Posted inଖେଳ

ପ୍ରଥମ ବୋଲର୍‌ ଭାବେ ଏମିତି କାରନାମା କଲେ ଜସପ୍ରୀତ ବୁମ୍‌ରା

ନୂଆଦିଲ୍ଲୀ,୧୨।୪: ଆଇପିଏଲ ୨୦୨୪ର ୨୫ତମ ଲିଗ ମ୍ୟାଚରେ ମୁମ୍ବାଇ ଆରସିବିକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ମୁମ୍ବାଇର ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରାଙ୍କ ବୋଲିଂ ଚମତ୍କାର ଥିଲା। ଏହି ମ୍ୟାଚରେ ବୁମରା ତାଙ୍କ ଦଳ ପାଇଁ ସର୍ବାଧିକ ୫ ଉଇକେଟ ନେଇଥିଲେ।
୫ ଉଇକେଟ୍‌ ନେଇ ବୁମ୍‌ରା ପୁଣି ଥରେ ନିଜ ବୋଲିଂ ସହିତ ପ୍ରମାଣିତ କଲେ ଯେ, ସେ କାହିଁକି ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ଭାବେ ବିବେଚିତ ହୋଇଛନ୍ତି। ଏହି ମ୍ୟାଚ୍‌ରେ ବୁମ୍‌ରା ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିଥିଲେ।
ଆରସିବି ବିପକ୍ଷ ଏହି ମ୍ୟାଚରେ ବୁମରା ୪ ଓଭରରେ ୨୧ ରନ ଦେଇ ୫ ଉଇକେଟ ନେଇ ଥିଲେ। ସେ ବିରାଟ କୋହଲି, ଫାଫ ଡୁ ପ୍ଲେସିସ, ମହିପାଲ ଲୋମୋର, ସାୱାର ଚୌହାନ ଏବଂ ବିଜୟକୁମାରଙ୍କୁ ଆଉଟ୍‌ କରିଥିଲେ। ଆଇପିଏଲରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଜଣେ ବୋଲର ଆରସିବି ବିପକ୍ଷରେ ପାଞ୍ଚ ଉଇକେଟ ନେଇଥିଲେ। ଏହାପୂର୍ବରୁ ଆରସିବି ବିପକ୍ଷରେ ଆଇପିଏଲରେ ଶ୍ରେଷ୍ଠ ବୋଲିଂର ରେକର୍ଡ ଆଶିଷ ନେହେରାଙ୍କ ନାମରେ ଥିଲା, ଯିଏକି ୨୦୧୫ରେ ସିଏସ୍‌କେ ପାଇଁ ଏହି ଦଳ ବିପକ୍ଷରେ ୧୦ ରନ ଦେଇ ୪ ଉଇକେଟ ନେଇଥିଲେ, କିନ୍ତୁ ବର୍ତ୍ତମାନ ନେହେରାଙ୍କ ରେକର୍ଡ ଭାଙ୍ଗିଯାଇଛି।
ବୁମ୍‌ରା ଦ୍ୱିତୀୟ ଥର ପାଇଁ ଆଇପିଏଲରେ ପାଞ୍ଚ ଉଇକେଟ ନେଇ ଏହି କୀର୍ତ୍ତିମାନ କରିଥିଲେ। ଏବଂ ଏହି ଲିଗରେ ଚତୁର୍ଥ ବୋଲର ହୋଇଥିଲେ। ଏହି ଲିଗରେ ଭୁବନେଶ୍ୱର କୁମାର, ଜୟଦେବ ଉନାଦକତ ଏବଂ ଜେମ୍ସ ଫାଲକନର୍‌ ବୁମରାଙ୍କ ପୂର୍ବରୁ ଦୁଇଥର ପାଞ୍ଚ ଉଇକେଟ ନେଇଛନ୍ତି।

ଆଇପିଏଲରେ ସର୍ବାଧିକ ୫ ଉଇକେଟ ନେଇଥିବା ବୋଲର

୨-ଜସପ୍ରୀତ ବୁମ୍‌ରା
୨ – ଭୁବନେଶ୍ୱର କୁମାର
୨ – ଜୟଦେବ ଉନାଦକତ୍‌
୨ – ଜେମ୍ସ ଫାଲକନର୍‌

ବୁମରା ଆରସିବି ବିପକ୍ଷରେ ୫ ଉଇକେଟ ନେଇଥିଲେ ଏବଂ ବର୍ତ୍ତମାନ ସେ ଏହି ଦଳ ବିପକ୍ଷରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ତାଲିକାରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି। ବୁମରା ଆରସିବି ବିପକ୍ଷରେ ମୋଟ ୨୯ ଉଇକେଟ୍‌ ନେଇ ସନ୍ଦୀପ ଶର୍ମା ଏବଂ ରବିନ୍ଦ୍ର ଜାଡେଜାଙ୍କଠାରୁ ଆଗରେ ରହିଥିଲେ। ସନ୍ଦୀପ ଶର୍ମା ଏବଂ ଜାଡେଜା ଏହି ଦଳ ବିପକ୍ଷରେ ମୋଟ ୨୬ ଉଇକେଟ ନେଇଛନ୍ତି।

ଆଇପିଏଲରେ ଆରସିବି ବିପକ୍ଷରେ ସର୍ବାଧିକ ଉଇକେଟ୍‌ ନେଇଥିବା ବୋଲର

୨୯- ଜସପ୍ରୀତ ବୁମ୍‌ରା
୨୬ – ସନ୍ଦୀପ ଶର୍ମା
୨୬ – ରବିନ୍ଦ୍ର ଜାଡେଜା
୨୪ – ସୁନୀଲ ନାରିନ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri