍ତଭଣ୍ଡାର ଇନଚାର୍ଜ ଡା. ଅନୁପା ଟପ୍ପୋ କହିଛନ୍ତି, ରକ୍ତ ପାଇଁ ଯବାନଙ୍କ ପରିବାର ପକ୍ଷରୁ କେହି ତାଙ୍କୁ ଯୋଗାଯୋଗ କରି ନ ଥିଲେ। ତେବେ ଭିମ୍‌ସାର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି। ‘ଓ’ ପଜିଟିଭ ବର୍ଗର ରକ୍ତ ଆଦୌ ନ ଥିବାବେଳେ ଜରୁରିକାଳୀନ ଆବଶ୍ୟକତା ପାଇଁ ଅନ୍ୟବର୍ଗର ଅଳ୍ପକିଛି ରକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri