ଯବାନ ବଖାଣିଲେ ୧୯୭୧ ଭାରତ-ପାକ୍‌ ଯୁଦ୍ଧ ଅନୁଭୂତି

ବାଲେଶ୍ୱର ଅଫିସ, ୭।୧୧: ବାଲେଶ୍ୱରର ରାଣୀପାଟଣା ସ୍ଥିତ ବ୍ୟାଙ୍କକଲୋନୀରେ ଅବସ୍ଥାନ କରୁଛନ୍ତି ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଯବାନ ଗୋପାଳକୃଷ୍ଣ ଦାସ। ୧୯୭୧ ଭାରତ-ପାକିସ୍ତାନର ଯୁଦ୍ଧ ବିଜୟର ସ୍ବର୍ଣ୍ଣିମ ଜୟନ୍ତୀ ଉତ୍ସବ ଶନିବାର ପରିବାର ସହ ପାଳନ କରିଛନ୍ତି। ଆଉ ବଖାଣିଛନ୍ତି ସେହି ଯୁଦ୍ଧର ନିଜସ୍ବ ଅନୁଭୂତି। ‘ସେ ସମୟରେ ମୋର କର୍ମକ୍ଷେତ୍ର ଥିଲା ଗୁଜୁରାଟ ଆରବସାଗର ଉପକୂଳ ଜାମନଗର ଏୟାରବେସ୍‌। ସେ ଦିନ ଥିଲା ୧୯୭୧ ଡିସେମ୍ବର ୩, ରାତି ୨ଟା। କ୍ୱାର୍ଟରରେ ପନତ୍ୀ ପାର୍ବତୀ ଓ ୯ମାସର ଶିଶୁକନ୍ୟା ସହ ଶୋଇଥିବା ବେଳେ ପଡ଼ୋଶୀ ଡାକ ପକାଇଥିଲେ। ନିଦରୁ ଉଠି ଜାଣିଲି ଯେ, ଏୟାରବେସ୍‌ କ୍ରସ୍‌ ରନ୍‌ୱେର ପୂର୍ବ ପଟରେ ପାକିସ୍ତାନ ଯୁଦ୍ଧ ଜାହାଜ ବି-୫୭ ୩ଟି ବୋମା ବିସ୍ଫୋରଣ କରି ଆକାଶରେ ଘୁରି ବୁଲୁଥିଲା। କ୍ୱାର୍ଟର ସାମ୍ନାରେ ଖୋଳା ଯାଇଥିବା ଟ୍ରେଞ୍ଚକୁ ନ ଯାଇ ଭଗବାନଙ୍କ ଉପରେ ଭରସା କରି ସାରା ରାତି କ୍ୱାର୍ଟରରେ ରହିଥିଲୁ। ସେ ସମୟରେ ପୁଣେ ଏୟାରବେସ୍‌ରୁ ଦୁଇଟି ବୋମାବର୍ଷଣକାରୀ ଭାରତୀୟ ଯୁଦ୍ଧ ଜାହାଜ ବି-୫୮ ପ୍ରତ୍ୟେକ ୩ହଜାର ପାଉଣ୍ଡ ମାରଣାସ୍ତ୍ର ଆର୍‌ଡିଏକ୍ସ ଓ ଟିଏନ୍‌ଟି ବାରୁଦ ଧ୍ୱଂସକାରୀ ବୋମା ନେଇ ଜାମନଗର ଏୟାରବେସ୍‌ରେ ଅବତରଣ କଲେ। ସେଠାରୁ ଇଞ୍ଜିନ୍‌ରେ ଏଫ୍‌ଟିଏଫ୍‌ ଇନ୍ଧନ ଭର୍ତ୍ତି କରି ପୂର୍ବାହ୍ନରେ ଗ୍ରୁପ୍‌ କ୍ୟାପଟେନ୍‌ ଉଇଲସନ୍‌ କମାଣ୍ଡାଣ୍ଟ ସ୍କ୍ରାମ୍ବ୍ଲେ ଅର୍ଡ଼ର ପାଇ ପ୍ରତିଶୋଧ ନେବା ଲାଗି ପାକିସ୍ତାନର କରାଚି ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ସେହି ଦୁଇ ବି-୫୮ ଯୁଦ୍ଧ ଜାହାଜକୁ ଏସକର୍ଟ କରି ଜାମନଗର ଏୟାରବେସ୍‌ରୁ ୪ଟି ହଣ୍ଟରଜେଟ୍‌ ବିମାନ ଗୋଳାବାରୁଦ ନେଇ ସକାଳ ପ୍ରାୟ ୬ଟା ସମୟରେ ଯାଇଥିଲେ। ଅଧଘଣ୍ଟାଏ ପରେ ସମସ୍ତ ୬ଟି ଯାକ ଯୁଦ୍ଧ ଜାହାଜ ସୁରକ୍ଷିତ ଅବସ୍ଥାରେ ଫେରି ଆସି ଜାମନଗର ଏୟାରବେସ୍‌ ଉପରେ ଘୂରି ବୁଲିଥିଲେ। ଏହା ଦେଖି ସମସ୍ତେ ଆନନ୍ଦରେ ଜୟହିନ୍ଦ୍‌ ଧ୍ୱନି ଦେଇଥିଲେ। ସେହିଦିନ ଠାରୁ ୨୪ଘଣ୍ଟିଆ ସିଫ୍ଟ ଡ୍ୟୁଟିରେ କାମରେ ଲାଗି ପଡ଼ିଥିଲୁ। ତେବେ ଡିସେମ୍ବର ୮ ଦିନ ପ୍ରାୟ ୧ଟା ବେଳେ ଗଛ ଛାଇରେ ବସି ଖାଉଥିବା ସମୟରେ ହଠାତ୍‌ ୨ଟି ପାକିସ୍ତାନୀ ଷ୍ଟାର ଜେଟ୍‌ ଫାଇଟର ଜାମନଗର ଏୟାରବେସ୍‌ରେ ଆକ୍ରମଣ ଆରମ୍ଭ କରିଦେଲେ। କ୍ରସ ରନ୍‌ୱେ ଉପରେ ଥିବା ଫମ୍ପା ଯୁଦ୍ଧ ଜାହାଜକୁ ଗୁଳି ବର୍ଷଣ କରି ନିଆଁ ଲଗାଇ ଦେଇ ଆକାଶରେ ଘୂରି ବୁଲିଥିଲା। ଏହି ଏୟାରଷ୍ଟ୍ରାଇକ୍‌ର ଅଧଘଣ୍ଟାଏ ପୂର୍ବରୁ ଆରବ ଉପକୂଳରେ ଥିବା ଦ୍ୱାରିକା ଅବଜରଭେସନ୍‌ ପୋଷ୍ଟରୁ ଉକ୍ତ ୨ପାକିସ୍ତାନୀ ଯୁଦ୍ଧ ଜାହାଜ ଜାମନଗର ବେସ୍‌ ଅଭିମୁଖେ ଆସୁଥିବା ସୂଚନା ଗ୍ରୁପ୍‌ କ୍ୟାପଟେନ୍‌ ଉଇଲସନ୍‌ କମାଣ୍ଡାଣ୍ଟ ପାଇଯାଇଥିଲେ। ପ୍ରତିରୋଧ ଲାଗି ୨ଟି ଭାରତୀୟ ଜେଟ୍‌ ମିଗ୍‌-୧୯ ଗ୍ରୀନ୍‌ ପାଇଲଟ୍‌କୁ ପଠାଇ ସାରିଥିଲେ। ଫଳରେ ଜାମନଗର ଏୟାରବେସ୍‌ ଉପରେ ୪ଟି ଯୁଦ୍ଧ ଜାଜାଜର ଡଗ୍‌ ଫାଇଟ୍‌ ଦେଖିବାକୁ ମିଳିଥିଲା। ପାକିସ୍ତାନର ଗୋଟିଏ ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇଥିବା ବେଳେ ଅନ୍ୟଟି କରାଚି ଅଭିମୁଖେ ଖସି ପଳାଇ ଯାଇଥିଲା। ପାକିସ୍ତାନର ଜେନେରାଲ ନିଆଜି ଭାରତ ସାମ୍ନାରେ ଆମତ୍ସମର୍ପଣ କରିଥିଲେ। ଏହି ଯୁଦ୍ଧ ପରେ ପୂର୍ବ ପାକିସ୍ତାନ(ଏବର ବାଂଲାଦେଶ) ପୃଥିବୀ ମାନଚିତ୍ରରୁ ସବୁଦିନ ପାଇଁ ଲିଭିଗଲା। ଏହା ମୋ ଜୀବନର ଅଲିଭା ସ୍ମୃତି ହୋଇ ରହିଛି ବୋଲି କୁହନ୍ତି ଗୋପାଳକୃଷ୍ଣ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri