ଯବାନଙ୍କ ପ୍ରସୂତି ସ୍ତ୍ରୀଙ୍କୁ ଭିମ୍‌ସାରରେ ମିଳିଲାନି ରକ୍ତ

ସମ୍ବଲପୁର/ଝାରସୁଗୁଡ଼ା,୧୨ା୫(ପ୍ରମୋଦ ବହିଦାର/ଆଶିଷ ରଞ୍ଜନ ଦାଶ):ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍‌ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍‌ସାର ରକ୍ତଭଣ୍ଡାରରେ ଉକ୍ତ ବର୍ଗର ରକ୍ତ ନ ଥିଲା। ଫଳରେ ରକ୍ତ ଯୋଗାଡ଼ ପାଇଁ ତାଙ୍କ ପରିବାରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଏ ସମ୍ପର୍କରେ ଖବରପାଇ ସମ୍ବଲପୁରର କେତେଜଣ ସାମାଜିକ କର୍ମୀ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଗୁଣମଣି ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରବିବାର ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବୁଲୁ ନାୟକ, ଡାକ୍ତର ଓରାମ, କ୍ଷୀରୋଦ ନାୟକ ପ୍ରାଥମିକସ୍ତରରେ ତାଙ୍କ ପାଇଁ ଆବଶ୍ୟକ ‘ଓ’ ପଜିଟିଭ୍‌’ ବର୍ଗର ୪ ୟୁନିଟ୍‌ ରକ୍ତ ଦାନ କରିଛନ୍ତି। ରବିବାର ପ୍ରସୂତିଙ୍କୁ ଗୋଟିଏ ୟୁନିଟ୍‌ ରକ୍ତ ଦିଆଯାଇ ଅବଶିଷ୍ଟ ରକ୍ତକୁ ପର୍ଯ୍ୟାୟକ୍ରମେ ପ୍ରଦାନ କରିବାକୁ ଭିମ୍‌ସାର ରକ୍ତଭଣ୍ଡାରରେ ରଖାଯାଇଛି। ଆବଶ୍ୟକ ହେଲେ ଆଗକୁ ଆହୁରି ରକ୍ତ ଯୋଗାଇଦେବାକୁ ସାମାଜିକ କର୍ମୀମାନେ ଯବାନଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାନୁଯାୟୀ, ଭାରତୀୟ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ଟେଙ୍ଗନାମାଲ ଗ୍ରାମର ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଗତ ଏପ୍ରିଲ୍‌ ୨୮ ତାରିଖରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ଜରିଆରେ ଶିଶୁକନ୍ୟା ଜନ୍ମ ପରେ ସେ ସଂଜ୍ଞାହୀନ ହୋଇ ଗୁରୁତର ହୋଇପଡ଼ିଥିଲେ। ତେଣୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଦେବରାଜ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟାକୁ ଏପ୍ରିଲ ୨୯ ତାରିଖରେ ଭିମ୍‌ସାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଜରୁରିକାଳୀନ ପରିସ୍ଥିତିରେ କର୍ମକ୍ଷେତ୍ରରୁ ଡାକରା ପାଇବାରୁ ଦେବରାଜ ଶନିବାର ଅରୁଣାଚଳ ପ୍ରଦେଶ ସୀମାକୁ ପ୍ରସ୍ଥାନ କରିଛନ୍ତି। ଅପରପକ୍ଷରେ ଯବାନଙ୍କ ସ୍ତ୍ରୀଙ୍କ ଅବସ୍ଥା ପୂର୍ବଭଳି ଜଟିଳ ରହିଛି ଓ ସେ ବର୍ତ୍ତମାନ ଚେତାଶୂନ୍ୟ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭିମ୍‌ସାର ରକ୍ତଭଣ୍ଡାର ଇନଚାର୍ଜ ଡା. ଅନୁପା ଟପ୍ପୋ କହିଛନ୍ତି, ରକ୍ତ ପାଇଁ ଯବାନଙ୍କ ପରିବାର ପକ୍ଷରୁ କେହି ତାଙ୍କୁ ଯୋଗାଯୋଗ କରି ନ ଥିଲେ। ତେବେ ଭିମ୍‌ସାର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି। ‘ଓ’ ପଜିଟିଭ ବର୍ଗର ରକ୍ତ ଆଦୌ ନ ଥିବାବେଳେ ଜରୁରିକାଳୀନ ଆବଶ୍ୟକତା ପାଇଁ ଅନ୍ୟବର୍ଗର ଅଳ୍ପକିଛି ରକ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri