ସମୁଦ୍ରକୁ ରେଡିଓଆକ୍ଟିଭ୍‌ ଜଳ ଛାଡ଼ିବ ଜାପାନ

ନୂଆଦିଲ୍ଲୀ, ୧୯।୧୧: ଫୁକୁସିମାରେ ଅକାମୀ ହୋଇପଡ଼ିଥିବା ଆଣବିକ ପ୍ଲାଣ୍ଟର ରେଡିଓଆକ୍ଟିଭ୍‌ ବିଷାକ୍ତ ଜଳକୁ ୨୦୨୨ ସୁଦ୍ଧା ସମୁଦ୍ରକୁ ଛାଡ଼ିଦେବା ଲାଗି ଜାପାନ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତ ସମେତ ଏସୀୟ ଉପକୂଳବର୍ତ୍ତୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାକୁ ଯାଉଛି। ଏଭଳି ଭୁଲ୍‌ ନିଷ୍ପତ୍ତି ଯୋଗୁ ଜଳଚର ପ୍ରାଣୀଙ୍କ ସମେତ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନେ କ୍ୟାନ୍‌ସର ସମେତ ବିଭିନ୍ନ ରୋଗରେ ପଡ଼ିବେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଛଡ଼ାଯିବାକୁ ଥିବା ବିପୁଳ ପରିମାଣର ବିଷାକ୍ତ ଜଳରେ ରେଡିଓଆକ୍ଟିଭ୍‌ ଆଇସୋଟୋପ୍‌ ଯଥା ସେସିୟମ, ଟ୍ରିଟିୟମ, କୋବାଲ୍ଟ ଏବଂ କାର୍ବନ-୧୨ ରହିଛି। ସେଗୁଡ଼ିକ ନଷ୍ଟ ହେବା ଲାଗି ୧୨ରୁ ୩୦ ବର୍ଷ ଲାଗିଯିବ। ଏହି ଜଳ ଯାହା ସଂସ୍ପର୍ଶରେ ଆସିବ ତାକୁ ନଷ୍ଟ କରିବ ଏବଂ ଉପକୂଳ ଦେଶଗୁଡ଼ିକର ମତ୍ସ୍ୟ ଶିଳ୍ପ ସମ୍ବନ୍ଧୀୟ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବ। ପୂର୍ବରୁ କେବେ ଏତେ ପରିମାଣରେ ରେଡିଓଆକ୍ଟିଭ୍‌ ଜଳ ସମୁଦ୍ରକୁ ଛଡ଼ାଯାଇ ନ ଥିଲା। ତେଣୁ ଏହା ଏକ ଭୁଲ୍‌ ପରମ୍ପରା ସୃଷ୍ଟି କରିବ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବା ଲାଗି ପଛାଇବେ ନାହିଁ। ମାନବ ଜାତି ତିଷ୍ଠି ରହିବାକୁ ହେଲେ ପରିବେଶ ଓ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରାଯିବା ଗୁରୁତ୍ୱପୂର୍ଣ୍ଣ। ଏନେଇ ବିଶ୍ୱସ୍ତରରେ ବିତର୍କ ହେବା ଆବଶ୍ୟକ ବୋଲି ପ୍ରତିରକ୍ଷା ଗବେଷଣା ବିକାଶ ସଂଗଠନ (ଡିଆର୍‌ଡିଓ)ର ସ୍ବାସ୍ଥ୍ୟ ବିଜ୍ଞାନ ମହାନିର୍ଦ୍ଦେଶକ ଏ.କେ. ସିଂ କହିଛନ୍ତି।
୨୦୧୧ ମାର୍ଚ୍ଚ ୧୧ରେ ୯.୦ ତୀବ୍ରତାର ଭୂକମ୍ପ ସାଙ୍ଗକୁ ୧୫ ମିଟର ଉଚ୍ଚ ସୁନାମି ଆସି ଜାପାନର ଉତ୍ତର-ପୂର୍ବ ଉପକୂଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା। ଏହି ଭୂକମ୍ପରେ ଫୁକୁସିମାର ୫,୩୦୬ ମେଗାଓ୍ବାଟ ଆଣବିକ ପ୍ଲାଣ୍ଟ ନଷ୍ଟ ହୋଇଯାଇଥିଲା। ଏହା ବିଶ୍ୱର ଦ୍ୱିତୀୟ ବୃହତ୍‌ ଆଣବିକ ବିପର୍ଯ୍ୟୟ ଥିଲା। ପ୍ଲାଣ୍ଟର ରିଆକ୍ଟରଗୁଡ଼ିକରୁ ବାହାରିଥିବା ୧୨ ଲକ୍ଷ ଟନ୍‌ ରେଡିଓଆକ୍ଟିଭ୍‌ ଜଳକୁ ୧୦୦୦ରୁ ଅଧିକ ଟାଙ୍କିରେ ରଖାଯାଇଛି। ସରକାର ଏହାକୁ ସମୁଦ୍ରକୁ ଛାଡ଼ିଦେବା ଲାଗି ନିଷ୍ପତ୍ତି ନେଇଥିବାରୁ ବିଶେଷଜ୍ଞମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତିି। ଏହାର ପ୍ରଭାବ ସିଧାସଳଖ ମାନବ ଓ ଜଳଜୀବଙ୍କ ଉପରେ ପଡ଼ିବ ବୋଲି ଭାରତ ସରକାରଙ୍କ ଆଣବିକ ସ୍ବାସ୍ଥ୍ୟ ବିଜ୍ଞାନୀମାନେ କହିଛନ୍ତି। ମାନବ ଶରୀରରେ ଟ୍ରିଟିୟମ ପ୍ରବେଶ କରିବା ସମ୍ଭାବନା ଥିବାରୁ ଏହା ବିଭିନ୍ନ ଅଙ୍ଗରେ ଦୀର୍ଘଦିନ ରହିବ। ରେଡିଓଆକ୍ଟିଭ୍‌ ଜଳର ତ୍ୱରିତ୍‌ ପ୍ରଭାବ ମତ୍ସ୍ୟ ଓ ଅନ୍ୟାନ୍ୟ ଉପକୂଳ ଜଳଜୀବ ଏବଂ ପାନୀୟ ଜଳ ଉପରେ ପଡ଼ିବ। ଶିଳାସ୍ତର ଉପରେ ରେଡିଓଆକ୍ଟିଭ୍‌ ଉପାଦାନ ମଧ୍ୟ ଜମାହେବ ବୋଲି ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri