ଜଟଣୀରେ ହେବ ୨୦୦ ଶଯ୍ୟାର କ୍ୟାନ୍‌ସର ହସ୍ପିଟାଲ

ଭୁବନେଶ୍ୱର, ୮।୯(ବ୍ୟୁରୋ): ଜଟଣୀସ୍ଥିତ ନାଇଜର ପରିସରରେ ଏକ କ୍ୟାନ୍‌ସର ହସ୍ପିଟାଲ ସ୍ଥାପନ କରାଯିବ। ୨୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ରାଜ୍ୟ ସରକାର ଓ ଟାଟା କ୍ୟାନ୍‌ସର ମେମୋରିଆଲ ସେଣ୍ଟର ମଧ୍ୟରେ ବୁଧବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସଚିବ ଡା. ଅଜିତ କୁମାର ମହାନ୍ତି ଏବଂ ମୁମ୍ବାଇ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ଡା. ରାଜେନ୍ଦ୍ର ବାଦ୍ୱି ଚୁକ୍ତି ସ୍ବାକ୍ଷରିତ କରିଥିଲେ। ଏହି କ୍ୟାନ୍‌ସର ହସ୍ପିଟାଲ ପାଇଁ ମୋଟ ୬୫୦ କୋଟି ଟଙ୍କା ବ୍ୟୟ ହେବ। ଏହା ମଧ୍ୟରୁ ୪୦୦କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରଣାଳୟ ଏବଂ ୨୫୦ କୋଟି ଟଙ୍କା ଟାଟା ଟ୍ରଷ୍ଟ ଯୋଗାଇଦେବ। ରାଜ୍ୟ ସରକାର ହସ୍ପିଟାଲ ପାଇଁ ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇଦେବେ। ଏଥିସହିତ ରାଜ୍ୟ ସରକାର ରେଡିଓ ଆଇସୋଟୋପ୍ସ ନିମନ୍ତେ ଏକ ସାଇକ୍ଲୋଟ୍ରୋନ୍‌ ମେଶିନ ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ ଏହି ହସ୍ପିଟାଲ ନିର୍ମାଣ ପାଇଁ ନାଇଜର ୧୭ ଏକର ଜମି ଦେବ। ପରେ ଏହାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି କ୍ୟାନ୍‌ସର ହସ୍ପିଟାଲ କେବଳ ଓଡ଼ିଶାବାସୀ ନୁହନ୍ତି, ରାଜ୍ୟ ବାହାରର ରୋଗୀଙ୍କ ଚିକିତ୍ସା ଆବଶ୍ୟକତାକୁ ମଧ୍ୟ ମେଣ୍ଟାଇବ। ଏହି ହସ୍ପିଟାଲ ସ୍ଥାପନକୁ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର, ଟାଟା ଟ୍ରଷ୍ଟ ଓ ନାଇଜରକୁ କୃତଜ୍ଞତା ଜଣାଇଛନ୍ତି। ଏହି ପ୍ରକଳ୍ପ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ବୟର ଏକ ଉଦାହରଣ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ. ପାଣ୍ଡିଆନ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ନାଇଜର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡା ଉପସ୍ଥିତ ଥିଲେ। ଏହି ହସ୍ପିଟାଲରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବ। ହସ୍ପିଟାଲ ପରିସରରେ ରାଜ୍ୟ ସରକାର ଏକ ଆହାର କେନ୍ଦ୍ର ମଧ୍ୟ ଖୋଲିବେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଅଣାୟତ୍ତ କରୋନା, ଦୈନିକ ସଂକ୍ରମଣ ୫ଶହ ଟପିଲା

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ କରୋନା(କୋଭିଡ୍‌-୧୯) ସଂକ୍ରମଣର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ହୋଇ ପଡ଼ିଛି । ଜିଲାରେ ଆକ୍ରାନ୍ତ, ମୃତକଙ୍କ...

କମ୍ପାନୀ ଅଧିକାରୀଙ୍କ ପାଇଁ ନାକେଦମ ପ୍ରଶାସନ, ଆପାର୍ଟମେଣ୍ଟ ସିଲ୍‌

ଛତ୍ରପୁର,୨ା୪(ଡି.ଏନ.ଏ)- ବାହାର ରାଜ୍ୟରୁ ଫେରିି ନିଜ ତଥ୍ୟ ଲୁଚାଇଥିବା ଏକ ଘରୋଇ କମ୍ପାନୀର ଜଣେ ଅଧିକାରୀଙ୍କ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ନାକେଦମ ହୋଇଛି। ସମ୍ପୃକ୍ତ...

ଜିଲାରେ ୪୯୪.୨ ମିମି ବର୍ଷା, କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି

କୋରାପୁଟ,୪।୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୪୯୪.୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗର ରିପୋର୍ଟରୁ ଜଣାଯାଇଛି। ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି...

ଭାରରେ ବୁହାହେଲେ ଗର୍ଭବତୀ

ପଟ୍ଟାଙ୍ଗୀ,୨୯ା୮(ଡି.ଏନ.ଏ.): ଓଡିଶା ସରକାରଙ୍କ ଶିଶୁ ଓ ଜନନୀ ସୁରକ୍ଷା ନିମନ୍ତେ ଆମ୍ବୁଲାନ୍ସ ସେବାଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ସୁଦ୍ଧା ଗ୍ରାମାଞ୍ଚଳରେ ଏହା ପହଞ୍ଚତ୍ ପାରିନାହିଁ।...

ଝାରସୁଗୁଡ଼ାରେ ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୨୨।୫-ଝାରସୁଗୁଡ଼ା ଜିଲାକୁ ପୁଣି ଥରେ କରୋନା ଫେରିଛି । ପୂର୍ବରୁ ବ୍ରଜରାଜନଗର ଓ ଲଖନପୁର ଅଞ୍ଚଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।...

ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ବାନ

ଫୁଲବାଣୀ ଅଫିସ, ୭ା୧୨-ଲୋକଙ୍କ ସମସ୍ୟା ସମାଧାନ କରିବାକୁ ହେଲେ ସରକାରଙ୍କୁ ଲୋକଙ୍କ ଆଖିରେ ହିଁ ସମସ୍ୟା ଦେଖିବାକୁ ପଡିବ। ଚାରି କାନ୍ଥ ଭିତରେ ବସି ଯୋଜନା...

ଶେଷ ପର୍ଯ୍ୟାୟରେ ରଥଯାତ୍ରା ପ୍ରସ୍ତୁତି

ସୋରଡ଼ା,୧୯ା୬(ଲମ୍ବୋଦର ପାଣିଗ୍ରାହୀ): ଅଞ୍ଚଳର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋରଡା,ବଡ଼ଗଡ଼ ୨ ଜଗନ୍ନାଥ ମନ୍ଦିରରେ ସୋମବାର ନବଯୌବନ ବେଶ ଦର୍ଶନ ପାଇଁ...

ଆଜି ରୁକ୍ମଣୀଙ୍କୁ ବିବାହ କରିବେ ମହାପ୍ରଭୁ

ପୁରୀ ଅଫିସ,୧୧।୬: ଶ୍ରୀମନ୍ଦିରରେ ରୁକ୍କଣୀ ହରଣ ଏକାଦଶୀ ନୀତି ଶନିବାର ଅନୁଷ୍ଠିତ ହେବ। ଆଜି ରୁକ୍ମଣୀଙ୍କୁ ବିବାହ କରିବେ ମହାପ୍ରଭୁ । ଏଥିଲାଗି ସ୍ବତନ୍ତ୍ର ନୀତି...

Advertisement
Archives

Model This Week