Posted inଫୁରସତ

ଏମିତିି ଗାଁ ଯେଉଁଠି ପ୍ରତିବର୍ଷ ଆତ୍ମହତ୍ୟା କରିବାକୁ ଆସନ୍ତି ହଜାର ହଜାର ପକ୍ଷୀ ! ପୁରା ଘଟଣା ଜାଣିଲେ…

ଦୁନିଆ ରହସ୍ୟମୟ ଜିନିଷରେ ପରିପୂର୍ଣ୍ଣ। ସେଥିରୁ କିଛି ରହସ୍ୟ ଉପରୁ ପରଦା ଉଠୁଥିବା ବେଳେ ଆଜି ପର୍ଯ୍ୟନ୍ତ କିଛିର ସମାଧାନ ମିଳିପାରି ନାହିଁ। ସେଭଳି ଏକ ରହସ୍ୟ ବିଷୟରେ ଆଜି ଆମେ ଆପଣଙ୍କୁ ପରିଚିତ କରିବାକୁ ଯାଉଛୁ। ସେଇଟି ହେଲା ପକ୍ଷୀଙ୍କ ଆତ୍ମହତ୍ୟା। ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ହଜାର ହଜାର ସଂଖ୍ୟାରେ ପକ୍ଷୀ ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସି ଆତ୍ମହତ୍ୟା କରିଥାନ୍ତି। ଚକିତ ହୋଇଗଲେ ନା। କଥାଟି ସତ।

ଉତ୍ତର-ପୂର୍ବର ବୃହତ୍ତମ ରାଜ୍ୟ ଆସାମର ଅନେକ ବିଶେଷତା ଅଛି। ହେଲେ ଏହି ରାଜ୍ୟର ଅନେକ ଜିନିଷ ଅତ୍ୟନ୍ତ ରହସ୍ୟମୟ ଅଟେ। ରାଜ୍ୟରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରତିବର୍ଷ ହଜାର ହଜାର ପକ୍ଷୀ ଆତ୍ମହତ୍ୟା କରନ୍ତି। ଡିମା ହାସୋ ଜିଲାର ପାହାଡରେ ଅବସ୍ଥିତ ଜାଟିଙ୍ଗା ଉପତ୍ୟକା ପକ୍ଷୀମାନଙ୍କର ଆତ୍ମହତ୍ୟା ସ୍ଥାନ ଭାବରେ ବେଶ ପ୍ରସିଦ୍ଧ। ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପକ୍ଷୀମାନଙ୍କର ଆତ୍ମହତ୍ୟା ହେତୁ ଜାଟିଙ୍ଗା ଗାଁ ଚର୍ଚ୍ଚାର ବିଷୟ ପାଲଟିଥାଏ। ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ସ୍ଥାନୀୟ ପକ୍ଷୀ ନୁହନ୍ତି ବରଂ ପ୍ରବାସୀ ପକ୍ଷୀମାନେ ମଧ୍ୟ ଏଠାକୁ ଆସି ଆତ୍ମହତ୍ୟା କରନ୍ତି। ଏଥିପାଇଁ ଏହି ଗାଁଟି ଅତ୍ୟନ୍ତ ରହସ୍ୟମୟ ବୋଲି ବିବେଚନା କରାଯାଏ ।

ସାଧାରଣତଃ ଆତ୍ମହତ୍ୟା କରିବାର ପ୍ରବୃତ୍ତି ମଣିଷଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ହେଲେ ପକ୍ଷୀମାନଙ୍କ ବିଷୟରେ ଏହି କଥା ଶୁଣି ଲୋକମାନେ ଜାଣି ବହୁତ ଆଶ୍ଚର୍ଯ୍ୟ ହୁଅନ୍ତି। ପକ୍ଷୀମାନେ ବିଷ ଖାଇ କିମ୍ବା ନିଜକୁ ନିଆଁରେ ପୋଡି ଦିଅନ୍ତି ନାହିଁ। ବରଂ ସେମାନଙ୍କ ଆତ୍ମହତ୍ୟା କରିବାର ପଦ୍ଧତି ମଧ୍ୟ ଅଲଗା ଅଟେ। ଏହି ଗାଁରେ ପକ୍ଷୀମାନେ ଦ୍ରୁତଗତିରେ ଉଡି ଏକ କୋଠା କିମ୍ବା ଗଛ ସହିତ ପିଟି ହୋଇଯାଆନ୍ତି। ଫଳରେ ସେମାନେ ମରିଯାଆନ୍ତି। ହଜାର ହଜାର ପକ୍ଷୀମାନଙ୍କ ଏପରି ବ୍ୟବହାର ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରେ। ଏହି ଘଟଣା ସ ୭ ରୁ ୧୦ ଟା ମଧ୍ୟରେ ଘଟିଥାଏ। ଏହି ଘଟଣା ପଛରେ ରହସ୍ୟମୟ ଶକ୍ତିର ହାତ ବୋଲି ଗ୍ରାମବାସୀ ବିଶ୍ୱାସ କରନ୍ତି ।

ପକ୍ଷୀ ବିଶେଷଜ୍ଞମାନେ କହିଛନ୍ତି, ଚୁମ୍ବକୀୟ ଶକ୍ତି ହେତୁ ଏପରି ଘଟଣା ଘଟେ। କିନ୍ତୁ, ଏପର୍ଯ୍ୟନ୍ତ ଏହି ରହସ୍ୟ ସମାଧାନ ହୋଇନାହିଁ। ୧୯୦୧ ପରଠାରୁ ଏଭଳି ଘଟଣା ଚାଲିଆସୁଛି। କିନ୍ତୁ ୧୯୫୭ ମସିହାରେ ଏହା ବିଷୟରେ ବିସ୍ତୃତ ଭାବେ ଜଣାପଡ଼ିଥିଲା। ଘଟଣାକୁ ନେଇ ଅନେକ ଗବେଷଣା ମଧ୍ୟ କରାଯାଇଥିଲା। କିନ୍ତୁ କୌଣସି ସମାଧାନ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri