ଜଟଣୀ ମୁଣ୍ଡିଆସାହିରେ ବୋମାମାଡ଼: ପୋଲିସ ତଦନ୍ତ ଜାରି

ଜଟଣୀ,୧୮ା୧୦(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ବାଲିଛକ ମୁଣ୍ଡିଆସାହିର ରବି ପ୍ରଧାନଙ୍କ ଘର ଉପରକୁ ରବିବାର ବୋମାମାଡ଼ ହୋଇଛି। ଏଥିରେ ଉକ୍ତ ସାହିର ନରେଶ ଦାସ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ସୁତୁଲି ଓ ସାମଗ୍ରୀ ଜବତ କରି ତଦନ୍ତ ଚଳାଇଛି। ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ୫ଟାରେ ଦୁଇଟି ବାଇକ୍‌ରେ ୫ଜଣ ଯୁବକ ଆସି ହଠାତ୍‌ ରବିଙ୍କ ଘରକୁ ୪ଟି ବୋମାମାଡ଼ କରି ଫେରାର ହୋଇଯାଇଥିଲେ। ଏହି ସମୟରେ ରବିଙ୍କ ପରିବାର ଲୋକେ ଭୟଭୀତ ହୋଇ ବାରିପଟ ଦେଇ ବାହାରକୁ ପଳାଇଆସିଥିଲେ। ବୋମାମାଡ଼ର କିଛି ଦୂରରେ ଛିଡ଼ା ହୋଇଥିବା ସାହିର ନରେଶ ଆହତ ହୋଇଥିଲେ। ପୂର୍ବ ବିବାଦକୁ ନେଇ ସାହି ନିକଟରେ ରହୁଥିବା କେତେଜଣ ଅସାମାଜିକ ଯୁବକ ବୋମାମାଡ଼ କରିଥିବା ରବି କହିଛନ୍ତି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ବୋଲି ଆଇଆଇସି ବିଶ୍ୱରଞ୍ଜନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ବାଇକରେ ଯାଉଥିବାବେଳେ ବ୍ୟକ୍ତିଙ୍କ ଉପରେ ଚଢିଗଲା ଟ୍ରକ୍‌, ଘଟଣାସ୍ଥଳରେ…

ବାଣପୁର,୨୫।୩ (ଦିଲ୍ଲୀପ କୁମାର ସ୍ବାଇଁ ): ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍‌ ଚକା ତଳେ ଚାପି ହୋଇ ଚାଲିଗଲା ଜୀବନ। ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ କୁଲେଇ…

ଦୋକାନ ଭିତରେ ଜିଅନ୍ତା ଜଳିଗଲେ ବାପ-ପୁଅ, ଶୋଇଥିବାବେଳେ ଘଟିଲା…

ଖୋର୍ଦ୍ଧା,୧୫ା୩(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ସାନପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳୁ ଦୋକାନରେ ଶୋଇଥିବା ବେଳେ ଜିଅନ୍ତା ଜଳି ଯାଇଛନ୍ତି ବାପ-ପୁଅ। ସୂଚନା…

ଡିକିରୁ ନେଇଗଲେ ୬୦ ଗ୍ରାମ ସୁନା, ୧ ଲକ୍ଷ ୪୪ ହଜାର ଟଙ୍କା

ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ…

ପାସେଞ୍ଜର ଅଟୋକୁ ଧକ୍କା ଦେଲା କାର୍‌: ଆଉ ତା’ପରେ…

ଜଟଣୀ,୯।୩: ପିପିଲି-ଖୋର୍ଦ୍ଧା ମୂଖ୍ୟ ରାସ୍ତା ନାଇଜର ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାସେଞ୍ଜର ଅଟୋକୁ ଧକ୍କା ଦେଇଛି କାର। ଦୁର୍ଘଟଣାରେ ପାସେଞ୍ଜର ଅଟୋ ଚାଳକଙ୍କ ମୃତ୍ୟୁ…

ଜଳୁଛି ଜାଗୁଳାଇପାଟଣା ଜଗନ୍ନାଥ ମନ୍ଦିର ପଛପଟ ଜଙ୍ଗଲ, ପହଞ୍ଚିଲା ଅଗ୍ନିଶମ ବିଭାଗ

ଖୋର୍ଦ୍ଧା,୩।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜାଗୁଳାଇ ପାଟଣା ଜଗନ୍ନାଥ ମନ୍ଦିର ପଛ ପଟେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି। କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

ବିଜେଡିରୁ ବହିଷ୍କୃତ ହେଲେ ପ୍ରଭାତ ବିଶ୍ବାଳ

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଦଳରୁ ବହିଷ୍କୃତ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri