Categories: ଖେଳ

ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ

ଦୁବାଇ,୬।୧୧: ପେସର ଯଶପ୍ରୀତ ବୁମରା ଶୁକ୍ରବାର ଏକ ବଡ଼ ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡ ବିପକ୍ଷରେ ଦୁଇ ଉଇକେଟ ନେଇ ସେ ନିଜ ନାମରେ କରିଛନ୍ତି ଅନ୍ତର୍ଜାତୀୟ ଟି୨୦ କ୍ରିକେଟ୍‌ରେ ସର୍ବାଧିକ ଉଇକେଟ ନେଇଥିବା ଭାରତୀୟ ବୋଲର ହେବାର ରେକର୍ଡ। ପୂର୍ବରୁ ଏହି ରେକର୍ଡ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ନାମରେ ଥିଲା।

ମ୍ୟାଚ୍‌ର ୧୮ତମ ଓଭରରେ ମାର୍କ ଓ୍ବାଟଙ୍କୁ ଆଉଟ୍‌ କରି ସ୍କଟଲାଣ୍ଡ ଇନିଂସର ଶେଷ କରି ଦେଇଥିଲେ ବୁମରା। ଏହା ଥିଲା ଅନ୍ତର୍ଜାତୀୟ ଟି୨୦ରେ ତାଙ୍କର ୬୪ତମ ଉଇକେଟ। ଏବେ ତାଙ୍କ ପଛକୁ ୬୩ ଉଇକେଟ ସହ ଚହଲ ଦ୍ୱିତୀୟ ସ୍ଥାନରେ ଖସିଛନ୍ତି। ତାଙ୍କ ପଛକୁ ୫୫ ଉଇକେଟ ସହ ୩ୟ ସ୍ଥାନରେ ଅଛନ୍ତି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ।

Share