Posted inଖେଳ

ଅଲିମ୍ପିକ୍ସ ବାତିଲ କରିବାକୁ ଜାପାନର ପ୍ରମୁଖ ଖବରକାଗଜର ଦାବି, ଜୁନ୍‌ ଶେଷ ପୂର୍ବରୁ ସ୍ଥିତି ସ୍ପଷ୍ଟ ହେବ

ଟୋକିଓ,୨୭।୫(ଏପି): ଟୋକିଓରେ ଆଉ ଦୁଇମାସରୁ କମ୍‌ ସମୟ ମଧ୍ୟର ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମେଗା ଇଭେଣ୍ଟକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ପୂର୍ବରୁ ଜାପାନ ଜନସାଧାରଣ ଏ ନେଇ ବ୍ୟାପକ ବିକ୍ଷୋଭ ଓ ବିରୋଧ ପ୍ରଦର୍ଶନ କରିଆସୁଥିବା ବେଳେ ଏବେ ଏଥିରେ ସାମିଲ ହୋଇଛି ଜାପାନର ପ୍ରମୁଖ ଖବରକାଗଜ ‘ଅସାହି ଶିମ୍ଭୁନ’। ଅସାହି ଅଲିମ୍ପିକ୍ସ ବାତିଲ କରିବାକୁ ବୁଧବାର ଆନୁଷ୍ଠାନିକ ଭାବେ ପରାମର୍ଶ ଦେଇଛି। ପ୍ରଥମଥର ପାଇଁ ଜାପାନର କୌଣସି ବଡ଼ ଖବରକାଗଜ ଏପରି ଦାବି କରିଛି। ଅବଶ୍ୟ ପୂର୍ବରୁ ଜାପାନର କେତେକ ସ୍ଥାନୀୟ ଖବରକାଗଜ ତଥା ଗଣମାଧ୍ୟମ ଅଲିମ୍ପିକ୍ସ ବାତିଲ କରିବାକୁ ଦାବି କରିଆସୁଥିଲେ। ଜୁଲାଇ ୨୩ ତାରିଖରେ ଅଲିମ୍ପିକ୍ସ ଆରମ୍ଭ ହେବ। ଅସାହି ଏକ ଉଦାରବାଦୀ ଖବରକାଗଜ ରୂପେ ଜଣାଶୁଣା। ଏହି ଖବରକାଗଜ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗାଙ୍କୁ ମଧ୍ୟ ଏଥିପାଇଁ ସମାଲୋଚନା କରିଛି।
ସମ୍ପ୍ରତିକ ପରିସ୍ଥିତିରେ ଅଲିମ୍ପିକ୍ସ ଆୟୋଜନ କଥା ଆମେ ଚିନ୍ତା କରିପାରିବା ନାହିଁ ବୋଲି ଏହି ଖବରକାଗଜ ତା’ର ସମ୍ପାଦକୀୟରେ ଉଲ୍ଲେଖ କରିଛି। ପ୍ରଧାନମନ୍ତ୍ରୀ ସୁଗାଙ୍କ ନିଷ୍ପତ୍ତି ବାତିଲ ହେବା ଆମେ ଚାହୁଁ ବୋଲି ଏହି ସମ୍ପାଦକୀୟର ହେଡ୍‌ଲାଇନ ରଖାଯାଇଛି। ଜାପାନ ସରକାର, ଟୋକିଓ ସରକାର ଓ ଅଲିମ୍ପିକ୍ସ ଜଡିତଥିବା ଅନ୍ୟ ଷ୍ଟେକହୋଲ୍ଡରମାନଙ୍କ ବିରୋଧରେ କେବଳ ଅବିଶ୍ୱାସ, ବିରୋଧ ଓ ଅସନ୍ତୋଷ ବଢ଼ିବାର ଲାଗିଛି ବୋଲି ଏହି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ ସୁଗା ଶାନ୍ତ ଭାବେ ସ୍ଥିତି ନିରୀକ୍ଷଣ କରନ୍ତୁ ଓ ଏହି ମେଗାଇଭେଣ୍ଟକୁ ବାତିଲ କରନ୍ତୁ ବୋଲି ଆମେ ଦାବି କରୁଥିବା ଏଥିରେ ଉଲ୍ଲେଖ କରାଯାଇଛି।
ଅସାହି ଖବରକାଗଜର ସର୍କୁଲେଶନ ଯଥେଷ୍ଟ ଅଧିକ। ସକାଳ ସଂସ୍କରଣରେ ଏହାର ସର୍କୁଲେଶନ ୫.୧୬ ମିଲିୟନ ଓ ସାନ୍ଧ୍ୟ ସଂସ୍କରଣରେ ଏହାର ସର୍କୁଲେଶନ ୧.୫୫ ମିଲିୟନ ରହିଛି। ସର୍କୁଲେଶନ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଅସାହି ୟୋମିଉରି ଶିମ୍ଭୁନ ଖବର କାଗଜ ପଛକୁ ରହି ଦ୍ୱିତୀୟ ସ୍ଥାନରେ ରହିଛି। ଏହି ସମ୍ପାଦକୀୟ ପ୍ରକାଶ ପାଇବା ପରେ ମଧ୍ୟ ଅଲିମ୍ପିକ୍ସ ବାତିଲ କରିବାକୁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଲୋକାଲ ଅର୍ଗାନାଇଜିଂ କମିଟିର କୌଣସି ଯୋଜନା ନାହିଁ ବୋଲି ମନେହୁଏ। ଜାପାନରେ ମାତ୍ର ୨ ପ୍ରତିଶତ ଲୋକଙ୍କର ଟିକାକରଣ ହୋଇଛି ଓ ଏହାକୁ ନେଇ ବିରୋଧ ପ୍ରଦର୍ଶନ ଆହୁରି ବଢିଯାଇଛି। ତେବେ ଅଲିମ୍ପିକ୍ସ ବାତିଲ କରିବାକୁ ନିଷ୍ପତ୍ତି ନେବା ଶେଷ ତାରିଖ ଆହୁରି ଗୋଟିଏ ମାସ ବାକି ଅଛି ବୋଲି ଗତ ସପ୍ତାହରେ ଆଇଓସିର ଅନ୍ୟତମ ପ୍ରମୁଖ ସଦସ୍ୟ ରିଚାର୍ଡ ପାଉଣ୍ଡ ଏକ ସାକ୍ଷାତ୍‌କାର ଦେବା ଅବସରରେ କହିଥିଲେ।
ଜୁନ୍‌ ଶେଷ ହେବା ପୂର୍ବରୁ ଅଲିମ୍ପିକ୍ସ ଆୟୋଜନ ହେବ କି ନା ତାହା ସ୍ପଷ୍ଟ ହୋଇଯିବ ବୋଲି ସେ କହିଥିଲେ। ଅଲିମ୍ପିକ୍ସ ଆୟୋଜନ ନେଇ ବ୍ରିଟିଶ ମିଡିଆ ଜର୍ନାଲ, ସ୍ଥାନୀୟ ମେଡିକାଲ ଅଫିସିଆଲ ସେତେଟା ଆଶାବାଦୀ ନାହାନ୍ତି। ସେହିପରି ଜାପାନ ଉପରେ ଆଇଓସି ଅଲିମ୍ପିକ୍ସ ଲଦି ଦେଉଛି ବୋଲି ଜଣାଶୁଣା ବିଲିୟନାରି ବ୍ୟବସାୟୀ ମାସାୟୋଶି ଶୋନ କହିଛନ୍ତି। ଏବେ ୮୦ ପ୍ରତିଶତ ଜାପାନ ନାଗରିକ ଅଲିମ୍ପିକ୍ସ ବାତିଲ କିମ୍ବା ସ୍ଥଗିତ ରହୁ ବୋଲି ଚାହାନ୍ତି ବୋଲି ଶୋନ କହିଛନ୍ତି। କିଏ ବାଧ୍ୟ କରୁଛି ଓ କେଉଁ ଅଧିକାରରେ ବାଧ୍ୟ କରାଯାଉଛି ସେ ପ୍ରଶ୍ନ ଉଠାଇଛନ୍ତି। ଅସାହି ମଧ୍ୟ ଏଥିପାଇଁ ଆଇଓସି ଓ ତା’ର ଉପସଭାପତି ଜନ୍‌ କୋଟ୍ସଙ୍କର କଡ଼ା ସମାଲୋଚନା କରିଛି। ଷ୍ଟେଟ୍‌ ଇମର୍ଜେନ୍ସ ଜାରି ରହିବା ସତ୍ତ୍ୱେ ମଧ୍ୟ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ବୋଲି କୋଟ୍ସ କହିଥିଲେ। ଜାପାନବାସୀଙ୍କ ଭାବନା ଓ କୋଟ୍ସଙ୍କ ଏହି ମନ୍ତବ୍ୟ ମଧ୍ୟରେ ବହୁ ପାର୍ଥକ୍ୟ ରହିଛି ବୋଲି ଏହି ଖବରକାଗଜ କହିଛି। ବିଭିନ୍ନ ପ୍ରକାର ସମସ୍ୟା ସତ୍ତ୍ୱେ ଅଲିମ୍ପିକ୍ସ ଆୟୋଜନକୁ କେତେକ ସମର୍ଥନ କରୁଛନ୍ତି। କିନ୍ତୁ ଏଥିରେ ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ବୋଲି ଅସାହି କହିଛି।
ମଙ୍ଗଳବାର ଜାପାନ ଯାତ୍ରାକୁ ଏଡ଼େଇବା ପାଇଁ ଆମେରିକା ସତର୍କ କରାଇଥିଲା। ତେବେ ଅଲିମ୍ପିକ୍ସ ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଜାପାନ ସ୍ପଷ୍ଟ କରିଥିଲା। ଅଲିମ୍ପିକ୍ସ ଆୟୋଜନ ପାଇଁ ଜାପାନ ୧୫.୪ ମିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ କରିଛି। ସରକାରଙ୍କ ଅଡିଟ୍‌ରେ ଏହା ଆହୁରି ଯଥେଷ୍ଟ ଅଧିକ ବୋଲି କୁହାଯାଇଛି। ପ୍ରସାରଣ ଅଧିକାର ବାବଦରେ ଆଇଓସି କୋଟି କୋଟି ଟଙ୍କା ଆଦାୟ କରିଛି। ଏହା ମୋଟ ଆମଦାନୀର ୭୫ ପ୍ରତିଶତ ବୋଲି କୁହାଯାଇଛି। ପୂର୍ବରୁ ଅଲିମ୍ପିକ ବାତିଲ ନେଇ ମାତ୍ର କେତେ ସପ୍ତାହ ମଧ୍ୟରେ ୪ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇଛି। କୋଭିଡ୍‌-୧୯ ପାଇଁ ୬୦-୮୦ ପ୍ରତିଶତ ଲୋକ ଅଲିମ୍ପିକ ବାତିଲ ହେଉ ବୋଲି ଚାହାନ୍ତି। ଟୋକିଓ ଓ ଓସାକା ସମେତ କେତେକ ଅଞ୍ଚଳରେ ଇମର୍ଜେନ୍ସି ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

IPL 2026 ପୂର୍ବରୁ CSKକୁ ବଡ଼ ଝଟକା!

ନୂଆଦିଲ୍ଲୀ,୩୦।୧୨:ଝାଡ଼ଖଣ୍ଡ ଏବଂ ପୁଡୁଚେରୀ ବିଜୟ ହଜାରେ ଟ୍ରଫି ୨୦୨୫-୨୫ର ଗ୍ରୁପ ପର୍ଯ୍ୟାୟରେ ସୋମବାର, ଡିସେମ୍ବର ୨୯, ୨୦୨୫ରେ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଝାଡ଼ଖଣ୍ଡ ୧୨୩ ରନର...

ଗୌତମ ଗମ୍ଭୀରଙ୍କର ହେବ ନାହିଁ କୌଣସି କ୍ଷତି, ସମର୍ଥନରେ ବାହାରିଲେ ବିସିସିଆଇ ଅଧିକାରୀ

ନୂଆଦିଲ୍ଲୀ,୩୦।୧୨: ଘରୋଇ ଟେଷ୍ଟ ସିରିଜରେ ବିପର୍ଯ୍ୟୟଜନକ ପରାଜୟ ପରେ, ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। ରିପୋର୍ଟରେ ଏହା ମଧ୍ୟ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମେଲବୋର୍ନ ପିଚ୍‌କୁ ନେଇ ବଢିଲା ଅସନ୍ତୋଷ: ମିଳିଲା ଡିମେରିଟ୍‌ ପଏଣ୍ଟ

ଦୁବାଇ, ୨୯ା୧୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚତୁର୍ଥ ଆଶେସ ଟେଷ୍ଟ ଖେଳାଯାଇଥିବା ମେଲବୋର୍ନ ପିଚ୍‌କୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଶୃଙ୍ଖଳାଗତ ପଦକ୍ଷେପ...

ଟି୨୦ ବୋଲିଂରେ ନୂଆ ବିଶ୍ୱ ରେକର୍ଡ, ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୧୨: ଭୂଟାନ ସ୍ପିନର ସୋନମ ୟେଶେ ଏକ ଅନ୍ତର୍ଜାତୀୟ ପୁରୁଷ ଟି୨୦ କ୍ରିକେଟ ମ୍ୟାଚରେ ୮ ଉଇକେଟ ହାସଲ କରିବାରେ ପ୍ରଥମ ବୋଲର ହେବାର ଗୌରବ...

ମୁଖ୍ୟ ପ୍ରଶିକ୍ଷକ ପଦରୁ ବିଦା ହେବେ ଗମ୍ଭୀର! BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଦେଲେ ଚାଞ୍ଚଲ୍ୟକର ବୟାନ

ନୂଆଦିଲ୍ଲୀ,୨୯।୧୨: ନିକଟରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦରୁ ଗୌତମ ଗମ୍ଭୀରଙ୍କୁ ହଟାଇବା ନେଇ ଗୁଜବ ଜୋର ଧରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri