Posted inଖେଳ

ପୂର୍ବ ଅଭିଜ୍ଞତାରୁ ଫାଇଦା ଉଠାଇବ ଜାପାନ

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ ୨୦୨୩ ପାଇଁ ସୋମବାର ଓଡ଼ିଶାରେ ପହଞ୍ଚିଛି ଜାପାନ ହକି ଦଳ। ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଦଳ ପହଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଛି। ଏହି ଟୁର୍ନାମେଣ୍ଟରେ ଦଳ ନିଜର ଶତ ପ୍ରତିଶତ ଦେବ ବୋଲି କହିଛନ୍ତି ଜାପାନ ମୁଖ୍ୟ କୋଚ୍‌ ଆକିରା ଟାକାହାଶି। ଦଳ ଭାରତୀୟ ପରିବେଶରେ ପୂର୍ବରୁ ଖେଳିଛି। ଏହି ଅଭିଜ୍ଞତାରୁ ଦଳ ଫାଇଦା ଉଠାଇବାକୁ ଚେଷ୍ଟା କରିବ ବୋଲି କହିଛନ୍ତି କୋଚ୍‌। ଜାପାନ୍‌ ପୁଲ୍‌ ବିରେ ଡିଫେଣ୍ଡିଂ ଚାମ୍ପିୟନ୍‌ ବେଲଜିୟମ, ଜର୍ମାନୀ ଓ ଦକ୍ଷିଣ କୋରିଆ ସହିତ ସ୍ଥାନ ପାଇଛି। ଜର୍ମାନୀ ବିପକ୍ଷରୁ ଦଳ ଜାନୁୟାରୀ ୧୪ ତାରିଖରେ ଏହାର ଅଭିଯାନ ଆରମ୍ଭ କରିବ। ଆମ ଦଳରେ ଅନେକ ଭଲ ଖେଳାଳି ରହିଛନ୍ତି ଓ ଆମେ ବିଶ୍ୱର ଯେ କୌଣସି ଟପ୍‌ ଟିମ୍‌କୁ ଚ୍ୟାଲେଞ୍ଜ ଦେବାରେ ସମର୍ଥ ବୋଲି କହିଛନ୍ତି ଟାକାହାଶି। ଓଡ଼ିଶାର ଦର୍ଶକଙ୍କ ସମ୍ମୁଖରେ ଖେଳିବା ଆମକୁ ସର୍ବଦା ଖୁସି ଦେଇଥାଏ ବୋଲି ସେ କହିଛନ୍ତି। କଷ୍ଟସାଧ୍ୟ ଗ୍ରୁପରେ ସ୍ଥାନ ପାଇଥିଲେ ହେଁ ଆମେ ଅନ୍ୟ ଦଳକୁ କଡା ଚ୍ୟାଲେଞ୍ଜ ଦେବୁ ବୋଲି ସେ କହିଛନ୍ତି।
ଟୁର୍ନାମେଣ୍ଟ ପୂର୍ବରୁ ଦଳର ପ୍ରସ୍ତୁତି ଉଚ୍ଚକୋଟୀର ରହିଛି। ଡିଫେଣ୍ଡିଂ ଚାମ୍ପିୟନ ବେଲଜିୟମ ଓ ଜର୍ମାନୀ ପରି ଶକ୍ତିଶାଳୀ ଦଳ ବିପକ୍ଷରେ କଡା ଟକ୍କର ଦେବା ପାଇଁ ଖେଳାଳି ମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଖେଳାଳି ମାନଙ୍କ ନିଜ ଦକ୍ଷତା ଉପରେ ପୂର୍ଣ୍ଣ ଭରସା ରହିଛି ଏବଂ ଏହି ମ୍ୟାଚ ଗୁଡିକ ଜିତିବା ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରୟାସ କରିବ। ଓଡ଼ିଶାରେ ହକି ବିଶ୍ୱକପ ଖେଳିବାକୁ ନେଇ ବେଶ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି ଦଳର ଅଧିନାୟକ ସେରେନ୍‌ ଟାନାକା। ବଡ ଟିମ୍‌ ଗୁଡିକୁ ଚ୍ୟାଲେଞ୍ଜ କରିବା ନେଇ ସମ୍ପୂର୍ଣ୍ଣ ଦଳ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଅନେକ ବୃହତ୍ତର ଲକ୍ଷ୍ୟ ସହିତ ଆମେ ଏହି ଟୁର୍ନାମେଣ୍ଟରେ ପ୍ରବେଶ କରିଛୁ। ଦଳଗତ ଭାବରେ ଆମେ ଶ୍ରେଷ୍ଠ ପ୍ରଦର୍ଶନର ପ୍ରୟାସ ସହିତ ଅଭିଜ୍ଞତା ହାସଲ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri