ବିକାଶ ପଥରେ ଜରାଙ୍ଗ

ସମ୍ବଲପୁର,୨୪ା୯(ବ୍ୟୁରୋ): ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଜରାଙ୍ଗ। ଏକଦା ମାଓବାଦୀମାନେ ଏହି ଅଞ୍ଚଳରେ ସକ୍ରିୟ ଥିଲେ। ହେଲେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡିବାରୁ ଏବେ ବିକାଶ ପଥରେ ଆଗେଇ ଚାଲିଛି। ସମ୍ବଲପୁର ଜିଲା ସଦର ମହକୁମାଠାରୁ ପ୍ରାୟ ୫୦ କି.ମି. ଦୂର ଯୁଯୁମୁରା ବ୍ଲକ କୟାକୁଦ ପଞ୍ଚାୟତର ୪ ଗୋଟି ଜଙ୍ଗଲ ଘେରରେ ରହିଛି ଏହି ଗ୍ରାମ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେବା ପରେ ଗ୍ରାମବାସୀଙ୍କୁ ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବାକୁ ସହଜ ହୋଇଯାଇଛି। ସେମାନଙ୍କ ଆର୍ଥତ୍କ ଓ ସାମାଜିକ ବିକାଶ ହୋଇଚାଲିଛି। ଜରାଙ୍ଗ ବିକଶିତ ହେବାରେ ସରକାରଙ୍କ ଉଦ୍ୟମ ସାଙ୍ଗକୁ ଗ୍ରାମର ୱାର୍ଡସଭ୍ୟା ବାରିଲୋନା କାଣ୍ଡୋଳାଙ୍କ ମଧ୍ୟ ଭୂମିକା ରହିଛି। ବିଗତ ୫ବର୍ଷ ଭିତରେ ସେ ଗ୍ରାମର ଅନେକ ବିକାଶମୂଳକ କାମ କରିବା ସହ ବିଭିନ୍ନ ଅନୁଦାନ ଆଣିବା, ସରକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ନେଇ କାର୍ଯ୍ୟରତ। ପରିବାର ପାଇଁ ଯେତିକି ସମୟ ଦିଅନ୍ତି ତା’ଠାରୁ ଅଧିକ ଗ୍ରାମ ପାଇଁ ଦିଅନ୍ତି ବୋଲି କହନ୍ତି କାଣ୍ଡୋଳା।
ଗ୍ରାମ ବିଷୟରେ ସେ କହନ୍ତି, ପୂର୍ବରୁ ଗ୍ରାମକୁ ରାସ୍ତା ନ ଥିଲା। ବର୍ଷାଦିନେ ମାଟିରାସ୍ତା କାଦୁଅରେ ଭରପୂର ହୋଇଯାଏ। ପୁଣି ମଝିରେ ୩ ଗୋଟି ନାଳ ଯୋଗୁ ଏକପ୍ରକାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଏ। ଏହି ସମସ୍ୟା ଯୋଗୁ ମେଡିକାଲକୁ ଯାଇ ନ ପାରି ରୋଗୀଙ୍କ ଜୀବନ ହାନି ଘଟିଥିବା ନଜିର ରହିଛି। ଏଭଳି ରାସ୍ତାରେ ୯ କି.ମି. ଯିବା ପରେ ୫୫ନଂ. ଜାତୀୟ ରାଜପଥ ପଡିଥାଏ। ରାସ୍ତା ଅପର ପାର୍ଶ୍ୱରେ କୟାକୁଦ ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ସେହିପରି ୨୦ କି.ମି. ଦୂରରେ ବ୍ଲକ କାର୍ଯ୍ୟାଳୟ ରହିଛି। ରାସ୍ତା ଦୁରବସ୍ଥା ଯୋଗୁ କୌଣସି ବ୍ୟକ୍ତି ଭତ୍ତା, ପିଡିଏସ୍‌ ସାମଗ୍ରୀ କିମ୍ବା ଆବାସ ଯୋଜନା ସଂକ୍ରାନ୍ତ ସମସ୍ୟାକୁ ନେଇ ଅଭିଯୋଗ କରିପାରୁ ନ ଥିଲେ। ୨୦୧୮ରେ ୮କି.ମି. ଦୀର୍ଘ ଏହି ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଯାଇଥିଲା। ଏଥିପାଇଁ ପ୍ରାୟ ୩କୋଟି ୬୯ଲକ୍ଷ ବ୍ୟୟ ଅଟକଳ ରହିଥିଲା। ୨୦୨୦ରେ ରାସ୍ତା ନିର୍ମାଣ ଶେଷ ହେବା ପରେ ଗ୍ରାମର ସମସ୍ୟା ସୁଧୁରିବାରେ ଲାଗିଛି। ଗ୍ରାମରେ ତାଲଡିହି, ଚାଦଳୀ, ବୁଡାମୁଣ୍ଡା, ସ୍କୁଲପଡା ଆଦି ୪ ପଡା ରହିଛି। ଏସବୁ ପଡ଼ାରେ ମୋଟ ୬୫ ପରିବାରର ୩୫୦ ଲୋକ ବାସ କରନ୍ତି। ସମସ୍ତେ ଆଦିବାସୀ ଶ୍ରେଣୀର। ସବୁ ପରିବାର ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ଅଛନ୍ତି। ସରକାରୀ ସୁବିଧା ପହଞ୍ଚତ୍ପାରୁଛି। ଗ୍ରାମର ସମସ୍ତ ପରିବାର ଚାଷ ଉପରେ ନିର୍ଭର କରନ୍ତି। ଧାନ ସହିତ ମୁଗ, ବିରି, କୋଳଥ, ମକା, ବାଜରା ଓ ବିଭିନ୍ନ ପନିପରିବା ଫସଲ ଅମଳ କରୁଛନ୍ତି। ରାସ୍ତା ହେବାରୁ ଏବେ ଲୋକମାନେ ଉତ୍ପାଦିତ ଫସଲ ନିକଟସ୍ଥ ବଜାରକୁ ନେଇ ବିକ୍ରି କରି ପାରୁଛନ୍ତି। ଜଙ୍ଗଲଜାତ ଦ୍ରବ୍ୟ କେନ୍ଦୁପତ୍ର, ବାହାଡ଼ା, ଶାଳମଞ୍ଜି, ମହୁଲ ଆଦି ସଂଗ୍ରହ କରି ବିକ୍ରି କରୁଛନ୍ତି। ଏଥିଯୋଗୁ ଲୋକଙ୍କ ଆର୍ଥତ୍କ ସ୍ଥିତିରେ ସୁଧାର ଆସିଛି। ଗମନାଗମନ ସୁବିଧା ଯୋଗୁ ଆମ୍ବୁଲାନ୍ସ ଗ୍ରାମକୁ ଆସିବାରେ ସୁବିଧା ହେଉଛି। ଗ୍ରାମ ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଅଧିକ ପଢିବା ପାଇଁ ସରକାରଙ୍କ ଆଦିବାସୀ ସ୍କୁଲରେ ପିଲାମାନେ ପାଠ ପଢୁଛନ୍ତି। ବାହାରେ ପାଠପଢି ଗ୍ରାମର ଅନେକ ଯୁବତୀଯୁବକ ଉଚ୍ଚଶିକ୍ଷିତ ହୋଇ ପାରିଛନ୍ତି। ଏବେ ଗ୍ରାମରେ ୫ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଅଛି। ଏହି ଗ୍ରୁପ୍‌ର ସଦସ୍ୟମାନେ ସହଯୋଗ କରୁଥିଲେ ହେଁ ସେମାନଙ୍କୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଗ୍ରାମରେ ପ୍ରାୟ ସମସ୍ତ ସୁବିଧା ହୋଇଛି। ହେଲେ ଅଧିକାଂଶ ସମୟରେ ବିଦ୍ୟୁତ୍‌ ସରବରାହ ବ୍ୟାହତ ହେଉଛି। ତେଣୁ ସୋଲାର ଲାଇଟ୍‌ ଲଗାଇବା ବ୍ୟବସ୍ଥା କରାଯାଉ। ଏହା ସହ ପିଇବା ପାଣି ପାଇଁ ପାଇପ୍‌ ଯୋଗେ ଜଳ ଯୋଗାଣ କରାଯାଉ ବୋଲି ଦାବି କରିଛନ୍ତି ୱାର୍ଡ ସଭ୍ୟା କାଣ୍ଡୋଳା।

ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri